ଅଟୋ ଓ ବାଇକ୍‌ ଉପରେ ମାଡ଼ିଗଲା କାର୍‌; ୩ ଚାରା ବ୍ୟବସାୟୀ ମୃତ, ୬ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 11, 2022

ଅଟୋ ଓ ବାଇକ୍‌ ଉପରେ ମାଡ଼ିଗଲା କାର୍‌; ୩ ଚାରା ବ୍ୟବସାୟୀ ମୃତ, ୬ ଆହତ

ସୋନପୁର( ଓଡ଼ିଶା ରିପୋର୍ଟର):  ସୁବର୍ଣ୍ଣପୁର ଜିଲ୍ଲା ଏନ୍ଏଚ୍ ୫୭ର ବଡ଼ବାହାଲି ଛକରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଅଟୋ ଓ ବାଇକକୁ ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ଚାରା ବ୍ୟବସାୟୀ ବୋଲି ଜଣାଯାଇଛି। ସେମାନଙ୍କର ପରିଚୟ ମିଳି ନାହିଁ।

ବଲାଙ୍ଗିର ରାଘବପାଲିରୁ ଚାରା ବ୍ୟବସାୟମାନେ ପ୍ରତିଦିନ ସୋନପୁରକୁ ଚାରା ବିକ୍ରି କରିବା ପାଇଁ ଆସିଥାନ୍ତି। ଆଜି ସକାଳେ ମଧ୍ୟ ୮ଜଣ ଚାରା ବ୍ୟବସାୟୀ ଏକ ଅଟୋରେ ଚାରା ବିକ୍ରି କରିବା ପାଇଁ ଆସିଥିଲେ। ବଡ଼ବାହାଲି ଛକରେ ଅଟୋ ରଖି ଏକ ବାଇକ୍ ଆରୋହୀଙ୍କ ସହ କଥା ହେଉଥିଲେ। ଏହି ସମୟରେ ସୋନପୁରରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ଏକ କାର୍ ଦ୍ରୁତଗତିରେ ଆସି  ପ୍ରଥମେ ଅଟୋକୁ ଧକ୍କା ଦେଇଥିଲା। ପରେ ଅଟୋପାଖରେ ଠିଆ ହୋଇଥିବା ବାଇକ୍‌କୁ ଧକ୍କା ଦେଇଥିଲା।

ଅଟୋରେ ଥିବା ୮ଜଣ  ଚାରା ବ୍ୟବସାୟୀଙ୍କ ମଧ୍ୟରୁ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ବେଳେ ୫ ଜଣ ଗୁରୁତର ହୋଇଥିଲେ। ସେହିପରି ଜଣେ ବାଇକ୍‌ ଆରୋହୀ ମଧ୍ୟ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ତେବେ ଦୁର୍ଘଟଣା ଘଟାଇଥିବା କାର୍‌ରେ କେତେ ଜଣ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। କାର୍‌ ଭିତରେ ଜଣେ ପୁଲିସ ଇନ୍ସପେକ୍ଟରଙ୍କ ଥ୍ରୀଷ୍ଟାର ଡ୍ରେସରେ ଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।  ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଛି।

 

The post ଅଟୋ ଓ ବାଇକ୍‌ ଉପରେ ମାଡ଼ିଗଲା କାର୍‌; ୩ ଚାରା ବ୍ୟବସାୟୀ ମୃତ, ୬ ଆହତ appeared first on Odisha Reporter.



from Odisha Reporter https://ift.tt/MsFtHQh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages