ବାକି ଶୁଝିଲେନି ସରକାର, ଜିନିଷ ବୋହି ନେଲା କମ୍ପାନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 22, 2022

ବାକି ଶୁଝିଲେନି ସରକାର, ଜିନିଷ ବୋହି ନେଲା କମ୍ପାନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୨୦ କୋଟି ଟଙ୍କା ବାକି ଶୁଝି ପାରିଲେନି ସରକାର। ଶେଷରେ ସରକାରୀ ଅଫିସରୁ ଦରକାରୀ ଉପକରଣ ନେଇଗଲା ସଂପୃକ୍ତ କମ୍ପାନୀ । ଏଥିନିମନ୍ତେ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଉପସ୍ଥିତ ଥିଲା ପୁଲିସ୍‌ ।  ଏପରି ଏକ ଘଟଣା ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଘଟିଛି ।

ଏହା କୌଣସି ଛୋଟ ମୋଟ କମ୍ପାନୀ କି କାର୍ଯ୍ୟାଳୟର ମାମଲା ନୁହେଁ । ଏଲଆଣ୍ଡଟି ଭଳି ଏକ ବଡ଼ ଘରୋଇ ନିର୍ମାଣକାରୀ କମ୍ପାନୀ ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଫିସରେ ପଶି ଏସି, କମ୍ପ୍ୟୁଟର, ଆଲମାରୀ ଓ ଟେବୁଲ ଆଦି ସାମଗ୍ରୀ ନେଇଯାଇଛି ।

ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଉପରେ ଏଲଆଣ୍ଡଟିର ୧୨୦ କୋଟି ଟଙ୍କା ବାକି ପଡିଛି । ୨୦୦୪ ରେ ସମ୍ବଲପୁରରୁ ରାଉରକେଲା ସଂଯୋଗ କରୁଥିବା ରାଜପଥ ନିର୍ମାଣ ପାଇଁ ଏଲଆଣ୍ଡଟିକୁ ୨୦ କୋଟି ଟଙ୍କା ଆରଆଣ୍ଡବି ବିଭାଗ ଦେବା ପାଇଁ ଫଇସଲା ହୋଇଥିଲା। ଟଙ୍କା ନ ଦେବା ପାଇଁ ସରକାର ଜିଲ୍ଲା ଜଜ୍‌ଙ୍କଠାରୁ ହାଇକୋର୍ଟ ଓ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲେ । ହେଲେ ସୁପ୍ରିମକୋର୍ଟ ମାମଲା ଖାରଜ କରି ଦେଇଥିଲେ।

ସୁଧ ମୂଳ ମିଶି ୧୨୦ କୋଟି ହେବା ପରେ ମଧ୍ୟ ସରକାରଙ୍କ ଚେତା ପଶିଲା ନାହିଁ। ଶେଷରେ  ଖୋର୍ଦ୍ଧା ବାଣିଜ୍ୟ କର ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ କୋର୍ଟ କର୍ମଚାରୀମାନେ ଆସି ୯ ଟିଏସି , ୧୮ ଟି କମ୍ପ୍ୟୁଟର, ୧୫ଟି ଆଲମୀରା ଓ ୯ଟି ଟେବୁଲ ଜବତ କରି ନେଇ  ଯାଇଛନ୍ତି। ଏନେଇ କୌଣସି ସରକାରୀ ଅଧିକାରୀଙ୍କ ନିର୍ଦ୍ଦେଶ ମିଳିନାହିଁ।

The post ବାକି ଶୁଝିଲେନି ସରକାର, ଜିନିଷ ବୋହି ନେଲା କମ୍ପାନୀ appeared first on Odisha Reporter.



from Odisha Reporter https://ift.tt/yMHm6kt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages