ସଂକ୍ଷେପରେ ଦ୍ରୌପଦୀ ମୁର୍ମୁ, ୨୦୦୭ରେ ପାଇଥିଲେ ଶ୍ରେଷ୍ଠ ବିଧାୟକ ସମ୍ମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 24, 2022

ସଂକ୍ଷେପରେ ଦ୍ରୌପଦୀ ମୁର୍ମୁ, ୨୦୦୭ରେ ପାଇଥିଲେ ଶ୍ରେଷ୍ଠ ବିଧାୟକ ସମ୍ମାନ

ନୂଆଦିଲ୍ଲୀ: ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ କିଛି ସମୟ ପରେ ଦେଶର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା। ଜଣେ କାଉନସିଲର ଭାବେ ନିଜ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀମତୀ ମୁର୍ମୁ ଦେଶର ପ୍ରଥମ ନାଗରିକ ହେବେ ବୋଲି କେବେ ହେଲେ କଳ୍ପନା କରି ନଥିଲେ।

ହେଲେ ଆଜି ସମୟଚକ୍ରରେ ସେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ‌ଏକଦା ଦ୍ରୌପଦୀ ମୁର୍ମୁ ଓଡ଼ିଶା ବିଧାନସଭାର ସଦସ୍ୟ ରହିଥିଲେ। ନିଜର କାର୍ଯ୍ୟ ଦକ୍ଷତା ପାଇଁ ତାଙ୍କୁ ଓଡ଼ିଶା ବିଧାନସଭା ପକ୍ଷରୁ ଶ୍ରେଷ୍ଠ ବିଧାୟକ ପୁରସ୍କାର ମଧ୍ୟ ମିଳିଥିଲା। ୨୦୦୭ରେ ସେ ଶ୍ରେଷ୍ଠ ବିଧାୟକ ଭାବେ ନୀଳକଣ୍ଠ ସମ୍ମାନରେ ସମ୍ମାନୀତ ହୋଇଥିଲେ।

ସଂକ୍ଷେପରେ ଦ୍ରୌପଦୀ ମୁର୍ମୁ

*ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ୧୯୫୮ ମସିହା ଜୁନ ୨୦। ମୟୂରଭଞ୍ଜ ଜିଲ୍ଲା ଉପରବେଡା ଗାଁର ଗୋଟିଏ ସାନ୍ତାଳୀ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ତାଙ୍କ ବାପା ଗାଁ ମୁଖିଆ ଭାବେ କାମ କରୁଥିଲେ।

*୧୯୭୧-ମୟୂରଭଞ୍ଜର ଉପରବେଡା ସ୍କୁଲରେ ୭ ଶ୍ରେଣୀ ପାସ କରିଥିଲେ।

*୧୯୭୪- ଭୁବନେଶ୍ୱର ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ସ୍କୁଲ ଶିକ୍ଷା ଶେଷ କରିଥିଲେ।

*୧୯୭୯-ରମାଦେବୀ ମହାବିଦ୍ୟାଳୟରୁ ସେ ଗ୍ରାଜ୍ୟୁଏସନ ଡିଗ୍ରୀ ହାସଲ କରିଥିଲେ।

*୧୯୭୯-ଓଡ଼ିଶା ସରକାରଙ୍କ ଜଳସେଚନ ଓ ଶକ୍ତି ବିଭାଗରେ ଜୁନିୟର ଆସିସଷ୍ଟାଣ୍ଟ ଭାବେ କାମ କରିଥିଲେ।

*୧୯୮୧- ବ୍ୟାଙ୍କର ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିଲେ।

*୧୯୯୪-ରାଇରଙ୍ଗପୁରରେ ଥିବା ଅରବିନ୍ଦ ଇଣ୍ଟିଗ୍ରାଲ ଏଣ୍ଡୁକେସନ ଓ ରିସର୍ଚ୍ଚ ସେଣ୍ଟରରେ ଆସିସଷ୍ଟାଣ୍ଟ ପ୍ରଫେସର ଭାବେ କାମ ଆରମ୍ଭ କରିଥିଲେ।

*୧୯୯୭- ବିଜେପିରେ ମିଶିବା ସହ ସେହି ବର୍ଷ ରାଇରଙ୍ଗପୁର ଏନଏସିର ଜଣେ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ।

*୨୦୦୦- ପ୍ରଥମଥର ପାଇଁ ବିଜେପି ଟିକେଟରେ ରାଇରଙ୍ଗପୁରରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

*୨୦୦୦-୨୦୦୪- ନବୀନ ପଟ୍ଟନାୟକଙ୍କ ସରକାରରେ ଦ୍ରୌପଦୀ ମୁର୍ମୁ ପ୍ରଥମେ କର୍ମସ ଓ ପରିବହନ ମନ୍ତ୍ରୀ ପରେ ମତ୍ସ୍ୟଚାଷ ଓ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ହୋଇଥିଲେ।

*୨୦୦୪- ସେ ପୁଣିଥରେ ରାଇରଙ୍ଗପୁରରୁ ବିଧାନସଭା ନିର୍ବାଚନ ଜିତିଥିଲେ।

*୨୦୦୭- ଶ୍ରେଷ୍ଠ ବିଧାୟକ ପୁରସ୍କାର ପାଇଥିଲେ।

*୨୦୦୬ରୁ ୨୦୦୯- ସେ ଓଡ଼ିଶା ବିଜେପିର ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି ଭାବେ କାମ କରିଥିଲେ।

*୨୦୧୩ରୁ ୨୦୧୫- ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ବିଜେପିର ଜିଲ୍ଲା ସଭାପତି ରହିଥିଲେ।

*୨୦୧୫ରୁ ୨୦୨୧- ଝାରଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ।

The post ସଂକ୍ଷେପରେ ଦ୍ରୌପଦୀ ମୁର୍ମୁ, ୨୦୦୭ରେ ପାଇଥିଲେ ଶ୍ରେଷ୍ଠ ବିଧାୟକ ସମ୍ମାନ appeared first on Odisha Reporter.



from Odisha Reporter https://ift.tt/37nhA6g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages