ଜୁଲାଇ ୧୨,ମଙ୍ଗଳବାର: ଦାମ୍ପତ୍ୟ ଜୀବନ ସୁଖମୟ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 11, 2022

ଜୁଲାଇ ୧୨,ମଙ୍ଗଳବାର: ଦାମ୍ପତ୍ୟ ଜୀବନ ସୁଖମୟ ହେବ

ମେଷ: ବ୍ୟବସାୟରେ ବ୍ୟୟ ବୃଦ୍ଧି ଦେଖାଦେବାରୁ ମନରେ ଅଶାନ୍ତି ସୃଷ୍ଟି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁସ୍ୱାଦୁ ଭୋଜନ କରିବେ।  ସ୍ୱାସ୍ଥ୍ୟରେ ପୂର୍ବ ଅପେକ୍ଷା ସୁଧାର ଆସିବାରୁ ମନ ଖୁସି ରହିବ।

ବୃଷ: ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେବ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ। ସ୍ୱାମୀସ୍ତ୍ରୀ ମଧ୍ୟରେ କଳହ ଯୋଗ ରହିଛି। ପରିବାରରେ କିଛି ସମସ୍ୟା ଦେଖାଯିବ। ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନର ସହିତ ଯାଆନ୍ତୁ।

ମିଥୁନ: ମନ ପ୍ରଫୁଲିତ ରହିବ। କର୍ମକ୍ଷେତ୍ରରେ ସ୍ଥିରତା ଦେଖାଯିବ। ବ୍ୟବସାୟୀମାନଙ୍କୁ ଧନପ୍ରାପ୍ତି ହେବ। ଘରକୁ ବନ୍ଧୁଙ୍କ ଆଗମନ ହେବ।

କର୍କଟ: ଦୂରସ୍ଥାନକୁ ଯାତ୍ରା କରିବା ହେତୁ ପ୍ରତ୍ୟେକ କାର୍ଯ୍ୟ ସଫଳତା ଅର୍ଜନ କରିବେ। ସନ୍ତାନମାନଙ୍କର ସଫଳତା ଦେଖି ବାପାମା ଖୁସି ଅନୁଭବ କରିବେ। ବହୁଦିନରୁ ଅଟକି ରହିଥିବା କାର୍ଯ୍ୟକୁ ପୁରଣ କରିବାରୁ ପ୍ରଶଂସିତ ହେବେ।

ସିଂହ: ପରିବାରରେ ତିକ୍ତତା ଦେଖାଦେବ।  ଆର୍ଥିକ ସମସ୍ୟା ଲାଗିରହିବ। ଦୂରସ୍ଥାନକୁ ଯାତ୍ରା କଲାବେଳେ ସାଧାନର ସହ ଯାଆନ୍ତୁ, ନଚେତ୍ ଦୁର୍ଘଟଣା ହେବାର ସମ୍ଭାବନା ରହିଛି।

କନ୍ୟା: ଭବିଷ୍ୟତ ଲାଗି ନୂତନ ଯୋଜନା ପ୍ରସ୍ତୁତ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ। ଚାକିରି କରୁଥିବା ବ୍ୟକ୍ତିଙ୍କର ପଦମର୍ଯ୍ୟାଦା ବୃଦ୍ଧି ହେବ। ଶତ୍ରୁ ମିତ୍ରତାର ହାତ ବଢାଇବେ।

ତୁଳା: ଅର୍ଥଲାଭ ହେବ। ସମସ୍ୟାର ସମାଧାନ ହେବ। ଖଳ ବ୍ୟକ୍ତିଙ୍କ କଥାରେ ପ୍ରଭାବିତ ହୋଇ କର୍ମକ୍ଷେତ୍ରରେ କିଛି ଗୋଳମାଳିଆ ସ୍ଥିତି ସୃଷ୍ଟି କରିପାରନ୍ତି।

ବିଛା: କୌଣସି ସମ୍ପର୍କୀୟଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିପାରନ୍ତି। ପରିବାରରେ ଅଶାନ୍ତି ଦେଖାଯାଇପାରେ। କିଛି କହିବା ଅପେକ୍ଷା ନୀରବ ରହିଲେ ଭଲ ହେବ।

ଧନୁ: ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ। କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ଚତୁରତାର ସହ ମୁକାବିଲା କରିବାରେ ସଫଳ ହେବେ।

ମକର: ପରିବାର ଲୋକଙ୍କ ଗହଣରେ ଦିନଟି ହସଖୁସିରେ ଅତିବାହିତ କରିବେ। ଖର୍ଚ୍ଚ ବୃଦ୍ଧି ପାଇବାରୁ ସାମାନ୍ୟ ଚିନ୍ତିତ ରହିପାରନ୍ତି। ଅଗ୍ନି, ଜଳ ଓ ବିଦୁତ୍ ପ୍ରତି ସାବଧାନ ରହିବା ଭଲ।

କୁମ୍ଭ: ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ହେବ। ବ୍ୟବସାୟରେ ଭଲ ଲାଭ ମିଳିବ। ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ।

ମୀନ: ବନ୍ଧୁଙ୍କ ସାହାଯ୍ୟ ନେଇ ଅଟକି ରହିଥିବା କାମକୁ ଶେଷ କରିବେ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ, କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ।

The post ଜୁଲାଇ ୧୨,ମଙ୍ଗଳବାର: ଦାମ୍ପତ୍ୟ ଜୀବନ ସୁଖମୟ ହେବ appeared first on Odisha Reporter.



from Odisha Reporter https://ift.tt/aTjveYW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages