ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମାପଡ଼ା ସବ୍ ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆଜି ସକାଳେ ଦୁଷ୍ମନ୍ତଙ୍କ ଢ଼େଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ପୈତୃକ ଘର ,ଟାଉନ ପ୍ଲାନିଂ ସ୍ଥିତ ଘର,ଦକ୍ଷିଣକାଳୀ ସ୍ଥିତ ଶ୍ୱଶୁର ଘର ଓ ମଙ୍ଗଳପୁର ସ୍ଥିତ ଫାର୍ମ ହାଉସରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛନ୍ତି। ଏହା ସହିତ ନିମାପଡ଼ା ଓ ଭୁବନେଶ୍ୱରରେ ମଧ୍ୟ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।
ଏହି ଚଢ଼ାଉରେ ୫ଜଣ ଡିଏସ୍ପି ଓ ୧୨ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି। ଚଢ଼ାଉ ଚାଲିଥିବା ବେଳେ କେତେ ଟଙ୍କାର ସମ୍ପତ୍ତି ଜବତ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ।
The post ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ପଶିଲା ଭିଜିଲାନ୍ସ appeared first on Odisha Reporter.
from Odisha Reporter https://ift.tt/PrDsZ6W
No comments:
Post a Comment