ରାଜରାସ୍ତାରେ ନୃଶଂସ ଦୃଶ୍ୟ: ସ୍ତ୍ରୀର କଟାମୁଣ୍ଡ ଧରି ୧୨ କିମି ଚାଲିଲା ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 15, 2022

ରାଜରାସ୍ତାରେ ନୃଶଂସ ଦୃଶ୍ୟ: ସ୍ତ୍ରୀର କଟାମୁଣ୍ଡ ଧରି ୧୨ କିମି ଚାଲିଲା ସ୍ୱାମୀ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ବିଶ୍ୱାସରେ ବିଷ ମିଶି ତାହା ନେଲା ବିସ୍ଫୋରକ ରୂପ ।  ପତ୍ନୀର ୭ ଦୋଷ କ୍ଷମା କରିବାକୁ ଅଗ୍ନିକୁ ସାକ୍ଷୀ ରଖି କଥା ଦେଇଥିବା ସ୍ୱାମୀ କିନ୍ତୁ ସନ୍ଦେହ ନିଆଁରେ ଜଳି ହରାଇଲା ହିତାହିତ ଜ୍ଞାନ । ପରିବାରକୁ ଛାରଖାର କରିଦେଲା ପରକୀୟା ପ୍ରୀତି ସନ୍ଦେହ । ଜୀବନ ସାରା ଯାହାକୁ ସୁରକ୍ଷା ଦେବାକୁ କଥା ଦେଇଥିଲା, କଟୁରୀ ଚୋଟରେ ତା’ର ମୁଣ୍ଡକୁ  ଶରୀରକୁ ଅଲଗା କଲା ନୃଶଂସ ସ୍ୱାମୀ । ଆଉ ଗୋଟିଏ ହାତରେ କଟା ମୁଣ୍ଡ ଓ  ଅନ୍ୟ ହାତରେ କଟୁରୀ ଧରି ରାଜରାସ୍ତାରେ ଦୀର୍ଘ ୧୨ କିମି ଚାଲିଲା। ଶେଷରେ ଏପରି ଜଘନ୍ୟକାଣ୍ଡ ଘଟାଇଥିବା ସ୍ୱାମୀକୁ ଅଟକାଇ ପୁଲିସ୍‌ ଅଟକ କରିବା ସହ କଟାମୁଣ୍ଡ ଜବତ କରିଛି।

ଏପରି ଲୋମହର୍ଷଣକାରୀ ତଥା ଅଭାବନୀୟ ଘଟଣା ଆଜି ସକାଳୁ ସକାଳୁ ଢେଙ୍କାନାଳର ଗଁନ୍ଦିଆ ଥାନା ଅନ୍ତର୍ଗତ ଜଙ୍ଖିରା ନିକଟରେ ଦେଖିବାକୁ ମିଳିଛି। ଅଭିଯୁକ୍ତ ସ୍ୱାମୀ ନାକଫୋଡି ମାଝୀ ନିଜ ସ୍ତ୍ରୀ ସୁଚଳା ମାଝୀର ପରକୀୟା ପ୍ରୀତିକୁ ସନ୍ଦେହ କରି ମୁଣ୍ଡ କାଟିଥିବା ନିଜେ ସ୍ୱୀକାର କରିଛି।

ଢେଙ୍କାନାଳର ଗଁନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗାଁର ନାକଫୋଡି ମାଝୀ ଦୀର୍ଘ ବର୍ଷ ପୂର୍ବେ ସୁଚଳା ମାଝୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ୨ ପୁଅ ଥିବା ବେଳେ ସେମାନେ ବାହାରେ ରହୁଛନ୍ତି।  ସେମାନଙ୍କ ମଧ୍ୟରୁ  ଜଣେ ଆର୍ମିରେ ଚାକିରି କରିଥିବା ବେଳେ ଆଉ ଜଣେ କମ୍ପାନୀରେ ଚାକିରି କରିଛି। ବଡ଼ ପୁଅର ବିବାହ ସରିଥିବା ବେଳେ ଗାଁରେ କେବଳ ନାକଫୋଡି ଓ ସୁଚଳା ରହି ଆସୁଥିଲେ।

ହେଲେ କିଛି ଦିନ ହେବ ସୁଚଳାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ ନାକଫୋଡି । ଏପରିକି ସେ ଅନ୍ୟ ପୁରୁଷ ପ୍ରେମରେ ପଡ଼ିଥିବା ନାକଫୋଡି ସନ୍ଦେହ କରୁଥିବା ବେଳେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା ଲାଗି ରହୁଥିଲା।

ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ଭୟଙ୍କର ରୂପ ନେଲା। ରାତି ପ୍ରାୟ ୩ଟା ବେଳେ  ନାକଫୋଡି ଏକ କଟୁରୀରେ ସୁଚଳାଙ୍କ ବେକକୁ ଚୋଟ ପକାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସୁଚଳାଙ୍କ ଜୀବନ ଚାଲି ଯାଇଥିଲା। ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ବି ନାକଫୋଡ଼ିଙ୍କ ରାଗ ଶାନ୍ତ ହୋଇ ନ ଥିଲା।  ସେ ଏକ କଟୁରୀ ସାହାଯ୍ୟରେ ପତ୍ନୀର ମୁଣ୍ଡକୁ ଶରୀରରୁ ଅଲଗା କରିଥିଲେ।

ଏହାପରେ ରାତି ପ୍ରାୟ ୪ଟା ବେଳକୁ ଗୋଟିଏ ହାତରେ କଟୁରୀ ଓ ଅନ୍ୟ ହାତରେ କଟା ମୁଣ୍ଡ ଧରି ଘରୁ ବାହାରିଲେ। ପ୍ରାୟ ୧୨ କିମିରୁ ଅଧିକ ବାଟ ଚାଲି ଚାଲି ଯିବା ପରେ ଜଙ୍ଖିରା ନିକଟରେ ତାଙ୍କୁ ଅଟକାଇଥିଲେ ସ୍ଥାନୀୟ ବାସିନ୍ଦା।

ପରେ ଗଁନ୍ଦିଆ ଥାନା ପୁଲିସ୍‌ ଖବର ପାଇ ଜଙ୍ଖିରା ନିକଟରେ ପହଞ୍ଚି କଟାମୁଣ୍ଡ, କଟୁରୀ ଜବତ କରିବା ସହ ନୃଶଂସ ସ୍ୱାମୀ ନାକଫୋଡ଼ିଙ୍କୁ  ଅଟକ ରଖି ତଦନ୍ତ ଜାରି ରଖିଛି। ଏହାପରେ ପୁଲିସ୍‌ ଟିମ୍‌ ଚନ୍ଦ୍ରଶେଖରପୁର ଗାଁରେ ପହଞ୍ଚି ମୁଣ୍ଡ ବିହୀନ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏନେଇ ନାକଫୋଡ଼ି କହିଛନ୍ତି, ପତ୍ନୀକୁ ଅନ୍ୟ ପୁରୁଷ ସହ ବାରମ୍ବାର ଦେଖି ସହ୍ୟ କରିପାରିଲିନି। ସେଥିପାଇଁ ଏପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲି ।

 

The post ରାଜରାସ୍ତାରେ ନୃଶଂସ ଦୃଶ୍ୟ: ସ୍ତ୍ରୀର କଟାମୁଣ୍ଡ ଧରି ୧୨ କିମି ଚାଲିଲା ସ୍ୱାମୀ appeared first on Odisha Reporter.



from Odisha Reporter https://ift.tt/QAsmToG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages