ସାଙ୍ଗର ଜନ୍ମଦିନ ମନାଇବାକୁ ଯାଇ ଆଉ ଫେରିଲେନି ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 6, 2022

ସାଙ୍ଗର ଜନ୍ମଦିନ ମନାଇବାକୁ ଯାଇ ଆଉ ଫେରିଲେନି ଯୁବକ

ଭଦ୍ରକ(ପାର୍ଥସାରଥୀ ନାୟକ): ସାଙ୍ଗର ଜନ୍ମଦିନ ପାଳନ କରିବାକୁ ଖୁସି ମନରେ ଘରୁ ବାହାରିଥିଲେ। ବୁଲାବୁଲି କରି ଘରକୁ ଫେରିବାକୁ ହୋଇଥିଲା ପ୍ଲାନ୍‌। ହେଲେ ଭାଗ୍ୟରେ କିଛି ଅଲଗା ଲେଖାଥିଲା। ସାଙ୍ଗ ଜନ୍ମ ଦିନରେ ନଦୀକୁ ଗାଧୋଇବାକୁ ଯିବା କାଳ ହେଲା। ନଦୀରେ ବୁଡ଼ି ଅକାଳରେ ଜଣେ ଯୁବକଙ୍କ ଜୀବନ ଗଲା। ଏପରି ଦୁଃଖଦ ଘଟଣା  ଭଦ୍ରକ ବ୍ଲକ କାଉପୁରରେ ଗତକାଲି ଘଟିଛି। ମୃତକ ହେଲେ ସୌମ୍ୟ ରଞ୍ଜନ ସେନାପତି । ତାଙ୍କ ଘର ଭଦ୍ରକ ସହରସ୍ଥିତ ବାଇପାସ ଅଞ୍ଚଳରେ ।

ନିଜର ଜଣେ ସାଙ୍ଗଙ୍କ ଜନ୍ମଦିନ ପାଳନ କରିବାକୁ ସୌମ୍ୟ ରଞ୍ଜନଙ୍କ ସମେତ ୫ ଜଣ ଗତକାଲି ବୁଲାବୁଲି କରିବାକୁ ଘରୁ ବାହାରିଥିଲେ। ସେମାନେ ସାଳନ୍ଦୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ସେଠାରେ ହଠାତ୍‌ ସୌମ୍ୟ ରଞ୍ଜନଙ୍କ ଗୋଡ଼ ଖସି ଯାଇଥିଲା ।

ଅନ୍ୟ ପିଲାମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଆସି ସୌମ୍ୟ ରଞ୍ଜନଙ୍କୁ ଉଦ୍ଧାର କରିଥିଲେ।  ତୁରନ୍ତ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

The post ସାଙ୍ଗର ଜନ୍ମଦିନ ମନାଇବାକୁ ଯାଇ ଆଉ ଫେରିଲେନି ଯୁବକ appeared first on Odisha Reporter.



from Odisha Reporter https://ift.tt/adJ7yxV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages