ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଷ୍ପତ୍ତି ବଦଳାଇଲା ଗଣ ଶିକ୍ଷା ବିଭାଗ । ଛାତ୍ରଛାତ୍ରୀଙ୍କ ବିନା ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ହେବ ବୋଲି ଗତକାଲି ପର୍ଯ୍ୟନ୍ତ କହୁଥିବା ଗଣଶିକ୍ଷା ବିଭାଗ କିନ୍ତୁ ଆଜି ଛାତ୍ରଛାତ୍ରୀଙ୍କୁ ଦେଇଛି ଗ୍ରୀନ୍ ସିଗନାଲ୍ । ଫଳରେ କରୋନା ମହାମାରୀ ଯୋଗୁ ଗତ ୨ ବର୍ଷ ହେବ ସ୍ୱାଧୀନତା ଦିବସ ପାଳନ ଉତ୍ସବରୁ ଦୂରେଇ ରହୁଥିବା ଛାତ୍ରଛାତ୍ରୀ ଏଥର କିନ୍ତୁ ଏହି ଉତ୍ସବରେ ସାମିଲ ହେବେ।
ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାସଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ। ମାତ୍ର ଏହି ସମୟରେ କୋଭିଡ ଗାଇଡଲାଇନ୍ କଡ଼ାକଡ଼ି ପାଳନ ହେବ। ବିଦ୍ୟାଳୟର ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀ ଏହାର ତଦାରଖ କରିବେ। ଏହି ଘୋଷଣା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।
ମହାମାରୀ କରୋନା ପାଇଁ ଗତ ୨ ବର୍ଷ ହେଲା ସ୍ୱାଧୀନତା ଦିବସରେ ପିଲାମାନେ ସାମିଲ ହୋଇପାରୁନଥିଲେ। କେବଳ ଶିକ୍ଷକମାନେ ସ୍କୁଲ ଯାଇ ଜାତୀୟ ପତାକା ଉତ୍ତୋଳନ କରୁଥିଲେ। କରୋନା ଟିକା ବାହାରିବା ପରେ ଏଥର ପିଲାମାନେ ପରେଡ୍ରେ ସାମିଲ ହେବା ନେଇ ଉତ୍ସାହିତ ଥିଲେ।
ମାତ୍ର ଗତକାଲି ଗଣ ଶିକ୍ଷା ବିଭାଗ ପକ୍ଷରୁ ହୋଇଥିବା ଘୋଷଣାରେ ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ବିନା ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ହେବ ବୋଲି କୁହାଯାଇଥିଲା । ଏହା କେବଳ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଗହଣରେ ପାଳନ ହେବ ବୋଲି ସୂଚନା ଦିଆଯାଇଥିବା ବେଳେ ଏହାକୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଇଥିଲା । ପିଳାମାନେ ଯଦି ସ୍କୁଲକୁ ପାଠ ପଢ଼ିବାକୁ ଯାଇ ପାରୁଛନ୍ତି, ତେବେ ସ୍ୱାଧୀନତା ଦିବସ ପାଳନରେ କେଉଁଠି ଅସୁବିଧା ରହିଲା ବୋଲି ଅଭିଭାବକମାନେ ପ୍ରଶ୍ନ କରିଥିଲେ। ଏହାପରେ ଆଜି ଗଣଶିକ୍ଷା ବିଭାଗ ନିଜ ନିଷ୍ପତ୍ତି ବଦଳାଇଛି।
The post ରାତାରାତି ବଦଳିଲା ନିଷ୍ପତ୍ତି; ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ appeared first on Odisha Reporter.
from Odisha Reporter https://ift.tt/IFg2z9D
No comments:
Post a Comment