ଦୁମକା ହତ୍ୟା ମାମଲା: ଆଜି ସ୍ୱତନ୍ତ୍ର କୋର୍ଟରେ ଶୁଣାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 31, 2022

ଦୁମକା ହତ୍ୟା ମାମଲା: ଆଜି ସ୍ୱତନ୍ତ୍ର କୋର୍ଟରେ ଶୁଣାଣି

ରାଞ୍ଚି: ଝାରଖଣ୍ଡର ଦୁମକା ହତ୍ୟାକୁ ନେଇ  ଥମୁନି ଉତ୍ତେଜନା। ଏହି ହତ୍ୟାକାଣ୍ଡ ମାମଲାରେ ଆଜି ସ୍ୱତନ୍ତ୍ର କୋର୍ଟ ଶୁଣାଣି କରିବେ। ପୀଡ଼ିତାଙ୍କ ବୟସ ପ୍ରଥମେ ୧୯ ଦର୍ଶାଯାଥିବା ବେଳେ ପରେ ୧୫ ବୋଲି ରିପୋର୍ଟ ଆସିଥିଲା। ଏବେ ପୀଡ଼ିତାଙ୍କୁ ନାବାଳିକା ଶ୍ରେଣୀରେ ସାମିଲ  କରି ପସ୍କୋ ଆକ୍ଟ ଯୋଡ଼ାଯାଇଛି। ଯେଉଁ ମାମଲାର ଆଜି ସ୍ୱତନ୍ତ୍ର କୋର୍ଟ ଶୁଣାଣି କରିବେ। ଏହି ହତ୍ୟାଘଟଣାର ମୁଖ୍ୟ ଅଭିଯୁକ୍ତ ଶାହାହାରୁଖଙ୍କୁ ବିରୋଧରେ ପସ୍କୋ ଆକ୍ଟ ଲଗାଇ ମାମଲା ବିଚାର ହେବ।  ପୀଡ଼ିତାଙ୍କ ବୟସ ୧୯ ନୁହଁ ୧୫ ବୋଲି ଗତକାଲି ଶିଶୁ ସୁରକ୍ଷା କମିଟି ଯାଞ୍ଚ କରି କହିଥିଲା। ଏଥିସହ ଉକ୍ତ ମାମଲାକୁ ପସ୍କୋ ଆକ୍ଟ ଅଧୀନରେ ତଦନ୍ତ କରିବାକୁ ଶିଶୁ ସୁରକ୍ଷା କମିଟି ସୁପାରିଶ କରିଥିଲା।  କାରଣ ୧୮ ବର୍ଷ ତଳକୁ ହୋଥିଲେ ସ୍ୱତନ୍ତ୍ର ଆଇନରେ ମାମଲା ବିଚାର ହୋଇଥାଏ।  ଇତି ମଧ୍ୟରେ ଏହି ମାମଲାକୁ  ସ୍ୱତନ୍ତ୍ର ଜୁଡ଼ିସିଆଲ ମାଜିଷ୍ଟ୍ରେଟ କୋର୍ଟରୁ ପ୍ରଥମ ଶ୍ରେଣୀ ଅଦାଲତକୁ ବଦଳ କରାଯାଇଛି।

ଯୁବତୀ ଜଣକ ଶୋଇଥିବା ବେଳେ ଅଭିଯୁକ୍ତ ଜଣକ ଝରକା ବାହାର ଦେଇ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା।  ଯୁବତୀଙ୍କ ଶରୀରା ୮୦ ପ୍ରତିଶତ ଜଳିଯାଛି। ମୃତ୍ୟୁ ପୂର୍ବରୁ ପୁଲିସ ତାଙ୍କ ବୟାନ ରେକର୍ଡ଼ କରିଥିଲା। ସେଥିରେ ସେ ଅଭିଯୁକ୍ତ ଜଣକ ତାଙ୍କୁ ଗତ ୧୦ ଦିନ ହେଲା ବାରମ୍ବାର କଲ କରୁଥିଲା। ବାରମ୍ବାର ଏକତରଫା ଭାବେ ପ୍ରେମ ନିବେଦନ କରି ତାଙ୍କୁ ଯାବତୀୟ ହଇରାଣ କରୁଥିଲା ବୋଲି ଉଲ୍ଲେଖ ରହିଛି।

ସୂଚନା ଅନୁଯାୟୀ, ଚଳିତମାସ ୨୩ ତାରିଖରେ ଅଙ୍କିତା ଘରେ ଶୋଇଥିବାବେଳେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଯାଇଥିଲା। ଏହାପରେ ତାଙ୍କୁ ରାଞ୍ଚିର ରିମ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଏହି ମାମଲାର ଅଭିଯୁକ୍ତ ଶାହରୁଖଙ୍କୁ ୨୩ ତାରିଖରେ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ନଇମ୍ ଓରଫ ଛୋଟୁ ଖାନ୍‌କୁ ସୋମବାର ଗିରଫ କରିଛି। ବିଭିନ୍ନ ଦିଗରୁ ଏହି ମାମଲାର ତଦନ୍ତ କରାଯାଉଛି ବୋଲି ଝାଡ଼ଖଣ୍ଡ ପୁଲିସର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଏମ୍‌ଏଲ୍‌ ମୀନା କହିଛନ୍ତି।

The post ଦୁମକା ହତ୍ୟା ମାମଲା: ଆଜି ସ୍ୱତନ୍ତ୍ର କୋର୍ଟରେ ଶୁଣାଣି appeared first on Odisha Reporter.



from Odisha Reporter https://ift.tt/Z6o7JWU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages