ରେଷ୍ଟୁରାଣ୍ଟ ଷ୍ଟାଇଲ୍ ପନିର ଚଟ୍‌ପଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 31, 2022

ରେଷ୍ଟୁରାଣ୍ଟ ଷ୍ଟାଇଲ୍ ପନିର ଚଟ୍‌ପଟି

ଆବଶ୍ୟକ ସାମଗ୍ରୀ: ପନିର, କଟା ପିଆଜ, କଟା ରସୁଣ, କଟା ଅଦା, କଟା କଞ୍ଚାଲଙ୍କା, ପିଆଜ-ଅଦା-ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଟମାଟୋ ସସ୍‌, ଚିଲି ସସ୍‌, ଖାଇବା କଲର୍‌, ଗରମ ମସଲା ଗୁଣ୍ଡ ଓ ତେଲ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପନିରକୁ ଛୋଟ ଛୋଟ ପିସ୍‌ କରି କାଟି ଦିଅନ୍ତୁ। ତେଲ ଗରମ କରି ଏଗୁଡ଼ିକୁ ଲାଲ୍‌ ହେବା ଯାଏ ଭାଜି ଏକ ପାତ୍ରରେ କାଢ଼ି ରଖନ୍ତୁ।

ଏବେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜ, କଟା ରସୁଣ, କଟା ଅଦା, କଟା କଞ୍ଚାଲଙ୍କା ପକାଇ ହାଲକା ଭାଜନ୍ତୁ। ଏଥିରେ ପିଆଜ-ଅଦା-ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଅଳ୍ପ ଟମାଟୋ ସସ୍‌ ଓ ଅଳ୍ପ ଚିଲି ସସ୍‌ ପକାଇ ଭଲ ଭାବେ କଷି ଦିଅନ୍ତୁ। ପରେ କଲର୍‌ ପାଉଡର ଅଳ୍ପ ପକାଇ ଦିଅନ୍ତୁ।ମସଲା କଷି ହୋଇଗଲେ ଅଳ୍ପ ପାଣି ଦେଇ  ଗରମ ମସଲା ଗୁଣ୍ଡ ପକାଇ ଭଜା ପନିରକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ମସଲା ଟିକେ ଶୁଖିଲା ହୋଇଗଲେ  ଗ୍ୟାସ ଆଞ୍ଚକୁ ବନ୍ଦ କରି ଏହାକୁ ଏକ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ।  ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ପନିର ଚଟପଟି’। ଏହାକୁ ଆପଣ ରୁଟି ଓ ଭାତ ସହ ଖାଇପାରିବେ।

The post ରେଷ୍ଟୁରାଣ୍ଟ ଷ୍ଟାଇଲ୍ ପନିର ଚଟ୍‌ପଟି appeared first on Odisha Reporter.



from Odisha Reporter https://ift.tt/5RdKCBk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages