ମୋଦିଙ୍କ କଥା ରଖିଲେ ରାହୁଲ ଗାନ୍ଧି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 3, 2022

ମୋଦିଙ୍କ କଥା ରଖିଲେ ରାହୁଲ ଗାନ୍ଧି !

ନୂଆଦିଲ୍ଲୀ: ତ୍ରିରଙ୍ଗା ପତାକାକୁ ‘ଡିସ୍‌ପ୍ଲେ ପିକ୍‌ଚର୍‌’ ବା ଡିପି ରଖିବାକୁ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ  ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ କଥା ମାନି ଅନେକ ଦେଶବାସୀ ନିଜର ଡିପି ବଦଳାଇଥିବା ଦେଖିବାକୁ ମିଳୁଛି। ଏମିତି କି ପ୍ରତି କଥାରେ ମୋଦିଙ୍କ ବିରୋଧ କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କଥା ରଖିଛନ୍ତି। ରାହୁଲ ଗାନ୍ଧି ନିଜ ଟ୍ୱିଟର ଓ ଫେସବୁକ ଆକାଉଣ୍ଟର ଡିପି ବଦଳାଇଛନ୍ତି। ପ୍ରୋଫାଇଲ ଫଟୋରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଜାତୀୟ ପତାକା ଧରିଥିବା ଫଟୋ ରହିଛି।

ଏହି ଫଟୋକୁ ଟ୍ୱିଟ୍‌ କରି ରାହୁଲ ଗାନ୍ଧି ଲେଖିଛନ୍ତି ଯେ, ତ୍ରିରଙ୍ଗା ହେଉଛି ଦେଶର ଗର୍ବ। ଏହା ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ଅଛି। ରାହୁଲ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ନିଜର ଡିପି ବଦଳାଇ ଜବାହରଲାଲ ନେହେରୁ ଜାତୀୟ ପତାକା ଧରିଥିବା ଫଟୋ ରଖିଥିବା ଦେଖିବାକୁ ମିଳିଛି। ଅଗଷ୍ଟ ୨ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ତ୍ରିରଙ୍ଗା ପତାକାକୁ ସାମାଜିକ ଗଣମାଧ୍ୟମ ‘ଡିସ୍‌ପ୍ଲେ ପିକ୍‌ଚର୍‌’ କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ। ‘ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଅଗଷ୍ଟ ୧୩ରୁ ଅଗଷ୍ଟ ୧୫, ତିନି ଦିନ ଯାଏଁ ‘ହର୍‌ ଘର୍‌ ତ୍ରିରଙ୍ଗା’ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ।

The post ମୋଦିଙ୍କ କଥା ରଖିଲେ ରାହୁଲ ଗାନ୍ଧି ! appeared first on Odisha Reporter.



from Odisha Reporter https://ift.tt/OmurTh0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages