ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର) ଘରର ଛାତ ଉପରୁ ଜଣେ ଯୁବକଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ମୋଟା ଗାଁରେ। ଯୁବକଙ୍କ ମୁଣ୍ଡକୁ ଦୁର୍ବୃତ୍ତ ପଥର କିମ୍ବା ଅନ୍ୟ କେଉଁ ଓଜନର ଜିନିଷରେ ଛେଚି ହତ୍ୟା କରିଛି। ମୃତ ଯୁବକ ଜଣଙ୍କ ହେଲେ ରଘୁନାଥ ମହାରଣା। ତାଙ୍କୁ ୪୨ ବର୍ଷ ହୋଇଥିଲା। ରଘୁନାଥଙ୍କ ମୃତଦେହ ନିକଟରେ ତାଙ୍କ ମୋବାଇଲ ପଡ଼ିଛି।
ଗତକାଲି ରଘୁନାଥ ଗାଁର ଏକ ନୂଆ କରି ନିର୍ମାଣ କରାଯାଇଥିବା ଜଣଙ୍କ ଘର ଛାତ ଉପରେ ଶୋଇଥିଲେ। ଆଜି ସକାଳେ ସେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ରଘୁନାଥଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ରଘୁନାଥଙ୍କୁ ହତ୍ୟା କରାଯାଇଛି ନାଁ ଅନ୍ୟ କିଛି କାରଣ ଅଛି ତାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି। ଏପର୍ଯ୍ୟନ୍ତ ରଘୁନାଥଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇ ନାହିଁ।
The post ଛାତ ଉପରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ appeared first on Odisha Reporter.
from Odisha Reporter https://ift.tt/F5rwcgA
No comments:
Post a Comment