ସ୍ୱଚ୍ଛ ପରୀକ୍ଷା ପାଇଁ ୪ ଘଣ୍ଟା ବନ୍ଦ ହେଲା ଇଣ୍ଟରନେଟ୍‌ ସେବା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 28, 2022

ସ୍ୱଚ୍ଛ ପରୀକ୍ଷା ପାଇଁ ୪ ଘଣ୍ଟା ବନ୍ଦ ହେଲା ଇଣ୍ଟରନେଟ୍‌ ସେବା

ଗୌହାଟୀ:  ଆସାମରେ ଗତକାଲି ବିଭିନ୍ନ ସରକାରୀ ଚାକିରି ନିଯୁକ୍ତି ପାଇଁ ପରୀକ୍ଷା ଆୟୋଜିତ ହୋଇଥିଲା। ପରୀକ୍ଷା ସମୟରେ ସମ୍ଭାବ୍ୟ ବିଶୃଙ୍ଖଳାକୁ ରୋକିବା ପାଇଁ ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ୨୭ଟି ଜିଲ୍ଲାରେ ୪ ଘଣ୍ଟା ପାଇଁ ମୋବାଇଲ୍ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଥିଲା।

ଯେଉଁ ପରୀକ୍ଷାର୍ଥୀ ପରୀକ୍ଷାରେ ଅସଫଳ ହେବେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷା ଫି ପଠାଯିବ ବୋଲି ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା କହିଥିଲେ। ଏହା ବ୍ୟତୀତ ପରୀକ୍ଷା ଚାଲିଥିବା ୨୭ ଟି ଜିଲ୍ଲାରେ ଧାରା ୧୪୪ ଲାଗୁ ହୋଇଥିବା ନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ। ପରୀକ୍ଷା ସମୟରେ ଇଣ୍ଟରନେଟ୍ ସେବା ସ୍ଥଗିତ ରଖିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରିଟ୍‌ ପିଟିଶନ ଦାଖଲ ହୋଇଥିଲା। ମାତ୍ର ହାଇକୋର୍ଟ ପକ୍ଷରୁ ଏହାକୁ  ଖାରଜ କରିଦିଆଯିବା ପରେ ରାଜ୍ୟ ସରକାର ନିଜ ନିଷ୍ପତ୍ତି ଲାଗୁ କରିଥିଲେ।

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପ୍ରାୟ  ୩୦ ହଜାର ପଦବୀ ପାଇଁ ପ୍ରାୟ ୧୪.୩୦ ଲକ୍ଷ ଆଶାୟୀ ପରୀକ୍ଷାର୍ଥୀ ଥିବା ଜଣାଯାଇଛି।  ଚତୁର୍ଥ ଶ୍ରେଣୀ ପଦ ପାଇଁ ଅଗଷ୍ଟ୨୧ରେ ପରୀକ୍ଷା କରାଯାଇଥିଲା ଏବଂ  ତୃତୀୟ ଶ୍ରେଣୀ ପଦବୀ ନିମନ୍ତେ ସେପ୍ଟେମ୍ବର ୧୧ ରେ ପରୀକ୍ଷା ଅନୁଷ୍ଠିତ ହେବ । ସମସ୍ତ ପରୀକ୍ଷା ମାଧ୍ୟମିକ ଶିକ୍ଷା ଆସାମ ବୋର୍ଡ (SEBA) ଦ୍ୱାରା ପରିଚାଳିତ ହେଉଛି। ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ‘ଗତ ସପ୍ତାହରେ ହୋଇଥିବା ପରୀକ୍ଷାରେ ୨୬ ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ଥଗିତ ରହିଥିଲା। ଏଥର ବାରପେଟା ଏହି ତାଲିକାରେ ଯୋଡି ହୋଇଛି। ’

ଏକ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଶର୍ମା କହିଥିଲେ ଯେ, ‘ଯେଉଁ ପରୀକ୍ଷାର୍ଥୀ  ସଫଳ ହୋଇପାରିବେ ନାହିଁ, ଆମେ ତାଙ୍କ ଫି  ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଦେବୁ। ’ ନିଯୁକ୍ତି ପ୍ରକ୍ରିୟାରେ କୌଣସି ତ୍ରୁଟି ନ ହେବା ପାଇଁ ପରୀକ୍ଷା ସମୟରେ ମୋବାଇଲ୍ ଇଣ୍ଟରନେଟ୍ ସେବା ସ୍ଥଗିତ ରହିବ ବୋଲି ଅଗଷ୍ଟ ୧୭ରେ ମୁଖ୍ୟମନ୍ତ୍ରୀ କହିଥିଲେ।

The post ସ୍ୱଚ୍ଛ ପରୀକ୍ଷା ପାଇଁ ୪ ଘଣ୍ଟା ବନ୍ଦ ହେଲା ଇଣ୍ଟରନେଟ୍‌ ସେବା appeared first on Odisha Reporter.



from Odisha Reporter https://ift.tt/Z0GcrPg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages