ଗୁଣିଗାରେଡ଼ି ସନ୍ଦେହରୁ ନିର୍ମମ କାଣ୍ଡ; ଆଖି ବୁଜିଲା ବାପା, ୨ ପୁଅ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 3, 2022

ଗୁଣିଗାରେଡ଼ି ସନ୍ଦେହରୁ ନିର୍ମମ କାଣ୍ଡ; ଆଖି ବୁଜିଲା ବାପା, ୨ ପୁଅ ଗୁରୁତର

ରାୟଗଡ଼ା(ମାଉଡି ବାରିକ): ଗୁଣି ଗାରେଡ଼ି ସନ୍ଦେହ ଉଜାଡ଼ିଦେଲା ପରିବାର। ରାତି ଅଧରେ ଘରୁ ବାପ ଓ ୨ ପୁଅଙ୍କୁ ଟାଣି ଆଣି ନିର୍ଧୂମ ପିଟିଲେ ଗାଁ ଲୋକେ । ଗୁରୁତର ୨ ପୁଅ ଖସି ପଳାଇଥିବା ବେଳେ ଘଟଣାସ୍ଥଳରେ କିନ୍ତୁ ଜୀବନ ହାରିଛି ବାପା । ଗୁରୁତର ୨ ପୁଅ ଏବେ ମେଡିକାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଏପରି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ  ଡୁଦୁକାବାହାଲ ପଞ୍ଚାୟତ ଟିଟିଗୁଡା ଗାଁରେ ଘଟିଛି। ମୃତକ ହେଲେ ୫୫ ବର୍ଷୀୟ ଦଇ ମାଝି ।

ଗତକାଲି ରାତିରେ ଘରେ ଦଇ ମାଝି,  ସ୍ତ୍ରୀ ଓ ଦୁଇ ପୁଅ ଥିବା ବେଳେ ସେମାନେ ଶୋଇ ପଡ଼ିଥିଲେ। ରାତି ପ୍ରାୟ ୧୨ଟା ପରେ ଗାଁର ୨୦ରୁ ଊର୍ଦ୍ଧ୍ୱ ଲୋକ ତାଙ୍କ କବାଟ ଭାଙ୍ଗି ବାପ ଓ ୨ ପୁଅଙ୍କୁ ବାହାରକୁ ଘୋଷାଡ଼ି ଆଣିଥିଲେ। ଏହାପରେ ସେମାନେ ୩ ଜଣଙ୍କୁ ଗାଁ ମଝିରେ ବାନ୍ଧି ଦେଇ ନିର୍ଧୂମ ପିଟିଥିଲେ। ତୁମେମାନେ ଗୁଣିଗାରେଡ଼ି କରୁଥିବାରୁ ଅକାଳରେ ଗାଁର ବହୁ ଲୋକ ଜୀବନ ହାରୁଛନ୍ତି ବୋଲି କହିଥିଲେ। ଏହା ମଧ୍ୟରେ ୨ ପୁଅ ଖସି ଦୌଡ଼ି ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ  ଦଇ ମାଝି କିନ୍ତୁ ଖସି ପାରି ନ ଥିଲେ। ଫଳରେ ଗ୍ରାମବାସୀଙ୍କ ନିର୍ଯାତନା ସହି ନ ପାରି ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ।

ଗୁରୁତର ୨ ପୁଅ ଟିକିରି ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ କରି ଜଣଙ୍କୁ ଅଟକ ରଖିଛି। ଏହି ଘଟଣା ପରେ ଗ୍ରାମରେ ଏକ ପ୍ରଭାର ଭୟର ବାତାବରଣ ଖେଳି ଯାଇଛି।

The post ଗୁଣିଗାରେଡ଼ି ସନ୍ଦେହରୁ ନିର୍ମମ କାଣ୍ଡ; ଆଖି ବୁଜିଲା ବାପା, ୨ ପୁଅ ଗୁରୁତର appeared first on Odisha Reporter.



from Odisha Reporter https://ift.tt/N5uYUw7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages