ନୂଆଦିଲ୍ଲୀ: ଲାଲକିଲ୍ଲାରୁ ବିରୋଧୀଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରହାର। ନାଁ ନନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ନରେନ୍ଦ୍ର ମୋଦି। ୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୋଦି କହିଛନ୍ତି ଦୁର୍ନୀତି ଓ ପରିବାରବାଦ ଦେଶକୁ ଧୀରେ ଧୀରେ ଖୋଳ କରୁଛି। ଉଇ ଭଳି ଦେଶକୁ ଫମ୍ପା କରିବାରେ ଲାଗିଛନ୍ତି।
ପରିବାରବାଦ ପ୍ରସଙ୍ଗ ଉପରେ ପରୋକ୍ଷରେ ବର୍ଷିଛନ୍ତି ମୋଦି। ସେ କହିଛନ୍ତି, ମୁଁ ଯେତେବେଳେ ଭାଇ ଭତିଜାବାଦ ତଥା ପରିବାରବାଥର କଥା କୁହେ ସେତେବେଳେ ଲୋକମାନେ ମୁଁ କେବଳ ରାଜନୈତିକ କରୁଛି ବୋଲି ଭାବୁଛନ୍ତି। ଦୁର୍ଭାଗ୍ୟବଶତଃ, ରାଜନୀତିର ଏହି ଖରାପ ଗୁଣ ଭାରତର ସମସ୍ତ ଅନୁଷ୍ଠାନରେ ପରିବାରବାଦକୁ ପୋଷୁଛି। ଏଥିଯୋଗୁ ଦେଶର ପ୍ରତିଭାକୁ କ୍ଷତି ପହଞ୍ଚୁଛି। ତେଣୁ ପରିବାରବାଦ ବିରୋଧରେ ଲଢ଼ିବା ପାଇଁ ଦେଶର ଯୁବକଙ୍କ ସମର୍ଥନ ଚାହୁଁଛି ବୋଲି ମୋଦି କହିଛନ୍ତି।
ସେହିପରି ଦୁର୍ନୀତି ବିରୋଧରେ ମଧ୍ୟ ମୋଦି ବିରୋଧୀଙ୍କୁ ଟାର୍ଗେଟ୍ କରି ବର୍ଷିଛନ୍ତି। ଦୁର୍ନୀତିକୁ ସମର୍ଥନ କରୁଥିବା ଲୋକଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ସଲ ଦୁର୍ନୀତି ବିରୋଧୀ ଲଢ଼େଇରେ ଦେଶବାସୀଙ୍କ ସହାୟତା ମାଗିଛନ୍ତି। ଏଥିସହ ସେ କହିଛନ୍ତି, ଦୁର୍ନୀତିକୁ ସମୂଳେ ଧ୍ୱଂସ କରିବା ଉଚିତ। ଭାରତର ଲୋକେ ଗରିବୀ ସହ ଲଢ଼ୁଛନ୍ତି। ତେଣୁ ଆମକୁ ପୂରା ସାହସର ସହ ଦୁର୍ନୀତି ବିରୋଧରେ ଲଢ଼ିବାକୁ ହେବ। ନୂଆ ଭାରତ ପାଇଁ ଦେଶରୁ ଦୁର୍ନୀତିକୁ ହଟାଇବାକୁ ହେବ ବୋଲି ମୋଦି କହିଛନ୍ତି।
#WATCH PM Narendra Modi calls for a decisive fight against corruption and 'Parivaarwaad' during his Independence Day speech #IndiaAt75 pic.twitter.com/5xvdSaz4wm
— ANI (@ANI) August 15, 2022
ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ନାରୀ ଶକ୍ତିକୁ ସମ୍ମାନ ଦେବା ଜରୁରୀ। ନାରୀଙ୍କ ପ୍ରତି ଅପମାନ ପ୍ରଦର୍ଶନ କଦାପି ଠିକ୍ ନୁହେଁ। ଦେଶରେ ନାରୀଙ୍କୁ ସମ୍ମାନ ଦେବା ପ୍ରାଥମିକତା। ନାରୀଙ୍କୁ ସମ୍ମାନ ଦେବା ରାଷ୍ଟ୍ର ପାଇଁ ଗୌରବର ବିଷୟ। କର୍ତ୍ତବ୍ୟ ପ୍ରତି ସମର୍ପଣ ଭାବ ବିକାଶ ପାଇଁ ଆବଶ୍ୟକ। ନାରୀଙ୍କୁ ସୁଯୋଗ ଦେଲେ ଶୀଘ୍ର ସ୍ୱପ୍ନ ପୂରଣ ହେବ। କର୍ତ୍ତବ୍ୟ ପାଇଁ ସମର୍ପଣ ଭାବ ବିକାଶ ପାଇଁ ଆବଶ୍ୟକ।
ସେହିପରି ୭୫ବର୍ଷ ପରେ ମେଡ୍ ଇନ୍ ଇଣ୍ଡିଆ ତୋପରେ ସଲାମୀ ଦିଆଯାଇଛି। ଲାଲକିଲ୍ଲାରେ ସ୍ୱଦେଶ ତୋପର ସଲାମୀ ଦେବା ବଡକଥା। ମୃତ୍ୟୁକୁ ହାତମୁଠାରେ ନେଇ ଚାଲୁଛନ୍ତି ସେନା ଯବାନ। ସେନାର ବୀର ଯବାନଙ୍କୁ କୋଟି କୋଟି ପ୍ରଣାମ। ଜଳବାୟୁ ପରିବର୍ତ୍ତନ ସମାଧାନ କରିପାରିବ ଭାରତ। ଆମେ ପ୍ରକୃତି ସହ ଯୋଡି ହୋଇ ରହିଛୁ। ଆମେ ନରଙ୍କ ଭିତରେ ନାରାୟଣଙ୍କୁ ଦେଖୁ। ଆମେ ବସୁଧୈବ କୁଟୁମ୍ବକମ୍ରେ ବିଶ୍ୱାସ କରୁ। ଆମ ପରାକାଷ୍ଠାକୁ ସାରା ବିଶ୍ୱ ପ୍ରଶଂସା କରିଛି। ଆତ୍ମନିର୍ଭର ଭାରତର ମୂଳଭିତ୍ତି ଦୃଢ ହେଉଛି ବୋଲି ମୋଦି କହିଛନ୍ତି।
The post ଦେଶକୁ ଫମ୍ପା କରୁଛି ଦୁର୍ନୀତି ଓ ପରିବାରବାଦ: ମୋଦି appeared first on Odisha Reporter.
from Odisha Reporter https://ift.tt/2yPbKwn
No comments:
Post a Comment