ଲକ୍ଷ୍ମୀଡୁଙ୍ଗୁରୀ ପାହାଡ଼ରେ ଭୂସ୍ଖଳନ, ଯାତାୟାତ ଠପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 9, 2022

ଲକ୍ଷ୍ମୀଡୁଙ୍ଗୁରୀ ପାହାଡ଼ରେ ଭୂସ୍ଖଳନ, ଯାତାୟାତ ଠପ୍‌

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଲଗାଣ ବର୍ଷା ଯୋଗୁ ସମ୍ବଲପୁର-ବୁର୍ଲା ରାସ୍ତର ୫୩ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମୀଡୁଙ୍ଗୁରୀ ପାହାଡ଼ରେ ଭୂସ୍ଖଳନ ହୋଇଛି। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ପାହାଡ଼ରୁ ପଥର ଖଣ୍ଡ ଗୁଡ଼ିକ ରାସ୍ତାରେ ପଡ଼ି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ମହାନଦୀ ବ୍ରିଜ ନିକଟରୁ ବ୍ୟାରିକେଟ କରାଯାଇ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱକୁ ବନ୍ଦ କରି ଦିଆଯାଇଛି। ବର୍ଷା ଲାଗି ରହିଥିବାରୁ କୌଣସି ମୂହୂର୍ତ୍ତରେ ମଧ୍ୟ ପୁଣି ଥରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ଏଥିପାଇଁ ସେହି ରାସ୍ତା ଦେଇ ଯିବାଆସିବା କରିବାକୁ ବାରଣ କରାଯାଇଛି। ଲକ୍ଷ୍ମୀଡୁଙ୍ଗୁରି ପାହାଡ଼ରୁ ପଥର ଖସିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଲକ୍ଷ୍ମୀଡୁଙ୍ଗୁରୀ ପାହାଡ଼ରୁ ପଥର ଖସିଥିଲା।

ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରଟି ଗତକାଲି ଅବପାତରେ ପରିଣତ ହେବା ପରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ଏହା ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଅତିପ୍ରବଳ ବର୍ଷାର ବି ସମ୍ଭାବନା ରହିଛି। ଏହାସହ ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦରରେ  ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

The post ଲକ୍ଷ୍ମୀଡୁଙ୍ଗୁରୀ ପାହାଡ଼ରେ ଭୂସ୍ଖଳନ, ଯାତାୟାତ ଠପ୍‌ appeared first on Odisha Reporter.



from Odisha Reporter https://ift.tt/eDxrdMB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages