ଶ୍ରୀନଗର: ଘାଟିରେ ପୁଣି ଏନ୍କାଉଣ୍ଟର। ଆଜି ସକାଳୁ ଜମ୍ମୁକଶ୍ମୀରରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍କାଉଣ୍ଟର ଆରମ୍ଭ ହୋଇଛି। ବଡଗାମର ୱାଟରହେଲ୍ ଅଞ୍ଚଳରେ ଏହି ଏନ୍କାଉଣ୍ଟର ଜାରି ରହିଛି। ସୁରକ୍ଷାବାହିନୀ ଲସ୍କର-ଏ-ତୋଇବା ଆତଙ୍କବାଦୀ ସଙ୍ଗଠନର ୩ କୁଖ୍ୟାତ ଆତଙ୍କବାଦୀଙ୍କୁ ଘେରିଛି। ଏନେଇ କଶ୍ମୀର ଏଡିଜିପି ବିଜୟ କୁମାର ସୂଚନା ଦେଇଛନ୍ତି।
ପୁଲିସ ଓ ସୁରକ୍ଷାବାହିନୀ ମିଳିତ ଭାବେ ଏହି ଅପରେସନ୍ରେ ସାମିଲ ହୋଇଛନ୍ତି। ଉଭୟ ପାର୍ଶ୍ୱରୁ ଗୁଳିବିନିମୟ ଜାରି ରହିଛି। ୩ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଲତିଫ ରାଠୋର ନାମକ ଜଣେ ଆତଙ୍କବଦୀ ଅଛି। ଅନେକ ସାଧାରଣ ନାଗରିକଙ୍କୁ ହତ୍ୟା କରିବାରେ ତା’ର ହାତ ରହିଥିବା ପୁଲିସ କହିଛି।
ଏଡିଜିପି ବିଜୟ କୁମାରଙ୍କ କହିବା ମୁତାବକ, କାଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯାଇଥିବା ରାହୁଲ ଭଟ୍ଟ ଏବଂ ଟିଭି ଅଭିନେତ୍ରୀ ଅମ୍ରିନ୍ ଭଟ୍ଟଙ୍କ ହତ୍ୟାରେ ଲତିଫ ସମ୍ପୃକ୍ତ ଥିଲା। ସମସ୍ତ ତିନୋଟି ଆତଙ୍କବାଦୀ ଲଶ୍କର-ଇ-ତାଇବା ସହିତ ଜଡିତ। କୁହାଯାଉଛି ଯେ ବଡଗାମରର ୱାଟରହେଲ ଗାଁରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସମ୍ପର୍କରେ ପୁଲିସ ଏବଂ ସୁରକ୍ଷାବାହିନୀକୁ ସୂଚନା ମିଳିଥିବା। ଏହା ପରେ ପୁଲିସ ଏବଂ ସୁରକ୍ଷାବାହିନୀ ମିଳିତ ଭାବେ ସେମାନଙ୍କୁ ଧରିବା ପାଇଁ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ପ୍ରଥମେ ତାଙ୍କ ଉପରକୁ ଗୁଳି ମାଡ କରିଥିଲେ। ଏହା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।
J&K | Encounter underway at the Waterhail area of Budgam. Three terrorists of terror outfit LeT(TRF) are trapped, including terrorist Lateef Rather who was involved in several civilian killings including Rahul Bhat and Amreen Bhat.
(Visuals deferred by unspecified time) pic.twitter.com/Mapmrcqf3j
— ANI (@ANI) August 10, 2022
ଏହାପୂର୍ବରୁ ଜମ୍ମୁକଶ୍ମୀରର ଗକୁଲଗାମ ଜିଲ୍ଲାରେ ଅଗଷ୍ଟ ୫ ତାରିଖରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଯବାନ ଆହତ ହୋଇଥିଲେ। ଜଣେ ପୁଲିସ ଅଧିକାରୀ କହିବା ମୁତାବକ, କୁଲଗାମ ଜିଲ୍ଲାର ରେଡୱାନୀରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସେହି ଅଞ୍ଚଳରେ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।
The post ୩ କୁଖ୍ୟାତ ଲସ୍କର ଆତଙ୍କବାଦୀଙ୍କୁ ଘେରିଲା ସେନା appeared first on Odisha Reporter.
from Odisha Reporter https://ift.tt/fuYMriX
No comments:
Post a Comment