୫ ବର୍ଷର ନାବାଳିକାକୁ ଅନାଥ କରିଦେଲା ବିଦ୍ୟୁତ୍‌ ଆଘାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 9, 2022

୫ ବର୍ଷର ନାବାଳିକାକୁ ଅନାଥ କରିଦେଲା ବିଦ୍ୟୁତ୍‌ ଆଘାତ

ଚମ୍ପୁଆ(ଦୀପକ ମହନ୍ତ): କ୍ଷଣକରେ ବଦଳିଗଲା ଦୁନିଆ। ଛାରଖାର ହୋଇଗଲା ହସଖୁସିର ସଂସାର। ଅଳିଅଳିରେ ବଢ଼ୁଥିବା କୁନି ଝିଅ ମୁଣ୍ଡ ଉପରୁ ଉଠିଗଲା ବାପାମା’ଙ୍କ ହାତ । ଅନାଥ କରିଦେଲା ବିଦ୍ୟୁତ୍‌ ଆଘାତ । ବିଦ୍ୟୁତ୍‌ ଆଘାତରେ ବାପାମା’ଙ୍କ ଜୀବନ ଚାଲିଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛି ୫ ବର୍ଷର ଝିଅ। ଏପରି ହୃଦୟ ବିଦାରକ ଘଟଣା  କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଆଜି ସକାଳୁ ଘଟିଛି।

ମୃତ ଦମ୍ପତି ଯୋଡ଼ା ଥାନା ଅଂସେଇକଳା ପଞ୍ଚାୟତ ଜାମୁକୁଣ୍ଡିଆ ଗାଁର ବୋଲି ଜଣାପଡିଛି ।  ଖବର ପାଇ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଯୋଡ଼ା ପୁଲିସ । ଏଥିସହ ଆହତ ନାବାଳିକାକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ନାବାଳିକାଟି ଧିରେ ଧିରେ ସୁସ୍ଥ ହେଉଥିବା ବେଳେ ନିଜ ବାପାମା’ଙ୍କୁ ଖୋଜୁଛି। ପିଲାଟିର ଭବିଷ୍ୟତ କ’ଣ ହେବ, ବାପାମା’ ବିନା କିପରି ବଞ୍ଚିବ ସେଇ ଆଶଙ୍କା ମଧ୍ୟରେ ରହିଛନ୍ତି ପରିବାର ଲୋକେ ।

The post ୫ ବର୍ଷର ନାବାଳିକାକୁ ଅନାଥ କରିଦେଲା ବିଦ୍ୟୁତ୍‌ ଆଘାତ appeared first on Odisha Reporter.



from Odisha Reporter https://ift.tt/uKHxyGV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages