ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଡ଼ୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ୨ ଦିନ ହେଲା ଲାଗି ରହିଥିବା ବିବାଦ ଯୋଗୁ ଗତକାଲି ଖାଡ଼ା ଉପାସରେ ରହିଛନ୍ତି ପ୍ରଭୁ ଶ୍ରୀଲିଙ୍ଗରାଜ । ଦିନ ସାରା ପ୍ରଭୁଙ୍କ ନିକଟରେ କୌଣସି ନୀତିକାନ୍ତି ହୋଇ ପାରିନି। ଫଳରେ ବର୍ଷ ବର୍ଷର ପରମ୍ପରା ଓ ନୀତିକାନ୍ତି ଭାଙ୍ଗି ଯାଇଛି। ଏଥିଯୋଗୁ ଶ୍ରଦ୍ଧାଳୁମାନେ ଖୁବ୍ ବ୍ୟଥିତ ହୋଇଥିବା ବେଳେ ଏହାର ସମାଧାନ ବାଟ ବାହାରି ପାରୁ ନ ଥିବାରୁ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।
ଦୁଇ ଦିନ ତଳେ ପଇତାଲାଗି ନୀତିକୁ ନେଇ ବଡ଼ୁ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ପଇତାଲାଗି ପାଇଁ ଉଭୟ ନିଯୋଗ ଅଡ଼ି ବସିଥିବା ଯୋଗୁଁ ଏହି ମତାନ୍ତର ଆରମ୍ଭ ହୋଇଛି। ଗତକାଲି ପ୍ରଭୁ ଲିଙ୍ଗରାଜଙ୍କର କୌଣସି ବି ନୀତିକାନ୍ତି ହୋଇନି ।ଫଳରେ ଗତକାଲି ବାବାଙ୍କ ଚତୁର୍ଦ୍ଦଶୀ ତିଥିରେ ଉଠି ପାରିନି ମହାଦୀପ ।
ବର୍ଷ ବର୍ଷ ଧରି ଚାଲି ଆସିଥିବା ପରମ୍ପରା ଗତକାଲି ଭାଙ୍ଗିଛି । ଏହି ବିବାଦର ୨ ଦିନ ପରେ ବି ଏହାର ସମାଧାନର ବାଟ ବାହାରିପାରୁନି। ପ୍ରଶାସିକ ସ୍ତରରେ ଏହି ବିବାଦର ସମାଧାନ ପାଇଁ ତତ୍ପରତା ପ୍ରକାଶ କରିବାକୁ ଶ୍ରଦ୍ଧାଳୁମାନେ ଅନୁରୋଧ କରିଛନ୍ତି।
The post ଖାଡ଼ା ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ, ହୋଇପାରିନି ନୀତିକାନ୍ତି appeared first on Odisha Reporter.
from Odisha Reporter https://ift.tt/asU1WtF
No comments:
Post a Comment