ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ପୂର୍ବ ପାଇଁ ଦେଶ ଓ ରାଜ୍ୟରେ ଉତ୍ସବ ମୁଖର ପରିବେଶ। ଆଜି ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ। ଆଉ ଭାଇ ନିଜଭଉଣୀର ସୁରକ୍ଷା ପାଇଁ ଦେବ ପ୍ରତିଶ୍ରୁତି। ଏହି ଖଣ୍ଡିଏ ସୁତାରେ ଯୋଡ଼ି ହୋଇ ଯାଏ ଭାଇ ଓ ଭଉଣୀର ସମ୍ପର୍କ। ଭଉଣୀର ସୁଖରେ ସୁଖି ଓ ଦୁଃଖରେ ଦୁଃଖି ହୁଏ ଭାଇ। ୟେ ଏମିତିକା ସମ୍ପର୍କ ଯାହା ଦୁନିଆର ସବୁଠୁ ପବିତ୍ର, ଅତୁଟ ଓ ସୁରକ୍ଷିତ।
ଭାଇ ସାନ ହେଉ ଅବା ବଡ଼ ସବୁବେଳେ ଭଉଣୀର ଅଳି ଅର୍ଦଳ ଶୁଣେ। ସବୁ ପରିସ୍ଥିତିରେ ତା ପାଖେ ଛିଡ଼ା ହୁଏ। ଆଉ ଭଉଣୀ ବି ଯେମିତି ମାଆ ପରି, ଭାଇର ସବୁ କଥାକୁ ବୁଝେ।ଗତ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁ ପ୍ରତିବନ୍ଧକ ଭିତରେ ପାଳନ ହୋଇଥିଲା ରାକ୍ଷୀ ପୂର୍ଣ୍ଣମୀ। ହେଲେ ଏଥର କଟକଣା ହଟିଛି। ଏହାସହ କରୋନା ଭୟ ବି କମିଛି। ତେଣୁ କଟକଣା ମୁକ୍ତ ରକ୍ଷା ବନ୍ଧନ ପର୍ବ ପାଳନ ପାଇଁ ବିଭିନ୍ନ ଅଞ୍ଚଳରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
The post ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା appeared first on Odisha Reporter.
from Odisha Reporter https://ift.tt/1xeY7da
No comments:
Post a Comment