କାହିଁକି ତେଜସ୍ୱୀଙ୍କୁ ୪ ଦିନ ଅପେକ୍ଷା କରିବାକୁ କହିଥିଲା ବିଜେପି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 10, 2022

କାହିଁକି ତେଜସ୍ୱୀଙ୍କୁ ୪ ଦିନ ଅପେକ୍ଷା କରିବାକୁ କହିଥିଲା ବିଜେପି?

ନୂଆଦିଲ୍ଲୀ: ନୀତୀଶ କୁମାରଙ୍କ ଜେଡିୟୁ ଓ ତେଜସ୍ୱୀ ଯାଦବଙ୍କ ଆରଜେଡି ଏବେ ବିହାରରେ ନୂଆ ସରକାର ଗଠନ କରିଛନ୍ତି। ବିଜେପି ଠାରୁ ଅଲଗା ହେବା ପରେ ଜେଡିୟୁ ବୁଧବାର ଆରଜେଡି ସହ ହାତ ମିଳାଇଛି। ସରକାର ଗଠନ ହେବା ପୂର୍ବରୁ ବିଜେପି ଏହାକୁ ଅଟକାଇବା ପାଇଁ ଜୋରଦେର ପ୍ରୟାସ କରିଥିବା ଜେଡିୟୁର ଜାତୀୟ ଅଧ୍ୟକ୍ଷ ଲଲନ ସିଂହ ସିଂହ ଅଭିଯୋଗ କରିଛନ୍ତି।

ଏଥିସହ ବିଜେପି ପକ୍ଷରୁ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ଫୋନ କରି ୩ରୁ ୪ ଦିନ ଅପେକ୍ଷା କରନ୍ତୁ ବୋଲି କୁହାଯାଇଥିବା ଜେଡିୟୁ ପକ୍ଷରୁ ଦାବି କରାଯାଇଛି। ହେଲେ କାହିଁକି ବିଜେପି ୪ ଦିନ ଅପେକ୍ଷା କରିବାକୁ କହୁଥିଲା, ସେକଥା ଜଣାପଡ଼ିନି।

ଲଲନ ସିଂହ କହିଛନ୍ତି, “ନୂଆ ମେଣ୍ଟ ସହ ବିଜେପି ସରକାର ଗଠନ ନ କରୁ ବୋଲି ବିଜେପି ଜୋରଦାର ଉଦ୍ୟମ କରିଥିଲା। ଏପରି କି ବିଜେପି ନେତାମାନେ ଅନ୍ୟ ଦଳଗୁଡ଼ିକ ଉପରେ ଚାପ ପକାଇବାକୁ ମଧ୍ୟ ଚେଷ୍ଟା କରିଥିଲେ। ସରକାର ଗଠନ ହେବାର ଦିନକ ପୂର୍ବରୁ ବିଜେପିର କିଛି ବରିଷ୍ଠ ନେତା ତେଜସ୍ୱୀ ଯାଦବଙ୍କୁ ଫୋନ କରି ବୁଝାଇବାକୁ ଚେଷ୍ଟା କରିଥିଲେ। ନୀତୀଶଙ୍କ ସହ ଆପଣ ଯାଇ ପାରନ୍ତି, ହେଲେ ୩ରୁ ୪ ଦିନ ଅପେକ୍ଷା କରନ୍ତୁ ବୋଲି ସେମାନେ ତେଜସ୍ୱୀଙ୍କୁ କହିଥିଲେ। ହେଲେ କାହିଁକି ସେମାନେ ୪ ଦିନ ଅପେକ୍ଷା କରିବାକୁ କହୁଥିଲେ? ଆମ ସହ ତାଙ୍କର ଆଉ କୌଣସସି ଏଜେଣ୍ଟ ନାହାନ୍ତି। ତାଙ୍କର ଜଣେ ଏଜେଣ୍ଟ ଥିଲେ ଓ ତାଙ୍କୁ ନୀତୀଶ କୁମାର ବିଦା କରି ଦେଇଛନ୍ତି।”

ଲଲନ ସିଂହ ପରୋକ୍ଷରେ ଆରସିପି ସିଂହଙ୍କୁ ବିଜେପିର ଏଜେଣ୍ଟ ଭାବେ ଦର୍ଶାଇଛନ୍ତି। କାରଣ ଆରସିପି ସିଂହ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନୀତୀଶ କୁମାରଙ୍କ ବିନା ଅନୁମତିରେ ଜୁଲାଇ ୭ ଯାଏ କାମ କରିଥିଲେ। ଏତିକି ବେଳେ ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ଅବଧି ଶେଷ ହୋଇଯିବାରୁ ନୀତୀଶ କୁମାର ତାଙ୍କୁ ଆଉ ଉଚ୍ଚ ସଦନକୁ ପଠାଇ ନଥିଲେ। ଫଳରେ ସେ ବାଧ୍ୟ ହୋଇ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କୁ ଦଳରେ ଅଣଦେଖା କରାଯିବା ଆରମ୍ଭ ହୋଇଥିଲା। ଏହାକୁ ବିରୋଧ କରି ଆରସିପି ସିଂହ ନିକଟରେ ଜେଡିୟୁକୁ ବାଏବାଏ କହିଥିଲେ।

ଅନ୍ୟପକ୍ଷରେ ବିଜେପି କହିଛି ଯେ ବିହାରରେ ରାଜନୀତିକ ଛକାପଞ୍ଝା ଭିତରେ ଅମିତ ଶାହ ଦୁଇ ଦିନ ତଳେ ନୀତୀଶ କୁମାରଙ୍କୁ ଫୋନ କରିଥିଲେ। ସ୍ଥିତି ବିଷୟରେ ତାଙ୍କ ସହ କଥା ମଧ୍ୟ ହୋଇଥିଲେ। ଏହି ସମୟରେ ନୀତୀଶ କୁମାର କିଛି ବି ଚିନ୍ତା କରନ୍ତୁ ନାହିଁ ଓ ସବୁ କିଛି ଠିକଠାକ ଥିବା ଶ୍ରୀ ଶାହଙ୍କୁ କହିଥିବା ବରିଷ୍ଠ ନେତା ସୁଶୀଲ ମୋଦି କହିଛନ୍ତି।

The post କାହିଁକି ତେଜସ୍ୱୀଙ୍କୁ ୪ ଦିନ ଅପେକ୍ଷା କରିବାକୁ କହିଥିଲା ବିଜେପି? appeared first on Odisha Reporter.



from Odisha Reporter https://ift.tt/g2dG0IF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages