କୋଣାର୍କ(ସଞ୍ଜୟ ପତି): ପୁରୀ ଜିଲ୍ଲା ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅନ୍ତର୍ଗତ ରାମଚଣ୍ଡି କୁଶଭଦ୍ରା ନଦୀ ମୁହାଣଠାରୁ କିଛି ଦୂରରେ ଥିବା ବେଳାଭୂମିରୁ ମଣିଷ କଙ୍କାଳ ଉଦ୍ଧାର କରାଯାଇଛି। ପୁଲିସ କଙ୍କାଳକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯାଇଛି।
ଗତକାଲି ଗଡବାଙ୍ଗର ଗାଁର କିଛି ଲୋକେ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ବେଳାଭୂମିରେ ଏକ କଙ୍କାଳଟି ପଡ଼ିଥିବା ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କଙ୍କାଳକୁ ଜବତ କରିଥିଲା। ତେବେ କଙ୍କାଳଟି କାହାର ଏଯାଏଁ ଜଣାପଡିନି। ଏହା ହତ୍ୟାକାଣ୍ଡ ଜନିତ ଘଟଣା କିମ୍ବା ସମୁଦ୍ରରେ ବୁଡ଼ି ମୃତ୍ୟୁ ହୋଇଥିବା କୌଣସି ବ୍ୟକ୍ତିଙ୍କ କଙ୍କାଳ ହୋଇଥାଇ ପାରେ ବୋଲି ସନ୍ଦେହ କରୁଛି ପୁଲିସ। ମଣିଷ କଙ୍କାଳ ମିଳିବା ନେଇ ପୁରୀ ଜିଲ୍ଲାର ସମସ୍ତ ଥାନାକୁ ଖବର ଦିଅଯାଇଛି। ଚିହ୍ନଟ ପାଇଁ କଙ୍କାଳକୁ ୯୬ ଘଣ୍ଟା ରଖାଯିବ ବୋଲି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧିକାରୀ କହିଛନ୍ତି।
The post ସମୁଦ୍ର କୂଳରେ ପଡ଼ିଛି ମଣିଷ କଙ୍କାଳ appeared first on Odisha Reporter.
from Odisha Reporter https://ift.tt/QBdpfP1
No comments:
Post a Comment