“ମୁଁ ମରିବା ଯାଏ ଆମେ ଏକାଠି ରହିବା” ସ୍ତ୍ରୀଙ୍କ ମୃତଦେହକୁ ଘର ଭିତରେ ପୋତିଲେ ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 25, 2022

“ମୁଁ ମରିବା ଯାଏ ଆମେ ଏକାଠି ରହିବା” ସ୍ତ୍ରୀଙ୍କ ମୃତଦେହକୁ ଘର ଭିତରେ ପୋତିଲେ ସ୍ୱାମୀ

ଭୋପାଲ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ଭଲ ପାଇବାର ଗୋଟିଏ ନିଚ୍ଛକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଏତେ ଭଲ ପାଉଥିଲେ ଯେ ମୃତ୍ୟୁପରେ ମଧ୍ୟ ସେ ତାଙ୍କୁ ନିଜ ପାଖରୁ ଦୂରେଇ ଦେଇ ନାହାନ୍ତି। ପତ୍ନୀଙ୍କ ସହ ରହିବା ପାଇଁ ସେ ଘର ଭିତରେ ହିଁ ମୃତଦେହକୁ ପୋତିଥିଲେ। ଏଥିସହ ପତ୍ନୀଙ୍କ ସମାଧି ପାଖରେ ହିଁ ଶୋଉଥିଲେ।

ଏହାକୁ ବ୍ୟକ୍ତିଙ୍କ ସମ୍ପର୍କୀୟ ଓ ପଡ଼ୋଶୀମାନେ ବିରୋଧ କରିଥିଲେ ବି ସେ କିଛି ବି ଶୁଣି ନଥିଲେ। ମୁଁ ମରିବା ଯାଏ ମୋ ପତ୍ନୀଙ୍କ ସହ ଏକାଠି ରହିବି ବୋଲି ବ୍ୟକ୍ତି ଜଣଙ୍କ କହିବା ସମସ୍ତଙ୍କୁ ଭାବବିହ୍ୱଳ କରିଛି। ମଧ୍ୟପ୍ରଦେଶର ଡିଣ୍ଡୋରିରୁ ଏପରି ଘଟଣା ଆସିଛି। ଏଠାରେ ସ୍କୁଲ ଶିକ୍ଷକ ଭାବେ କାମ କରୁଥିବା ଓମକାରଦାସ ମୋଗ୍ରେ ପତ୍ନୀ ଋକ୍ମଣୀଙ୍କୁ ଘର ଭିତରେ ସମାଧି ଦେବା ସହ ସେଠାରେ ଫୁଲ ବିଛାଇଛନ୍ତି। ଏଥିସହ ପତ୍ନୀଙ୍କ ସମାଧି ପାଖରେ ମଧ୍ୟ ଶୋଉଛନ୍ତି।

ହେଲେ ପଡ଼ୋଶୀମାନେ ଏହାକୁ ଦେଖି ଆତଙ୍କିତ ହେବା ସହ ଜିଲ୍ଲାପାଳଙ୍କୁ ଏ ବିଷୟରେ ଜଣାଇଥିଲେ। ଜିଲ୍ଲାପାଳ ମାଟିତୁଳୁ ଋକ୍ମଣୀଙ୍କ ମୃତଦେହକୁ ବାହାର କରି ଉପଯୁକ୍ତ ନିୟମ ସହ ଅନ୍ତିମ ସଂସ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଓମକାରଦାସ ତୀବ୍ର ବିରୋଧ କରିଛନ୍ତି। ସେ ତାଙ୍କ ଘର ଭିତରୁ ପତ୍ନୀଙ୍କୁ କୁଆଡ଼େ ବି ଯିବାକୁ ଦେବେନି ବୋଲି କହିଛନ୍ତି।

ଡିଣ୍ଡୋରିର ବିର୍ସାମୁଣ୍ଡା ଷ୍ଟାଡିୟମ ନିକଟରେ ଓମକାରଦାସ ଓ ତାଙ୍କ ପତ୍ନୀ ଋକ୍ମଣୀ ରୁହନ୍ତି। ହେଲେ ମଙ୍ଗଳବାର ଋକ୍ମଣୀଙ୍କ ଦେହାନ୍ତ ହୋଇଥିଲା। ଋକ୍ମଣୀ ସିକେଲ ସେଲ ଆନେମିଆ ରୋଗରେ ୧୦ ବର୍ଷ ହେଲା ପୀଡ଼ିତ ଥିଲେ। ଉଭୟଙ୍କର କୌଣସି ପିଲାଛୁଆ ମଧ୍ୟ ନାହାନ୍ତି। ଋକ୍ମଣୀ ରୋଗରେ ପଡ଼ିଥିବାରୁ ଓମକାର ତାଙ୍କର ସବୁ ସେବା କରୁଥିଲେ। ଏଥିସହ ଘର କାମ ମଧ୍ୟ ତାଙ୍କ କାନ୍ଧରେ ରହିଥିଲା।

ତେବେ ମଙ୍ଗଳବାର ଋକ୍ମଣୀ ସ୍ୱାମୀଙ୍କୁ ଏକାକରି ପରପାରିକୁ ଚାଲି ଯାଇଥିଲେ। ଏହି ଖବର ପାଇବା ପରେ ସମ୍ପର୍କୀୟମାନେ ଏକାଠି ହୋଇ ଅନ୍ତିମ ସଂସ୍କାର ପାଇଁ ଓମକାରଙ୍କ ଘରେ ପହଞ୍ଚିଥିଲେ। କିନ୍ତୁ ସେ ପତ୍ନୀଙ୍କ ଅନ୍ତିମ ସଂସ୍କାର ଅନ୍ୟ କେଉଁଠି ନୁହେଁ ଘର ଭିତରେ କରିବାକୁ ସମ୍ପର୍କୀୟମାନଙ୍କୁ କହିଥିଲେ। ଘର ଭିତରେ ଗାତ ଖୋଳିବାରେ ସହଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ।

ଏକଥା ଶୁଣି ସମ୍ପର୍କୀୟ ଓ ପଡ଼ୋଶୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ସେମାନେ ଓମକାରଙ୍କୁ ବୁଝାଇବାକୁ ଚେଷ୍ଟା ମଧ୍ୟ କରିଥିଲେ। ହେଲେ ସେ କିଛି ବି ଶୁଣି ନଥିଲେ। ଋକ୍ମଣୀଙ୍କ ବିନା ସେ ବଞ୍ଚିପାରିବେ ନାହିଁ ବୋଲି କହିଥିଲେ। ଶେଷରେ ସମ୍ପର୍କୀୟମାନେ ତାଙ୍କ କଥାରେ ରାଜି ହୋଇ ଘର ଭିତରେ ଋକ୍ମଣୀଙ୍କୁ ସମାଧି ଦେବାରେ ସହାୟତା କରିଥିଲେ।

ତେବେ ପଡ଼ୋଶୀମାନେ ଏହାକୁ ସହଜରେ ଗ୍ରହଣ କରି ନଥିଲେ। ସେମାନେ ଓମକାରଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ କୌଣସି ପଦକ୍ଷେପ ନେଇ ନଥିଲା। ଏହାପରେ ସେମାନେ ଜିଲ୍ଲାପାଳଙ୍କୁ ଭେଟି ପୂରା ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲା ପ୍ରଶାସନର ଗୋଟିଏ ଟିମ୍ ଖବର ପାଇ ଓମକାରଙ୍କ ଘରେ ପହଞ୍ଚିଥିଲା।

ସେମାନେ ମାଟିତଳୁ ଋକ୍ମଣୀଙ୍କ ଶବ ବାହାର କରିବାକୁ ଚେଷ୍ଟା କରୁଥିବା ବେଳେ ଏହାକୁ ଓମକାର ବିରୋଧ କରିଥିଲେ। ସେ ଅଧିକାରୀମାନଙ୍କୁ କହିଥିଲେ ଯେ “ମଣିଷ ଓ ଆତ୍ମା ଏକ। ତେଣୁ ମୋ ପତ୍ନୀଙ୍କୁ ମୋ ଠାରୁ ଅଲଗା କରନ୍ତୁ ନାହିଁ। ମୁଁ ମରିବା ଯାଏ ତାଙ୍କ ସହ ଏକାଠି ରହିବାକୁ ଚାହେଁ।’’ ଏକଥା ଶୁଣି ଅଧିକାରୀମାନେ ତାଙ୍କୁ ଢେର ସମୟ ବୁଝାଇଥିଲେ। ଶେଷରେ ସେ ମାଟି ଖୋଳିବାକୁ ଅନୁମତି ଦେଇଥିଲେ।

The post “ମୁଁ ମରିବା ଯାଏ ଆମେ ଏକାଠି ରହିବା” ସ୍ତ୍ରୀଙ୍କ ମୃତଦେହକୁ ଘର ଭିତରେ ପୋତିଲେ ସ୍ୱାମୀ appeared first on Odisha Reporter.



from Odisha Reporter https://ift.tt/nmPaNkO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages