ଭୁବନେଶ୍ୱର ଷ୍ଟେସନରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 22, 2022

ଭୁବନେଶ୍ୱର ଷ୍ଟେସନରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ରେଳ ଷ୍ଟେସନରୁ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି। ଟ୍ରାକ ମରାମତି ପରେ ଆଜି ସକାଳ ୮ଟା ୧୫  ପରେ ଉଭୟ ରୁଟ୍‌ରେ ଟ୍ରେନ୍ ଚଳାଚଳ ଆରମ୍ଭ କରିଥିଲା। ପ୍ରଥମେ କୋଏମ୍ବାଟୁର-ହାଓଡ଼ା ଏକ୍ସପ୍ରେସ ଏହି ରୁଟ୍‌ ଦେଇ ଯାଇଥିଲା। ତେବେ ଦୁର୍ଘଟଣାସ୍ଥଳରେ ଟ୍ରେନ୍  ୧୫ କିଲୋମିଟର ବେଗରେ ଗତି କରିବାକୁ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଟ୍ରେନ ଚଳାଚଳ ସ୍ୱାଭାବିକ ହେବା ପୂର୍ବରୁ ‌ଆଜି ପାଇଁ ୬ଟି ପାସେଞ୍ଜର ଟ୍ରେନର ଚଳାଚଳ ବାତିଲ କରାଯାଇଥିଲା। ଭୁବନେଶ୍ୱର-ହାଓଡ଼ା, ଭୁବନେଶ୍ୱର-ବଲାଙ୍ଗିର, ପୁରୀ-ପାରାଦୀପ ପାସେଞ୍ଜର ଟ୍ରେନକୁ ବାତିଲ କରି ଦିଆଯାଇଥିଲା। ସେହିପରି ପୁରୀ-ବଡ଼ବିଲ, ତାଳଚେର-ପୁରୀ ଓ ପାରାଦୀପ-କଟକ ପାସେଞ୍ଜର ଟ୍ରେନ ବାତିଲ କରାଯାଇଥିଲା। ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲେ ମଧ୍ୟ ଏହି ୬ଟି ପାସେଞ୍ଜର ଟ୍ରେନ ଚଳାଚଳ ବାତିଲ ରହିଛି।

ଗତକାଲି ରାତି ପ୍ରାୟ ୮ଟା ୩୫ ସମୟରେ ଭୁବନେଶ୍ୱର ଷ୍ଟେସନ ପାଖରେ ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌ ହୋଇଥିଲା। ଚକ୍ରଧରପୁରରୁ ବିଜୟନଗରମ୍ ଯାଉଥିବା ସିମେଣ୍ଟ ବୋଝେଇ ମାଲବାହୀ ଟ୍ରେନ୍‌ର ୫ଟି ବଗି ଟ୍ରାକ୍‌ରୁ ତଳକୁ ଯାଇଥିଲା। ଫଳରେ ଟ୍ରାକ୍ ଓ ଇଲେକ୍ଟ୍ରିକ୍ ଲାଇନ କ୍ଷତିଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ରେଲୱେ ଅଧିକାରୀ ଓ ଦୁଇଶହରୁ ଅଢ଼େଇ ଶହ କର୍ମଚାରୀ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ। ସକାଳ ୮ଟା ସୁଦ୍ଧା ମରାମତି ଶେଷ ହୋଇଥିଲା। ଏହାପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି।

The post ଭୁବନେଶ୍ୱର ଷ୍ଟେସନରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ appeared first on Odisha Reporter.



from Odisha Reporter https://ift.tt/QDLHbgJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages