ଯୁକ୍ତ ୨ ପରେ ଘୁଞ୍ଚିଲା ଯୁକ୍ତ ୩ ନାମଲେଖା ଅବଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 24, 2022

ଯୁକ୍ତ ୨ ପରେ ଘୁଞ୍ଚିଲା ଯୁକ୍ତ ୩ ନାମଲେଖା ଅବଧି

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):  ଚାରିଆଡ଼େ ବନ୍ୟା ବିଭୀଷିକା । ଧୀରେ ଧୀରେ ଗାଁଗଣ୍ଡାରୁ ପାଣିର ସୁଅ କମୁଥିଲେ ବି  ଦୁର୍ଦ୍ଦଶାର ଅନ୍ତ ହୋଇନି। ଏପରି ସ୍ଥିତିକୁ ଦେଖି ୫ ଦିନ ପୂର୍ବେ ଯୁକ୍ତ ଦୁଇ ନାମଲେଖା ଅବଧିକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ଏବେ  ଯୁକ୍ତ ୩ ନାମଲେଖା ଅବଧିକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ନୂଆ  କାର୍ଯ୍ୟସୂଚୀ ଅନୁଯାୟୀ ଅନଲାଇନ୍ CAF ଆବେଦନର ଶେଷ ତାରିଖକୁ ଅଗଷ୍ଟ ୨୫ ପରିବର୍ତ୍ତେ ସେପ୍ଟେମ୍ବର ୧କୁ ଘୁଞ୍ଚାଇ ଦିଆଯାଇଛି।

ସେହିପରି ପ୍ରଥମ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୧ରୁ ୫ ତାରିଖ ପରିବର୍ତ୍ତେ ସେପ୍ଟେମ୍ବର ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୧୬ରୁ ୧୯ ତାରିଖ ଯାଏଁ ଚାଲିବ । ସ୍ପଟ ସିଲେକ୍ସନ୍ ତାରିଖ ସେପ୍ଟେମ୍ବର ୧୯ ପରିବର୍ତ୍ତେ ୨୧ରୁ ଆରମ୍ଭ ହେବ।

ସୂଚନାଯୋଗ୍ୟ,  ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି  ଯୁକ୍ତ ଦୁଇ ନାମଲେଖା ଅବଧିକୁ ଅଗଷ୍ଟ ୩୦ ତାରିଖକୁ ବୃଦ୍ଧି କରାଯାଇଛି ।  ପୂର୍ବରୁ ଅଗଷ୍ଟ ୨୫ଯାଏ ପ୍ରଥମ ପର୍ଯ୍ୟାୟ ନାମଲେଖା ଧାର୍ଯ୍ୟ ହୋଇଥିଲା। ହେଲେ ବନ୍ୟା ଯୋଗୁ ଏହାକୁ ଆଉ ୫ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିବା ସୂଚନା ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଯୁକ୍ତ ଦୁଇର ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ତାରିଖକୁ ସେପ୍ଟେମ୍ୱର ୮ରୁ ୧୦ ତାରିଖକୁ ବୃଦ୍ଧି କରାଯାଇଛି । ସ୍ପଟ୍ ସିଲେକ୍ସନ ସେପ୍ଟେମ୍ୱର ୧୭ରୁ ୨୦ମଧ୍ୟରେ ହେବ  । ବନ୍ୟା ପାଇଁ ରାଜ୍ୟରେ ଏକାଧିକ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି।

The post ଯୁକ୍ତ ୨ ପରେ ଘୁଞ୍ଚିଲା ଯୁକ୍ତ ୩ ନାମଲେଖା ଅବଧି appeared first on Odisha Reporter.



from Odisha Reporter https://ift.tt/BfJVexz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages