ଦୁଃଖ ଜଣାଇବାକୁ ଯାଇଥିଲେ ଯୁବକ, ଗର୍ଜିଲେ ତହସିଲଦାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 22, 2022

ଦୁଃଖ ଜଣାଇବାକୁ ଯାଇଥିଲେ ଯୁବକ, ଗର୍ଜିଲେ ତହସିଲଦାର

ଭଦ୍ରକ(ପାର୍ଥ ସାରଥୀ ନାୟକ): ସାଧାରଣ ଲୋକଟିଏ ନିଜ ଗୁହାରୀ ଜଣାଇବାକୁ ତହସିଲଦାରଙ୍କ ପାଖକୁ ବାରମ୍ବାର ଦୌଡ଼ିଲା। ହେଲେ ଶେଷରେ କାମ ତ ହେଲାନି । ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ସହ ମିଳିଲା ଗିରଫଦାରୀର ଧମକ । ଖୋଦ ତହସିଲଦାର ଯୁବକଙ୍କୁ ଏପରି ଗୁଳିଗୁଲଜ କରୁଥିବା ବେଳେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏପରି ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଘଟିଛି। ଭିଡିଓରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାର ଅଶାଳୀନ ଭାଷାରେ ଗାଳିଗୁଲଜ କରୁଥିବା ବେଳେ ଏବେ ତାଙ୍କ ବଦଳି ଦାବି କରିଛନ୍ତି ଲୋକେ।

ସୂଚନା ଅନୁଯାୟୀ, ଚାନ୍ଦବାଲି ତହସିଲ୍ ମୌସୁଧା ଗାଁର ଜଣେ ଯୁବକଙ୍କ ଘରକୁ ବାଟ ନ ଥିବାରୁ ସେ ଯାତାୟତରେ ହଇରାଣ ହେଉଥିଲେ। ଘଟଣାର ସମାଧାନ ନିମନ୍ତେ ସେ ବାରମ୍ବାର ତହସିଲଦାରଙ୍କ ନିକଟକୁ ଦୌଡ଼ୁଥିଲେ ମଧ୍ୟ ଘଟଣାର ସମାଧାନ ହେଉ ନ ଥିଲେ।

ଗତ ୨ ଦିନ ତଳେ ସେ ତହସିଲଦାରଙ୍କ ନିକଟକୁ ଯାଇଥିବା ବେଳେ ତାଙ୍କୁ ଦେଖି ତହସିଲଦାର ଉତ୍ତ୍ୟକ୍ତ ହୋଇ ଉଠିଲେ। ଏପରିକି ଯୁବକଙ୍କ ନିକଟକୁ ଚାଲି ଆସି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଖୁବ୍‌ ଗାଳି କରିଥିଲେ। ଏପରିକି ପୁଲିସ୍‌ ଗିରଫଦାରୀର ଧମକ ଦେଇଥିଲେ  ।

ଏହାର ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ତହସିଲଦାରଙ୍କ ବଦଳି ଦାବି ଜୋର ଧରିଛି। ଏନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

The post ଦୁଃଖ ଜଣାଇବାକୁ ଯାଇଥିଲେ ଯୁବକ, ଗର୍ଜିଲେ ତହସିଲଦାର appeared first on Odisha Reporter.



from Odisha Reporter https://ift.tt/E9nJNlY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages