ଏନ୍‌ଜିଟିର ଝଟ୍‌କା, ୩୪ ଏକର ଜମିରେ ସୀମିତ ରହିବ ବାଲିଯାତ୍ରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 22, 2022

ଏନ୍‌ଜିଟିର ଝଟ୍‌କା, ୩୪ ଏକର ଜମିରେ ସୀମିତ ରହିବ ବାଲିଯାତ୍ରା

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ବାଲିଯାତ୍ରା ରିଭର ଫ୍ରଣ୍ଟ ଇମ୍ପ୍ରୁଭମେଣ୍ଟ -BARFI ପ୍ରକଳ୍ପକୁ NGT ଝଟକା। ପ୍ରକଳ୍ପ ଲାଗି ଚିହ୍ନଟ ସମ୍ପୂର୍ଣ୍ଣ ୪୬୨ ଏକର ଜମି ଉପରେ ହୋଇପାରିବ ନାହିଁ କୌଣସି ପ୍ରକାର କଂକ୍ରିଟ କାମ ` ଏପରିକି ପ୍ଲଡ୍ ପ୍ଲେନ ଜୋନ ଅଞ୍ଚଳରେ ବିକାଶ ଲାଗି ସରକାରଙ୍କ ମାଷ୍ଟର ପ୍ଲାନ ବି ଗ୍ରହଣୀୟ ନୁହେଁ ବୋଲି ଏନଜିଟି ସ୍ପଷ୍ଟ କରିଛି।

କେବଳ ୩୪ ଏକର ଜମି ବାଲିଯାତ୍ରା ପାଇଁ ରହିବ। ଉକ୍ତ ଅଞ୍ଚଳର ପରିମଳ ଓ ପରିଚ୍ଛନ୍ନତାକୁ ସୁନିଶ୍ଚିତ କରିବ ପ୍ରଶାସନ।  ଅବଶିଷ୍ଟ ୩୯୨ ଏକର ଜମିରେ ଜଙ୍ଗଲ ଓ ବାୟୋଲଜିକାଲ ପାର୍କ ର୍ନିମାଣ ହେବ। ଏହାର ଦୁଇ ତୃତୀୟାଂଶ ଜମିରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯିବ। ଏଥିଲାଗି ଏହି ଅଞ୍ଚଳକୁ ଚିହ୍ନଟ କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର ଲାଗି NGT ନିର୍ଦ୍ଦେଶ ଦେଇଛନ୍ତି।

ବଳକା ଏକ ତୃତୀୟାଂଶ ଅଞ୍ଚଳରେ ବିନା ସ୍ଥାୟୀ କିମ୍ବା ଅସ୍ଥାୟୀ ର୍ନିମାଣରେ ପାର୍କ ଓ ଖେଳପଡ଼ିଆ ତିଆରି ହୋଇପାରିବ।  କିନ୍ତୁ ଏ ଅଞ୍ଚଳରେ କୌଣସି ପ୍ରକାର ବ୍ୟବସାୟିକ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦିଆଯିବନି। ବାଲି ଭର୍ତ୍ତି ଯୋଗୁଁ ବନ୍ୟା ଆଶଙ୍କା ଥିବା କଟକ ଆଖପାଖ ଅଞ୍ଚଳର ୩୮ ଗାଁର ନିରାପତ୍ତା ନେଇ ସରକାର ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ବୋଲି NGT ନିର୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ମହାନଦୀ ଶଯ୍ୟାକୁ ବେଆଇନ ଭାବେ ଏନ୍‌ଜିଟିର ଗାଇଡଲାଇନ୍‌ ଉଲ୍ଲଘଂନ କରି ପୋତା ଯାଇଛି ବୋଲି ଦର୍ଶାଇ ଜାତୀୟ ଗ୍ରୀନ୍‌ ଟ୍ରିବୁନାଲ୍‌ରେ ଦୁଇଟି ପୃଥକ୍‌ ମାମଲା ଦାୟର ହୋଇଥିଲା। ଏନ୍‌ଜିଟି ମାମଲାର ଶୁଣାଣି କରି ଏକ ୭ଜଣିଆ ବିଶେଷଜ୍ଞ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କମିଟି ମହାନଦୀ ପଠା ଓ ବାଲିଯାତ୍ରା ପଡ଼ିଆ ପରିଦର୍ଶନ କରି ଏନ୍‌ଜିଟିରେ ରିପୋର୍ଟ ଦାଖଲ କରିଥିଲା।

The post ଏନ୍‌ଜିଟିର ଝଟ୍‌କା, ୩୪ ଏକର ଜମିରେ ସୀମିତ ରହିବ ବାଲିଯାତ୍ରା appeared first on Odisha Reporter.



from Odisha Reporter https://ift.tt/J9oriVj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages