ଯାଜପୁର(ଓଡ଼ିଶା ରିପୋର୍ଟର) : ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ସାହାପୁର ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ପ୍ରାୟ ୧୯ ଜଣ ଆହତ ହୋଇଛନ୍ତି। ବସ୍ର ସମସ୍ତ ଯାତ୍ରୀ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଏକ ଘରୋଇ ସାହାରା ନାମକ ବସ୍ରେ ପ୍ରାୟ ୮୦ ଜଣ ପୁରୁଷ/ ମହିଳା ଯାତ୍ରୀ ପୁରୀ ଯାଇଥିଲେ। ସେଠୁ ଜଗନ୍ନାଥ ଦର୍ଶନ ସାରି ସମସ୍ତ ଯାତ୍ରୀ ଗତକାଲି ୟୁପିକୁ ଫେରୁଥିଲେ। ମାତ୍ର ବିଳମ୍ବିତ ରାତ୍ରିରେ ସାହାପୁର ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିପଡିଥିଲା। ଫଳରେ ବସ୍ ଭିତରେ ଥିବା ପ୍ରାୟ ଯାତ୍ରୀ ଆହତ ହୋଇଥିଲେ।
ଘଟଣା ସ୍ଥଳରେ କିଛି ସ୍ଥାନୀୟ ଅଞ୍ଚଳବାସୀ ଓ ପାଣିକୋଇଲି ପାଟ୍ରୋଲିଂ ପୁଲିସ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଯାଜପୁରରୋଡ ମେଡିକାଲକୁ ପଠାଇଥିଲେ। ମୋଟ ୧୯ ଜଣ ଆହତଙ୍କ ମଧ୍ୟରୁ ୨ ମହିଳା ଓ ଜଣେ ପୁରୁଷଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଯାଜପୁର ଟାଉନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
The post ଜଗନ୍ନାଥ ଦର୍ଶନ ସାରି ଫେରୁଥିଲେ ୮୦ ଯାତ୍ରୀ, ଓଲଟିଲା ବସ୍ appeared first on Odisha Reporter.
from Odisha Reporter https://ift.tt/PaJmY5o
No comments:
Post a Comment