ଆବଶ୍ୟକ ସାମଗ୍ରୀ: ଦହି ଓ ଲୁଣ ମିଶା ମ୍ୟାରିନେଟ୍ ଚିକେନ୍, କୋକୋ ପାଉଡର୍, ତେଲ, ଅଦାରସୁଣ ବଟା, ଲଙ୍କା ଗୁଣ୍ଡ, ଟମାଟୋ ସସ୍, ସୋୟା ସସ୍, ରସୁଣ କଟା, ମିଓନିଜ୍, କର୍ଣ୍ଣଫ୍ଲୋର ପାଉଡର୍ ଓ ମଇଦା।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍କୁ ଭଲ ଭାବରେ ଧୋଇ ସେଥିରେ ଦହି ଓ ଲୁଣ ଗୋଳାଇ ୪ରୁ ୫ଘଣ୍ଟା ମ୍ୟାରିନେଟ୍ କରି ରଖନ୍ତୁ। ପରେ ମ୍ୟାରିନେଟ୍ ହୋଇଥିବା ଚିକେନ୍ରେ ଅଦା ରସୁଣ ବଟା, ତେଲ ଓ ଲଙ୍କାଗୁଣ୍ଡ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହାପରେ ଏକ ପାତ୍ରରେ ମଇଦା, କର୍ଣ୍ଣଫ୍ଲୋର, କୋକୋ ପାଉଡର୍, ଲଙ୍କାଗୁଣ୍ଡ ଓ ଆବଶ୍ୟକ ଅନୁସାରେ ଲୁଣ ମିଶାଇ ଭଲଭାବେ ଗୋଳାନ୍ତୁ। ଏବେ ଗ୍ୟାସ୍ ଲଗାଇ ମସଲା ଗୋଳା ଚିକେନ୍କୁ କୋକୋ ପାଉଡର୍ ମିଶ୍ରଣରେ ବୁଡ଼ାଇ ଛାଣନ୍ତୁ। ଏହା ଟିକେ ଲାଲ ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ କଟା ରସୁଣ, ଟମୋଟୋ ସସ୍, ମିଓନିଜ୍, ସୋୟା ସସ୍, କୋକୋ ପାଉଡର୍, ଲଙ୍କାଗୁଣ୍ଡ ଓ ଆବଶ୍ୟକ ଅନୁସାରେ ପାଣି ଦେଇ ଅଳ୍ପ ଆଞ୍ଚରେ ଫୁଟାନ୍ତୁ। କୋକୋ ସସ୍ ପ୍ରସ୍ତୁତ ହୋଇଯିବା ପରେ ଛାଣି ରଖିଥିବା ଚିକେନ୍ରେ ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଲାଗଲା କ୍ରିସ୍ପି ଚକୋଲେଟ୍ ଚିକେନ୍।
The post କ୍ରିସ୍ପି ଚକୋଲେଟ୍ ଚିକେନ୍ appeared first on Odisha Reporter.
from Odisha Reporter https://ift.tt/xYc13mA
No comments:
Post a Comment