ମହଙ୍ଗା ପଡ଼ିଲା ମୁନଲାଇଟିଂ: ୩୦୦ କର୍ମଚାରୀଙ୍କୁ ବିଦା କଲା ୱିଇପ୍ରୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 21, 2022

ମହଙ୍ଗା ପଡ଼ିଲା ମୁନଲାଇଟିଂ: ୩୦୦ କର୍ମଚାରୀଙ୍କୁ ବିଦା କଲା ୱିଇପ୍ରୋ

ନୂଆଦିଲ୍ଲୀ: ମୁନଲାଇଟିଂରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଆକ୍ସନ୍ ନେଇଛି ୱିଇପ୍ରୋ। ପ୍ରାୟ ୩୦୦ କର୍ମଚାରୀଙ୍କୁ ଛଟେଇ କରିଛି କମ୍ପାନୀ। ସମ୍ପୃକ୍ତ କମ୍ପାନୀରେ ନିଯୁକ୍ତ ଥାଇ ପ୍ରତିଦ୍ୱନ୍ଦୀ କମ୍ପାନୀ ପାଇଁ କାମ କରିବା ଅଭିଯୋଗରେ ୱଇପ୍ରୋ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କୋଭିଡ୍ ଆସିବା ପରେ ୱାର୍କଫ୍ରମ ହୋମ ଫର୍ମୁଲାକୁ ଆପଣା ଯାଇଥିଲା। କର୍ମଚାରୀମାନେ ଘରେ ରହି ନିଜ କମ୍ପାନୀ ସହ ଅନ୍ୟ କମ୍ପାନୀ ପାଇଁ କାମ କରିବା ଆରମ୍ଭ କଲେ। ଏହାକୁ  ମୁନଲାଇଟିଂ କୁହାଯାଉଛି। ବିଶେଷ କା ଆଇଟି ସେକ୍ଟରରେ ଏହି ଲୁଚାଚୋରା କାମ ଅଧିକ ହେଲା। ଏବେ କରୋନା ଭାଇରସ ନିସ୍କ୍ରିୟ ହୋଇଥିବା ବେଳେ ମୁନଲାଇଟିଂ ଧାରା ଜାରି ରହିଛି। ତେଣୁ କମ୍ପାନୀ ମାନେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ୱିଇପ୍ରୋ ପକ୍ଷରୁ  ଛଟେଇ ସହ କଡ଼ା ଚେତାବନୀ ଦିଆଯାଇଛି। କମ୍ପାନୀ ସହ ବିଶ୍ୱାସଘାତକ କରୁଥିବା ଏଭଳି କର୍ମଚାରୀଙ୍କ ପାଇଁ ସଂସ୍ଥାରେ କୌଣସି ସ୍ଥାନ ନାହିଁ ବୋଲି ଚେତାବନୀ ଦିଆଯାଇଛି।

ମୁନଲାଇଟିଂ ହେଉଛି ଜଣେ ଗୋଟିଏ ସଂସ୍ଥାର ପୂର୍ଣ୍ଣକାଳୀନ ଚାକିରି ବ୍ୟତୀତ ଦ୍ୱିତୀୟ କିମ୍ବା ଏକାଧିକ କମ୍ପାନୀ ଜବ୍‌ ସହିତ ସମ୍ପୃକ୍ତ ରହିବା। ଗୋଟିଏ କମ୍ପାନୀ ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇ ଅନ୍ୟ କମ୍ପାନୀ ପାଇଁ କାମ କରିବାକୁ ମୁନଲାଇଟିଂ କୁହାଯାଉଛି। ନିଯୁକ୍ତିଦାତା କମ୍ପାନୀର ଅଜ୍ଞାତସାର ଓ ବିନା ସ୍ୱିକୃତୀରେ କର୍ମଚାରୀମାନେ ଅଧିକ ଅର୍ଥ ଲୋଭରେ କାମ କରିଥାନ୍ତି। ଏହି ମୁନଲାଇଟିଂକୁ ନେଇ ଦେଶର ପ୍ରମୁଖ ଆଇଟି କଂପାନି  ଚିନ୍ତା ପ୍ରକଟ କରିଛନ୍ତି।

କର୍ମଚାରୀମାନଙ୍କୁ କଡ଼ା ଚେତାବନୀ ଦେଇଛି  ଇନ୍‌ଫୋସିସ୍ ।କମ୍ପାନୀ କହିଛି କହିଛି ଯେ ଯେଉଁମାନେ ମୁନଲାଇଟିଂ କରୁଥିବା ଧରାପଡ଼ିବେ ସେମାନଙ୍କ ବିରୋଧରେ ଚାକିରିରୁ ବରଖାସ୍ତ ଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ପୂର୍ବରୁ ଅନ୍ୟତମ ଆଇଟି କଂପାନି ୱିପ୍ରୋର ଅଧ୍ୟକ୍ଷ ଅଜିମ୍ ପ୍ରେମ୍‌ଜୀ ମଧ୍ୟ ମୁନ୍‌ଲାଇଟିଂକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ତାହାକୁ ସେ ଠକେଇ ସହ ତୁଳନା କରିଥିଲେ। ଇନ୍‌ଫୋସିସ୍‌ ଏହାର ସମସ୍ତ କର୍ମଚାରୀଙ୍କୁ ଇ-ମେଲ୍ ପଠାଇ ଜଣାଇଛି ଯେ ମୁନଲାଇଟିଂ ପାଇଁ କଂପାନି ଅନୁମତି ଦେଇନାହିଁ। ନିଜ କାର୍ଯ୍ୟ ସମୟ ବାହାରେ ମଧ୍ୟ କର୍ମଚାରୀମାନେ ଅଲଗା କାମ କରିପାରିବେ ନାହିଁ। ଦ୍ବେତ ନିଯୁକ୍ତିକୁ କଂପାନି ନିରୁତ୍ସାହିତ କରୁଛି ବୋଲି ଇ-ମେଲ୍‌ରେ ଲେଖାଯାଇଛି।

The post ମହଙ୍ଗା ପଡ଼ିଲା ମୁନଲାଇଟିଂ: ୩୦୦ କର୍ମଚାରୀଙ୍କୁ ବିଦା କଲା ୱିଇପ୍ରୋ appeared first on Odisha Reporter.



from Odisha Reporter https://ift.tt/8YuEdk1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages