ବୃଦ୍ଧାଙ୍କୁ ମାରି ଲୁଟି ନେଲେ ସୁନା ଅଳଙ୍କାର, ଛିଣ୍ଡି ଯାଇଛି କାନ ଓ ନାକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 10, 2022

ବୃଦ୍ଧାଙ୍କୁ ମାରି ଲୁଟି ନେଲେ ସୁନା ଅଳଙ୍କାର, ଛିଣ୍ଡି ଯାଇଛି କାନ ଓ ନାକ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି କଲେଜ ଛକ ନିକଟରେ ଘରେ ପଶି ଜଣେ ବୃଦ୍ଧାଙ୍କୁ ହତ୍ୟା କରିବା ସହ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ମୃତ ବୃଦ୍ଧାଙ୍କ ନାଁ ଆଡ଼ି ପାତ୍ର। ତାଙ୍କୁ ୭୦ ବର୍ଷ ହୋଇଥିଲା।

ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି। ଆଡ଼ି ଘରେ ଶୋଇଥିବା ବେଳେ ତାଙ୍କ ସ୍ୱାମୀ ବାହାରେ ଶୋଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ପଶି ଆଡ଼ିଙ୍କୁ ହତ୍ୟା କରିବା ସହ ସେ ତାଙ୍କ ବେକ, କାନ ଓ ନାକରେ ପିନ୍ଧିଥିବା ସୁନା ଅଳଙ୍କାର ଲୁଟି ନେଇଛନ୍ତି।

କାନ ଓ ନାକରେ ଆଡ଼ି ପିନ୍ଧିଥିବା ଅଳଙ୍କାରକୁ ନେବା ପାଇଁ ଦୁର୍ବୃତ୍ତ ସେଗୁଡ଼ିକୁ ଟାଣି ଦେଇଛନ୍ତି। ଫଳରେ ତାଙ୍କ ନାକ ଓ କାନ ଛିଣ୍ଡି ଯାଇଛି।

ଏହା ସହିତ ଘରେ ଆଲମାରୀରେ ରଖାଯାଇଥିବା ଅନ୍ୟ ସୁନା ଅଳଙ୍କାର ଓ ବାକ୍ସରେ ଥିବା ୫୦ ହଜାର ଟଙ୍କାକୁ ଦୁର୍ବୃତ୍ତ ନେଇ ଯାଇଛନ୍ତି।

ପୁଲିସ୍ ଘଟଣାସ୍ଥଳ ଯାଞ୍ଚ କରିଥିବା ବେଳେ ତଦନ୍ତ ଜାରି ରଖିଛି।

The post ବୃଦ୍ଧାଙ୍କୁ ମାରି ଲୁଟି ନେଲେ ସୁନା ଅଳଙ୍କାର, ଛିଣ୍ଡି ଯାଇଛି କାନ ଓ ନାକ appeared first on Odisha Reporter.



from Odisha Reporter https://ift.tt/6fKhTPD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages