ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାରବାଙ୍କିଠାରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟାୟାର ପମ୍ପଚର ହେବାରୁ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଯାତ୍ରୀବାହୀ ବସ୍କୁ ଏକ ଟ୍ରକ୍ ପଛ ପଟୁ ପିଟିବାରୁ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ୟୁପିର ରୁପାଡିହାଠାରୁ ଗୋଆ ଅଭିମୁଖେ ଏକ ବସ୍ ଯାଉଥିବା ବେଳେ ସେଥିରେ ପ୍ରାୟ ଶହେ ଉପରେ ଯାତ୍ରୀ ଥିଲେ। ବସ୍ରେ ଥିବା ସମସ୍ତ ଯାତ୍ରୀ ନେପାଳର ବୋଲି ଜଣାଯାଇଛି। ସେମାନେ କାମ ପାଇଁ ଗୋଆ ଯାଉଥିଲେ।
ବାରବାଙ୍କିର ରାମନଗର ଥାନା ଅଧୀନ ମହଙ୍ଗୁପୁର ଗ୍ରାମ ନିକଟରେ ରାତି ପ୍ରାୟ ୩ଟା ସମୟରେ ବସ୍ଟି ପମ୍ପଚର ହୋଇ ଯାଇଥିଲା। ଏହାପରେ ବସ୍ ଡ୍ରାଇଭର ତଳକୁ ଓହ୍ଲାଇ ଟାୟାର ବଦଳାଇବା ଆରମ୍ଭ କଲେ ।
ଏହି ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ବସ୍ଟିକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ସାଂଘାତିକ ଥିଲା ଯେ, ଘଟଣାସ୍ଥଳରେ ବସ୍ର ୪ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ଆହୁରି ବହୁ ଯାତ୍ରୀ ଆହତ ହୋଇଥିବା ବେଳେ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଥିଲା।
ତୁରନ୍ତ ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ୬ ଜଣଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଛି। ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
The post ଟାୟାର ବଦଳାଇବା ବେଳେ ପଛରୁ ପିଟିଲା ଟ୍ରକ୍, ଗଲା ୪ ଜୀବନ appeared first on Odisha Reporter.
from Odisha Reporter https://ift.tt/WBynJ1i
No comments:
Post a Comment