ଦଙ୍ଗା ଷଡଯନ୍ତ୍ର, ମନ୍ଦିର ଭିତରକୁ ଫିଙ୍ଗିଲେ ମାଂସ ଖଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 2, 2022

ଦଙ୍ଗା ଷଡଯନ୍ତ୍ର, ମନ୍ଦିର ଭିତରକୁ ଫିଙ୍ଗିଲେ ମାଂସ ଖଣ୍ଡ

ଲକ୍ଷ୍ନୌ: ଦଙ୍ଗା କରାଇବାକୁ ଷଡଯନ୍ତ୍ର। ଏଥିପାଇଁ ମନ୍ଦିର ଭିତରକୁ ମାଂସ ଖଣ୍ଡ ଫିଙ୍ଗିଛନ୍ତି ଦୁର୍ବୃତ୍ତ। ଉତ୍ତରପ୍ରଦେଶର ଶାମଲି ସ୍ଥିତ ସିକ୍କା ଗାଁର ଏକ ମନ୍ଦିର ଭିତରୁ ମାଂସ ଖଣ୍ଡ ମିଳିଛି। ଏହାପରେ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ପୂରା ଅଞ୍ଚଳରେ ବ୍ୟାପକ ପୁଳିସ ମୁତୟନ କରାଯାଇଛି।

ବାସ୍ତବରେ, କିଛି ଦୁର୍ବୃତ୍ତ ଶାମଲି ଜିଲ୍ଲାରେ ଶାନ୍ତି ଭଙ୍ଗ କରିବାକୁ ଉଦ୍ୟମ କରିଛନ୍ତି। ଏଥିପାଇଁ ସିକ୍କା ଗାଁର ଭୋମିଆ ଖେଡା ଚାରିପାଖରେ ୧୧ଟି ସ୍ଥାନରେ ମାଂସ ଖଣ୍ଡ ଫିଙ୍ଗାଯିବା ମାମଲା ସାମ୍ନାକୁ ଆସିଛି। ଏହାକୁ ନେଇ ପୂରା ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଘଟଣା ପରେ ଶାନ୍ତି ବଜାୟ ରଖିବା ପାଇଁ ପୂରା ଅଞ୍ଚଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଗାଁରେ ଦଙ୍ଗା ସୃଷ୍ଟି କରିବାକୁ ଏଭଳି ଷଡଯନ୍ତ୍ର ରଚାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ସିକ୍କା ଭୁମିଆ ଖେଡାରେ ଆଜି ହୋମ ଯଜ୍ଞ ଓ ପୂଜା ସମେତ ପୂରା ଗାଁରେ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରଖାଯାଇଥିଲା। ପ୍ରତିବର୍ଷ ଏଠାରେ ଏଭଳି ହୋମ ଯଜ୍ଞ ଓ ପୂଜା ପାଠ ହୁଏ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା।

ତେବେ ହୋମ ଯଜ୍ଞ ପୂର୍ବଦିନ ତଥା ଶୁକ୍ରବାର ଦିନ ହିଁ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବାକୁ ଯାଇ କିଛି ଦୁର୍ବୃତ୍ତ ମନ୍ଦିର ଭିତରକୁ ମାଂସ ଖଣ୍ଡ ପିଙ୍ଗିଥିଲେ। କେବଳ ସେତିକି ନୁହେଁ ମୁଖ୍ୟ ରାସ୍ତାରେ ମଧ୍ୟ ମାଂସ ଖଣ୍ଡ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ଏହି ମାମଲାରେ ପୁଲିସ ତଦନ୍ତ ଆରମ୍ଭ କରିଛି। କିଏ ଓ କାହିଁକି ଏଭଳି ମାଂସ ଖଣ୍ଡ ଫିଙ୍ଗିଛନ୍ତି ସେ ନେଇଁ ପୁଲି ଖୋଲତାଡ କରୁଛି।

The post ଦଙ୍ଗା ଷଡଯନ୍ତ୍ର, ମନ୍ଦିର ଭିତରକୁ ଫିଙ୍ଗିଲେ ମାଂସ ଖଣ୍ଡ appeared first on Odisha Reporter.



from Odisha Reporter https://ift.tt/75hWGIM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages