ବିସ୍ଫୋରଣ କରି ଉଡାଇ ଦେଲେ ପୁଲିସ ଗାଡି, ୮ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 2, 2022

ବିସ୍ଫୋରଣ କରି ଉଡାଇ ଦେଲେ ପୁଲିସ ଗାଡି, ୮ ମୃତ

ବୋଗଟା: ପୁଲିସ ଉପରେ ଆକ୍ରମଣ। ବିସ୍ଫୋରଣ କରି ଉଡାଇଦେଲେ ପୁଲିସ ଗାଡି। ପଶ୍ଚିମ କଲମ୍ବିଆରେ ଏଭଳି କିଛି ଆତଙ୍କୀ ହମ୍‌ଲା ହୋଇଛି। ଏଥିରେ ୮ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନା ମୁତବାକ, ଶୁକ୍ରବାର ଏହି ଘଟଣା ଘଟିଛି। ଗାଡିରେ ବସି ୮ ଜଣ ପୁଲିସ ଅଧିକାରୀ କେଉଁ ଆଡେ ଯାଉଥିବା ବେଳେ ତାଙ୍କ ଗାଡିକୁ ବିସ୍ଫୋରଣ କରି ଆତଙ୍କୀମାନେ ଉଡାଇ ଦେଇଥିଲେ। ଘଟଣାସ୍ଥଳରେ ୮ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ନେଇ କଲମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ସୂଚନା ଦେଇଛନ୍ତି।

ଗସ୍ତାଗୋ ପେଟ୍ରୋ ଏହି ଘଟଣାକୁ ଦୃଢ଼ ଭାବେ ନିନ୍ଦା କରିବା ସହ କହିଛନ୍ତି, ‘ ପ୍ରାୟ ୬୦ ବର୍ଷର ବିବାଦର ଅନ୍ତ ଘଟାଇବାକୁ ଦେଶ ପ୍ରତିଶ୍ରୁତି ଦେବା ପରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଏହାସବୁ ଠାରୁ  ଘାତକ ଆକ୍ରମଣ। ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ଦେଶରେ ଶାନ୍ତି ଭଙ୍ଗ କରିବା ପାଇଁ ପ୍ରୟାସ ଚାଲିଛି। ଘଟଣାର ଅନୁସନ୍ଧାନ ପାଇଁ ଉକ୍ତ ଅଞ୍ଚଳକୁ ଅଧିକାରୀ ପଠାଯାଇଛି।’

ଉଲ୍ଲେଖଯୋଗ୍ୟ, ଇଭାନ ଡ୍ୟୁକ୍‌  ବୋଗୋଟା ସ୍ଥିତ ପୁଲିସ୍ ଏକାଡେମୀ ଉପରେ ୨୦୧୯ରେ କାର୍ ବୋମା ଆକ୍ରମଣ କରିଥିଲେ । ଏଥିରେ ୨୨ ଜଣଙ୍କର ମୃତ୍ୟୁ ପରେ ELN ସହିତ ଶାନ୍ତି ବାର୍ତ୍ତା ଭାଙ୍ଗିଥିଲେ ଇଭାନ। ସେପଟେ ପେଟ୍ରୋ ଶୁକ୍ରବାର ହୋଇଥିବା ହମ୍‌ଲାରେ ସନ୍ଦିଗ୍ଧ ଅପରାଧୀଙ୍କ ନାଁ ନେଇନାହାନ୍ତି।

The post ବିସ୍ଫୋରଣ କରି ଉଡାଇ ଦେଲେ ପୁଲିସ ଗାଡି, ୮ ମୃତ appeared first on Odisha Reporter.



from Odisha Reporter https://ift.tt/fL4vkX7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages