ରାଞ୍ଚି: ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ଝାଡଖଣ୍ଡର ଦୁମ୍କାରେ ଅଙ୍କିତା ମାମଲା ଶାନ୍ତ ପଡିନଥିବା ବେଳେ ଏବେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଆଦିବାସୀ ନାବାଳିକାର ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତ ନାବାଳିକାର ବୟସ ୧୪ ବର୍ଷ ଓ ଚାରି ମାସର ଗର୍ଭବତୀ ଥିବା ଜଣାପଡିଛି। ଦୁମକା ସହର ନିକଟସ୍ଥ ଶ୍ରୀଅମଡା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ସକାଳୁ କିଛି ଲୋକ ରାସ୍ତାରେ ଯାଉଥିବା ବେଳେ ସେମାନଙ୍କର ନଜର ଗଛରେ ଝୁଲୁଥିବା ଜଣେ ଝିଅର ମୃତଦେହ ଉପରେ ପଡିଥିଲା। ଏନେଇ ତୁରନ୍ତ ସେମାନେ ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ୟୁନିର୍ଭସିଟି ଥାନା ପ୍ରଭାରୀ ତୁରନ୍ତ ଘଟଣାସ୍ଥଲରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ। ବ୍ୟବଚ୍ଛେଦ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ନାବାଳିକାର ମୃତଦେହ ହସ୍ତାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ରଙ୍ଗଲିଆର କୋଚିଅ ଡଗାଲରେ ରହୁଥିବା ନାବାଳିକା ଦୁମକାର ଜାମା ସ୍ଥିତ ନିଜ ମାଉସୀଙ୍କ ଘରେ କାମ କରୁଥିଲା। ଏହି ସମୟରେ ଅରମାନ ଅଂସାରୀ ନାମକ ଜଣେ ମୁସଲିମ ଯୁବକ ତାକୁ ପ୍ରେମ ଜାଲରେ ଫସାଇଥିଲା ଏବଂ ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି। ନାବାଳିକା ବିବାହ ପାଇଁ ଚାପ ପକାଇବାରୁ ନାବାଳିକାକୁ ହତ୍ୟା କରାଯାଇଥିବା କୁହାଯାଉଛି।
ମୁଫସିଲ ଥାନା ପୁଲିସ ଏହି ମାମଲାରେ ପୋକ୍ସୋ ଆକ୍ଟ ଏବଂ ଏସସି-ଏସଟି ଆକ୍ଟ ଆଧାରରେ ମାମଲା ରୁଜୁ କରି ଅଭିଯୁକ୍ତ ଅରମାନକୁ ଗିରଫ କରିଛି। ଡିଆଇଜି ସୁଦର୍ଶନ ମଣ୍ଡଲ କହିଛନ୍ତି, ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି।
ସେପଟେ ଝାଡଖଣ୍ଡରେ ୧୦ ଦନ ଭିତରେ ଆଉ ଜଣେ ଝିଅୁ ହତ୍ୟା କରିବା ଘଟଣାକୁ ନେଇ ରାଜନୀତି ଜୋର୍ ଧରିଛି। ଏହି ମାମଲାକୁ ନେଇ ବିଜେପିର ଜାତୀୟ ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିଆ ଏବଂ ପୂର୍ବତନ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ତଥା ବିଜେପି ନେତ୍ରି ଲୁଇସ୍ ମାରାଣ୍ଡି ରାଜ୍ୟର ହେମନ୍ତ ସୋରେନ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଦୁମ୍କାରେ କ’ଣ ଚାଲିଛି? ପୁଣି ଜଣେ ନାବାଳିକାଙ୍କୁ ହତ୍ୟା କରାଯାଇଛି। ଝାଡଖଣ୍ଡ ସରକାର କେଉଁଠି ଶୋଇଛନ୍ତି ବୋଲି ଲୁଇସ୍ ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି।
The post ଦୁଷ୍କର୍ମ ପରେ ହତ୍ୟା! ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ appeared first on Odisha Reporter.
from Odisha Reporter https://ift.tt/vi1qXgQ
No comments:
Post a Comment