ନବମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: ଟ୍ୟୁସନ ଯାଇ ଫେରିଲେନି, ପୋଖରୀରୁ ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 3, 2022

ନବମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: ଟ୍ୟୁସନ ଯାଇ ଫେରିଲେନି, ପୋଖରୀରୁ ମିଳିଲା ମୃତଦେହ

ଯାଜପୁର (ସଞ୍ଜୀବ ନାୟକ): ଟ୍ୟୁସନ ଯାଇଥିଲେ। ସନ୍ଧ୍ୟାରେ ଫେରୁଥିଲେ। କିନ୍ତୁ ଘରେ ପହଞ୍ଚିନଥିଲେ। ଘର ଲୋକେ ଖୋଜାଖୋଜି କରିବା ପରେ ପୋଖରୀରୁ ମିଳିଥିଲା ମୃତଦେହ। ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଥିବା ବେଳେ ଏନେଇ ଥାନାରେ କରିଛନ୍ତି ଅଭିଯୋଗ। ଘଟଣାଟି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ବରିକୂଳ ଗାଁର।

ମୃତ ନାବାଳିକାଙ୍କ ନାଁ ଅମ୍ରିତା ଦାସ। ସେ ନବମ ଶ୍ରେଣୀରେ ପଢୁଥିଲେ। ସେ ସବୁ ଦିନେ ସ୍କୁଲ୍ ଶେଷ ହେବା ପରେ ଗାଁ ପାଖ ନନ୍ଦିପୁରକୁ ଟ୍ୟୁସନ ଯାଉଥିଲେ। ଗତକାଲି ମଧ୍ୟ ସେ ଟ୍ୟୁସନ ଯାଇଥିଲେ।

ଅମ୍ରିତାଙ୍କ ବାପା ଅମୂଲ୍ୟ ଦାସଙ୍କ କହିବା ଅନୁଯାୟୀ, ସବୁଦିନ ଭଳି ସେ ଗତକାଲି ମଧ୍ୟ ଟ୍ୟୁସନ ଯାଇଥିଲେ। ଟ୍ୟୁସନ ସରିବା ପରେ ସନ୍ଧ୍ୟାରେ ଘରକୁ ଫେରୁଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ୨୫ ବେଳେ ସେ ମଙ୍ଗଳପୁର ଥାନା ନନ୍ଦିପୁର ଛକ ଅତିକ୍ରମ କରିଥିଲେ। କିନ୍ତୁ ରାତି ବଢ଼ିଥିଲା ସିନା, ସେ ଘରକୁ ଫେରି ନଥିଲେ। ତେଣୁ ପରିବାର ଲୋକେ ବନ୍ଧୁବାନ୍ଧବ ଓ ଗାଁ ଲୋକଙ୍କ ସହିତ ମିଶି ଖୋଜାଖୋଜିରେ ଲାଗି ପଡ଼ିଥିଲେ। ଶେଷରେ ରାତି ପ୍ରାୟ ୯ଟା ବେଳେ ନନ୍ଦପୁର ଛକ ନିକଟସ୍ଥ ଏକ ପୋଖରୀ କୂଳରୁ ତାଙ୍କ ବ୍ୟାଗ୍ ମିଳିଥିଲା। ଏହା ପରେ ପୋଖରୀରେ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ପରିବାର ଲୋକଙ୍କ ପକ୍ଷରୁ ମଙ୍ଗଳପୁର ଥାନାରେ ଦିଆଯାଇଥିବା ଏତଲାରେ ଉଲ୍ଲେଖ କରାଯାଇଛି ଯେ ଗତକାଲି ଏହି ଘଟଣା ଘଟିଥିବା ବେଳେ ତା’ପୂର୍ବଦିନ ଅର୍ଥାତ୍ ୨ ତାରିଖରେ ଟ୍ୟୁସନ ଯିବା ବାଟରେ ଅମ୍ରିତାଙ୍କୁ କିଛି ପିଲା କମେଣ୍ଟ ମାରିଥିଲେ। ଏହାକୁ ନେଇ ସେମାନଙ୍କ ସହିତ ଅମ୍ରିତାଙ୍କର ଝଗଡ଼ା ହୋଇଥିଲା। ଏହା ପରେ ସେମାନେ ପ୍ରତିଶୋଧ ନେବେ ବୋଲି ଅମ୍ରିତାଙ୍କୁ ଧମକ ଦେଇଥିଲେ। ତେଣୁ ଅମ୍ରିତାଙ୍କ ମୃତ୍ୟୁ ପଛରେ କମେଣ୍ଟ ମାରିଥିବା ଉକ୍ତ ଯୁବକମାନଙ୍କ ହାତ ରହିଥିବା ଆମେ ସନ୍ଦେହ କରୁଛୁ।

ଅମ୍ରିତାଙ୍କ ଜଣେ ସଂପର୍କୀୟ ମିନାକ୍ଷୀ ଦାସ କହିଛନ୍ତି ଯେ କମେଣ୍ଟ ମରାକୁ ନେଇ ହୋଇଥିବା ବଚସାରୁ ଏହି ଘଟଣା ଘଟିଛି। ଅମ୍ରିତାଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି।
ମଙ୍ଗଳପୁର ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

The post ନବମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: ଟ୍ୟୁସନ ଯାଇ ଫେରିଲେନି, ପୋଖରୀରୁ ମିଳିଲା ମୃତଦେହ appeared first on Odisha Reporter.



from Odisha Reporter https://ift.tt/Tv7jMHW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages