ନୂଆଦିଲ୍ଲୀ: ପୁଣି ସ୍ଥଗିତ ହେଲା ନାସାର ମୁନ୍ ମିଶନ୍। ଯାନ୍ତ୍ରିକ ତ୍ରୁଟି ଯୋଗୁ ଉତ୍କ୍ଷେପଣ ହୋଇପାରିଲାନି ଆର୍ଟିମେସ୍-୧। ଗତକାଲି ଏହି ମୁନ୍ ମିଶନ୍କୁ ପୁଣିଥରେ ଉତ୍କ୍ଷେଣ କରିବାକୁ ପ୍ରସ୍ତୁତି କରାଯାଇଥିଲା। ତେବେ ଶେଷ ସମୟରେ ଇଞ୍ଜିନରେ ଇନ୍ଧନ ଲିକ୍ ସମସ୍ୟା ଦେଖା ଦେଇଥିବାରୁ ଏହାକୁ ପୁଣିଥରେ ସ୍ଥଗିତ ରଖାଯାଇଛି। ତେବେ ପୁଣି ଥରେ ଏହାକୁ କେବେ ଉତ୍କ୍ଷେପଣ କରାଯିବ ସେ ନେଇ ନାସା ତରଫରୁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ ବୈଜ୍ଞାନିକମାନେ ଇଞ୍ଜିନ୍ର ଇନ୍ଧନ ଲିକେଜ୍ ସମସ୍ୟା ଦୂର କରିବା ପାଇଁ ଚେଷ୍ଟା ଚଳାଇଥିବା କୁହାଯାଇଛି।
୫୦ ବର୍ଷ ପରେ ଚନ୍ଦ୍ରରେ ପୁଣି ପାଦ ରଖିବାକୁ ଯାଉଛି ମଣିଷ । ଏଥିପାଇଁ ଅର୍ଟିମେସ୍-୧ ମିଶନ ସହାୟତାରେ ପ୍ରଥମ ଟେଷ୍ଟ ଫ୍ଲାଇଟ୍ ମହାକାଶକୁ ପଠାଇବ ନାସା। ଗତ ୨୯ ତାରିଖରେ ଏହି ମୁନ୍ ମିଶନ୍ ଉତ୍କ୍ଷେପଣ ହେବାର ଥିଲା । ହେଲେ ରକେଟରେ ଇନ୍ଧନ ଲିକ୍ ଯୋଗୁଁ ଶେଷ ମୁହୂର୍ତ୍ତରେ ଏହାର ଉତ୍କ୍ଷେପଣକୁ ସ୍ଥଗିତ ରଖାଯାଇଥିଲା।
ଶେଷ ମୁହୂର୍ତ୍ତରେ ସ୍ପେସ୍ ଲଞ୍ଚି ସିଷ୍ଟମ ବା ଏସଏଲଏସ ରକେଟର ଥଣ୍ଡା ହାଇଡ୍ରୋଜେନ୍ ଓ ଅମ୍ଳଜାନ ଭରିବା ପ୍ରକ୍ରିୟାରେ ସମସ୍ୟା ଦେଖା ଦେଇଥିଲା। ଫଳରେ ରକେଟ୍ର କୋର୍ ଷ୍ଟେଜ୍ରୁ ବିସ୍ଫୋରକ ହାଇଡ୍ରୋଜେନ୍ ଲିକ୍ ହୋଇଥିଲା। ଯାହା ପରେ ଉତକ୍ଷେପଣକୁ ସ୍ଥଗିତ ରଖିବାକୁ ନିଷ୍ପତି ନିଆଯାଇଛି।
The #Artemis I mission to the Moon has been postponed. Teams attempted to fix an issue related to a leak in the hardware transferring fuel into the rocket, but were unsuccessful. Join NASA leaders later today for a news conference. Check for updates: https://t.co/6LVDrA1toy pic.twitter.com/LgXnjCy40u
— NASA (@NASA) September 3, 2022
ଏହି ରକେଟ୍ ଇନ୍ଧନ ଭାବରେ ସୁପର-କୋଲ୍ଡ ହାଇଡ୍ରୋଜେନ୍ ଏବଂ ଅମ୍ଳଜାନରେ ଭରାଯାଏ। କିନ୍ତୁ ଲିକ୍ ହେତୁ ଏହି କାମକୁ ବନ୍ଦ ରଖାଯାଇଛି। ଏହି ରକେଟରେ ୪ଟି ମୁଖ୍ୟ ଇଞ୍ଜିନ ମଧ୍ୟରୁ ଗୋଟିଏକୁ ସମ୍ପୂର୍ଣ୍ଣ ଥଣ୍ଡା କରାଯାଇପାରିନଥିଲା, ଯାହା ନାସା ପାଇଁ ସମସ୍ୟା ସୃଷ୍ଟି କରିଥିଲା।
ମାର୍ସ ପର୍ସେଭେରାନ୍ସ ରୋଭର ପରେ ଆର୍ଟେମିସ୍-୧ ହେଉଛି ନାସାର ଗୁରୁତ୍ୱପୂର୍ଣ୍ଣ ମିଶନ୍। ନାସା ସ୍ପେସ୍ ଲଞ୍ଚ ସିଷ୍ଟମ୍ (SLS) ରକେଟ୍ ଦ୍ୱାରା ଓରିଅନ୍ ସ୍ପେସିପ୍ ଚନ୍ଦ୍ରକୁ ପଠାଇବାକୁ ଚାହୁଁଛି। ଏହା ଦ୍ୱାରା ଭବିଷ୍ୟତରେ ମଣିଷମାନଙ୍କୁ ଏହି ମହାକାଶଯାନରୁ ଚନ୍ଦ୍ରର ଦକ୍ଷିଣ ପୋଲକୁ ପଠାଯାଇପାରିବ। ଏହି ମିଶନ୍ ୪୨ ଦିନ ୩ଘଣ୍ଟା ୨୦ମିନିଟ୍ର ଅଟେ। ଯେଉଁଥିରେ ଓରିଅନ୍ ମହାକାଶଯାନ ଚନ୍ଦ୍ରର ଦୁଇ ରାଉଣ୍ଡ ମାରିବା ପରେ ପୃଥିବୀକୁ ଫେରିବ।
The post ପୁଣି ସ୍ଥଗିତ ହେଲା ମୁନ୍ ମିଶନ୍, ହୋଇପାରିଲାନି ଉତ୍କ୍ଷେପଣ appeared first on Odisha Reporter.
from Odisha Reporter https://ift.tt/phzKng3
No comments:
Post a Comment