କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାକୁ ହଲିଉଡ ସମର୍ଥନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 24, 2022

କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାକୁ ହଲିଉଡ ସମର୍ଥନ

ନୂଆଦିଲ୍ଲୀ: ଦେଶବାସୀଙ୍କ ପାଖରେ ବିଜେପି ସରକାରଙ୍କ ଜନ ବିରୋଧୀ ନୀତି ପହଞ୍ଚାଇବାକୁ କଂଗ୍ରେସ ଆରମ୍ଭ କରିଥିବା ଭାରତ ଯୋଡ଼ୋ ପଦଯାତ୍ରାକୁ ବିପୁଳ ସମର୍ଥନ ମିଳିବାରେ ଲାଗିଛି। ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ବିଶାଳ ପଦଯାତ୍ରା କଶ୍ମୀର ଯାଏ ଚାଲିବ। ରାହୁଲ ଗାନ୍ଧି ନିଜେ ଏହି ପଦଯାତ୍ରାର ନେତୃତ୍ୱ ନେଉଛନ୍ତି।

ସାଧାରଣ ଲୋକଙ୍କ ଠାରୁ ବିଭିନ୍ନ ସଂଗଠନ କଂଗ୍ରେସର ଏହି ପଦଯାତ୍ରାକୁ ସମର୍ଥନ କରିବା ଆରମ୍ଭ କରିଛନ୍ତି। ଏହିକ୍ରମରେ ରାହୁଲ ଗାନ୍ଧିଙ୍କ ପାଇଁ ସ୍ୱତନ୍ତ୍ର ବାର୍ତ୍ତା ପଠାଇଛନ୍ତି ହଲିଉଡର ସୁପ୍ରସିଦ୍ଧ ଅଭିନେତା ଜନ କୁସାକ। ସେ ଟ୍ୱିଟ କରି ରାହୁଲ ଗାନ୍ଧି ଓ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାକୁ ସମର୍ଥନ କରିଛନ୍ତି। ଏହାପୂର୍ବରୁ ସେ କୃଷି ବିଲ୍‌ ଓ ସିଏଏ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରି ଟ୍ୱିଟ କରିଥିଲେ।

ଏବେ ସେ ଭାରତ ଯୋଡ଼ୋ ଯାତ୍ରାକୁ ସମର୍ଥନ କରିଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି ଯେ “ଭାରତୀୟ ସାଂସଦ ରାହୁଲ ଗାନ୍ଧି ଚାଲିଚାଲି କାଶ୍ମୀର ଯାଉଛନ୍ତି। କେରଳରୁ ସେ ଯାତ୍ରା କରୁଛନ୍ତି।” ଏହାର କିଛି ସମୟରେ ପରେ ଜଣେ ଟ୍ୱିଟର ବ୍ୟବହାରୀକାରୀ ରାହୁଲଙ୍କ ସମର୍ଥନ ପାଇଁ ଜନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାର ଜବାବରେ ଜନ୍‌ କହିଛନ୍ତି, “ହଁ, ସବୁସ୍ଥାନରେ ସବୁବେଳେ ଅଣ ଫାଶିବାଦୀଙ୍କ ସହ ରହିଛି।”


କଂଗ୍ରେସ ଆରମ୍ଭ କରିଥିବା ୩୫୦୦ କିମି ଭାରତ ଯୋଡ଼ୋ ପଦଯାତ୍ରା ୧୫୦ ଦିନରେ ଶେଷ କରିବାକୁ ରାହୁଲ ଗାନ୍ଧି ଲକ୍ଷ୍ୟ ରଖିଛନ୍ତି। ଏହି ସମୟରେ ସେ ୧୨ଟି ରାଜ୍ୟ ଅତିକ୍ରମ କରିବେ। ବର୍ତ୍ତମାନ କେରଳରେ ଚାଲିଥିବା ଏହି ପଦଯାତ୍ରା ସେପ୍ଟେମ୍ବର ୩୦ ବେଳକୁ କର୍ଣ୍ଣାଟକାରେ ପହଞ୍ଚିବ। କର୍ଣ୍ଣାଟକାରେ ୨୧ ଦିନ ଯାତ୍ରା ଚାଲିବା ପରେ ରାହୁଲ ଗାନ୍ଧି ଉତ୍ତର ଭାରତ ଅଭିମୁଖେ ଯିବେ। ପ୍ରତିଦିନ ରାହୁଲ ଗାନ୍ଧି ଓ କଂଗ୍ରେସ କର୍ମୀମାନେ ୨୫ କିମି ପଦଯାତ୍ରା କରୁଛନ୍ତି।

The post କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାକୁ ହଲିଉଡ ସମର୍ଥନ appeared first on Odisha Reporter.



from Odisha Reporter https://ift.tt/uQe4cKI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages