ସହର ଭିତରେ ପୁଣି ଗଡ଼ିଲା ମୁଣ୍ଡ, ମହିଳା କର୍ମଚାରୀଙ୍କୁ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 24, 2022

ସହର ଭିତରେ ପୁଣି ଗଡ଼ିଲା ମୁଣ୍ଡ, ମହିଳା କର୍ମଚାରୀଙ୍କୁ ହତ୍ୟା

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପୁଣି ସହର ଭିତରେ ଗଡିଲା ମୁଣ୍ଡ। ପୌରସଂସ୍ଥାର ମହିଳା କର୍ମଚାରୀଙ୍କୁ ନିର୍ମମ ଭାବେ ହତ୍ୟା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବଲାଙ୍ଗିରରେ।

ବଲାଙ୍ଗିର ବିଜାଖମନ ନିକଟରେ ଥିବା ପୌରସଂସ୍ଥାର ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ନିକଟରେ ପଡିଛି ମହିଳା ପୌର କର୍ମଚାରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ। ନିକଟରେ ଏକ ସାଇକେଲ ମଧ୍ୟ ପଡିରହିଛି। ମୃତ ମହିଳାଙ୍କ ପରିଚୟ ଅଷ୍ଟମୀ ବକୁଲ ବୋଲି ଜଣାପଡିଛି। ତାଙ୍କ ବୟସ ୪୦ ବର୍ଷ।

ପୌର ସଂସ୍ଥାର ମଇଳା ଉଠା ଗାଡି ଚଲାଉଥିଲେ ଅଷ୍ଟମୀ ଗତକାଲି ସଂଧ୍ୟା ୬ଟାରୁ ନିଖୋଜ ଥିଲେ। ସିସିଟିଭି ଫୁଟେଜ ଅନୁଯାୟୀ ସେ ଗତକାଲି ସନ୍ଧ୍ୟାରେ ୱେଷ୍ଟ ମ୍ୟାନେଜମେଣ୍ଟ ପାଖରେ ସେ  ଗାଡି ରଖିଥିଲେ। ଏହାପରେ ସେଠାରୁ ସେ ଚାଲିଯାଇଥିବା ଦେଖିବାକୁ ମିଳିଛି। ତେବେ ଫେରିବା ବାଟରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ମହିଳା କର୍ମଚାରୀଙ୍କୁ ସନ୍ଧ୍ୟାରେ କାମ କରିବାକୁ ମ୍ୟୁନିସିପାଲଟି ବାଧ୍ୟ କରୁଥିବା ପୌରସଂସ୍ଥାର ଅନ୍ୟ କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାହା ଜଣାପଡ଼ିନାହିଁ। ଟାଉନ ପୁଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି।

The post ସହର ଭିତରେ ପୁଣି ଗଡ଼ିଲା ମୁଣ୍ଡ, ମହିଳା କର୍ମଚାରୀଙ୍କୁ ହତ୍ୟା appeared first on Odisha Reporter.



from Odisha Reporter https://ift.tt/2AUeK7x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages