କଟକ(ଓଡ଼ିଶା ରିପୋର୍ଟର): କଟକ ଚୌଦ୍ୱାର ସହରକୁ ଜଗିବ ସିସିଟିଭି। ଏ ନେଇ ସହାୟତାର ହାତ ବଢ଼ାଇଛି ଇମ୍ଫାର ଦାୟିତ୍ୱବୋଧ ଶାଖା ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ।
ଚୌଦ୍ୱାର ସହରର ବିଭିନ୍ନ ବଜାର ଓ ଗଳିକନ୍ଦିରେ ମୋଟ ୪୬ଟି ସିସିଟିଭି କ୍ୟାମେରା ପ୍ରାଥମିକ ପ୍ରଯ୍ୟାୟରେ ଲଗାଯାଇଛି। ଇମ୍ଫାର ସହଭାଗିତାରେ ଲଗାଯାଇଥିବା ଏହି କ୍ୟାମେରା ଗୁଡ଼ିକ ଅପରାଧ ନିୟନ୍ତ୍ରଣରେ ସହାୟକ ହେବ ବୋଲି କୁହାଯାଉଛି।
ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ କଟକ ଡିସିପି ପିନାକ ମିଶ୍ର। ଇମ୍ଫାର ବରିଷ୍ଠ ଉପସଭାପତି ବିନୟ ଅଗ୍ରଓ୍ୱାଲ, ଚୌଦ୍ୱାର ନଗରପାଳ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଚୌଦ୍ୱାର ଅଂଚଳର ବହୁ କାଉନସିଲର, ଇମ୍ଫାର କର୍ମଚାରୀଙ୍କ ସହ ବିଭିନ୍ନ ସଂଗଠନର ସଦସ୍ୟ ଓ ବୁଦ୍ଧିଜିବୀ ଯୋଗ ଦେଇଥିଲେ।
The post କଟକ, ଚୌଦ୍ୱାରକୁ ଜଗିବ ସିସିଟିଭି appeared first on Odisha Reporter.
from Odisha Reporter https://ift.tt/ntSxVWb
No comments:
Post a Comment