୪ ସେପ୍ଟେମ୍ବର, ରବିବାର: ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 3, 2022

୪ ସେପ୍ଟେମ୍ବର, ରବିବାର: ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ। ଆଶା କରୁଥିବା ଦିଗରୁ ସଫଳତା ମିଳିବ। ସନ୍ତାନମାନଙ୍କର ଉନ୍ନତି ହେବ। କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ।

ବୃଷ: ସମ୍ମାନ ପ୍ରାପ୍ତିର ଯୋଗ ରହିଛି। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହୋଇପାରନ୍ତି। ବ୍ୟବସାୟରୁ ଲାଭବାନ ହେବେ।

ମିଥୁନ: ଦିନଟି ବେଶ୍ ଭଲ ରହିବ। ଶତ୍ରୁମାନେ ପରାଜିତ ହେବେ। ଅନ୍ୟମନସ୍କତା ଯୋଗୁ କୌଣସି ଜିନିଷ ହଜି ଯାଇପାରେ। ସହକର୍ମୀଙ୍କ ସହଯୋଗରେ କୌଣସି କାର୍ଯ୍ୟ ସଂପାଦନ କରିପାରନ୍ତି।

କର୍କଟ: ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଆଶା କରୁଥିବା ଦିଗରୁ ନିରାଶ ହେବାକୁ ପଡ଼ିପାରେ। ପତ୍ନୀଙ୍କ ସହ ମତାନ୍ତର ହେବାର ସମ୍ଭାବନା ରହିଛି।

ସିଂହ: ମନ ଅସ୍ଥିର ରହିବ। କୌଣସି ମୂଲ୍ୟବାନ୍ ଜିନିଷ କିଣିବା ପାଇଁ ମନ ବଳାଇପାରନ୍ତି। ଯେକୌଣସି କ୍ଷେତ୍ରରେ ହେଉନା କାହିଁକି ଆଜି ଆପଣ ପ୍ରତିଦ୍ୱନ୍ଦ୍ୱିତା କଲେ ସଫଳତା ହାସଲ କରିବେ।

କନ୍ୟା: ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିବେ। ପାଇବାକୁ ଥିବା ଅର୍ଥ କିମ୍ବା କୌଣସି ଜିନିଷପତ୍ର ପାଇଁ ଝଗଡ଼ ହୋଇପାରେ।

ତୁଳା: ଅର୍ଥଲାଭ ହେବ। ଦୀର୍ଘ ଦିନର ସମସ୍ୟାର ସମାଧାନ ହେବ। ଖଳ ଲୋକଙ୍କ କଥାରେ ପଡ଼ିପାରନ୍ତି। ଫଳରେ କିଛି ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।

ବିଛା: ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରିବେ। ପାରିବାରିକ କ୍ଷେତ୍ରରେ ଦିନଟି ଭଲ ରହି ନପାରେ। କିଛି କହିବା ଅପେକ୍ଷା ନୀରବ ରହିପାରିଲେ ଭଲ ହେବ।

ଧନୁ: ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମକର: ପରିବାର ଲୋକଙ୍କ ଗହଣରେ ଦିନଟିକୁ ହସଖୁସିରେ ଅତିବାହିତ କରିବେ। ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିପାରନ୍ତି। ଅଗ୍ନି, ଜଳ ଓ ବିଦ୍ୟୁତ ପ୍ରତି ସାବଧାନ ରୁହନ୍ତୁ।

କୁମ୍ଭ: ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ।

ମୀନ: ଆତ୍ମୀୟଙ୍କ ସହଯୋଗ ପାଇ ଆନନ୍ଦିତ ହେବେ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ।

The post ୪ ସେପ୍ଟେମ୍ବର, ରବିବାର: ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ appeared first on Odisha Reporter.



from Odisha Reporter https://ift.tt/Y4I5BMj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages