ମହା ମୁକାବିଲା, ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 3, 2022

ମହା ମୁକାବିଲା, ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଆଜି ପୁଣି ମୁହା ମୁକାବିଲା। ସୁପର ସଣ୍ଡେରେ ଦେଖିବାକୁ ମିଳିବ ପୁଣି ଏକ ହାଇ ଭୋଲଟେଜ ମ୍ୟାଚ୍। ଏସିଆକପରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ।  ମାତ୍ର ୮ ଦିନ ମଧ୍ୟରେ ଦୁଇଦଳ ମଧ୍ୟରେ ଦେଖିବାକୁ ମିଳିବ କଡା ଟକ୍କର। ଏଥିପାଇଁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି।

ଦୁବାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଜିତି ଭାରତ ଫାଇନାଲ ଖେଳିବାକୁ ନିଜର ଦାବି ଦୃଢ କରିବ। ଟିମ୍ ଇଣ୍ଡିଆ ଏବେ ଚମତ୍କାର ଫର୍ମରେ ଅଛି।  ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟ କୁମାର ଯାଦବ ଯେ କୌଣସି ଦଳକୁ ଅଡୁଆରେ ପକାଇ ପାରନ୍ତି। ସେପଟେ ଆହତ କାରଣରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦଳରୁ ବାଦ ପଡିଛନ୍ତି।  ସେ ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପରୁ ବି ବାଦ ପଡିବାର ଆଶଙ୍କା ରହିଛି।

ଆହତ ସମସ୍ୟା ପାକିସ୍ତାନ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି। ଦ୍ରୁତ ବୋଲର ଶାହନାୱାଜ ଦହାନୀ ଦଳରୁ ବାଦ ପଡିଛନ୍ତି। ପୂର୍ବରୁ ଆହତ କାରଣରୁ ସାହିନ୍ ଅଫ୍ରିଦି ଓ ମହମ୍ମଦ ୱାସିମ୍ ଦଳରୁ ବାଦ ପଡିଛନ୍ତି।

ଗତ ୨୮ ତାରିଖରେ ଖେଳାଯାଇଥିବା ମୁକାବିଲାରେ ଭାରତ ୫ ୱିକେଟ୍‌ରେ ବିଜୟୀ ହୋଇଥିଲା। ତେଣୁ ଲଗାତର ବିଜୟ ଧାରା ବଜାୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ରୋହିତ ବାହିନୀ । ସେପଟେ ପାକିସ୍ତାନ ପାଖରେ ପ୍ରଥମ ମ୍ୟାଚ୍ ପରାଜୟର ପ୍ରତିଶୋଧ ନେବାକୁ ସୁଯୋଗ ରହିଛି । ଆଜିର ସୁପର-୪ ମୁକାବିଲାରେ ଯିଏ ଜିତବ ସେହି ଦଳ ଫାଇନାଲ ଖେଳିବାର ନିକଟତର ହେବ। ଭାରତ, ପାକିସ୍ତାନ ସହ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ସୁପର ଫୋରକୁ ଉନ୍ନୀତ ହୋଇଛନ୍ତି। ଆସନ୍ତା ୧୧ ତାରିଖରେ ଏସିଆ କପ୍‌ର ଫାଇନାଲ ମ୍ୟାଚ ଖେଳାଯିବ।

The post ମହା ମୁକାବିଲା, ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ appeared first on Odisha Reporter.



from Odisha Reporter https://ift.tt/a4DeTW2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages