ଅଶାନ୍ତ ରାଜଧାନୀ,ମହିଳା ବ୍ୟବସାୟୀଙ୍କଠାରୁ ଲୁଟି ନେଲେ ଟଙ୍କା ଓ ମୋବାଇଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 2, 2022

ଅଶାନ୍ତ ରାଜଧାନୀ,ମହିଳା ବ୍ୟବସାୟୀଙ୍କଠାରୁ ଲୁଟି ନେଲେ ଟଙ୍କା ଓ ମୋବାଇଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଅଶାନ୍ତ ହୋଇପଡ଼ିଛି ରାଜଧାନୀ। କମିଶନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀମାନେ ଚଲାଇଛନ୍ତି ଦମନ ଲୀଳା। କେଉଁଠି ହତ୍ୟାକାଣ୍ଡ ଘଟାଉଛନ୍ତି ତ ଆଉ କେଉଁ ଠି ଲୋକଙ୍କ ପାଖରୁ ଖଣ୍ଡା ଓ ଛୁରି ଦେଖାଇ ଟଙ୍କା ପଇସା ଲୁଟି ନେଇଯାଉଛନ୍ତି। ଗତକାଲି ରାଜଧାନୀ ଛାତି ଉପରେ ସମାନ ଘଟଣା ଘଟି ଯାଇଛି। ଜଣେ ମହିଳା ବ୍ୟବସାୟୀଙ୍କୁ ଖଣ୍ଡା ଛୁରି ଦେଖାଇ ଟଙ୍କା,ମୋବାଇଲ ଓ ଏଟିଏମ୍ କାର୍ଡ ଲୁଟି ନେଇଛନ୍ତି ଲୁଟେରା। ଏଭଳି ଘଟଣା ଭୁବନେଶ୍ୱର ସ୍ଥିତ ଝାରପଡ଼ା ଗୋଲେଇ ଛକରେ। ମହିଳା ଜଣଙ୍କ ହେଲେ ହଳଦୀ ପଡିଆ ବସ୍ତିର ଲଳିତା ଜେନା।

ଲଳିତା ପରିବା ବ୍ୟବସାୟ କରନ୍ତି। ପ୍ରତିଦିନ ରାତି ପ୍ରାୟ ୩ଟା ସମୟରେ ସେ ୪ ନମ୍ବର ବଜାରକୁ ପରିବା ଆଣିବାକୁ ଯାଆନ୍ତି। ସକାଳେ ବଜାରରେ ପରିବା ବିକ୍ରି କରି ପରିବାର ପୋଷଣ କରନ୍ତି। ଗତକାଲି ମଧ୍ୟ ସେ ପରିବା ପାଇଁ ୪ ନମ୍ବର ବଜାରକୁ ଯାଉଥିଲେ। ଏହି ସମୟରେ ଝାରପଡ଼ା ଗୋଲେଇ ଛକ ଓଭର ବ୍ରିଜ ଉପରେ ୬ଜଣ ଲୁଟେରା ଆସି ତାଙ୍କ ଗାଡ଼ିକୁ ଅଟକାଇଥିଲେ। ପରେ ତାଙ୍କ ବେକରେ ଖଣ୍ଡା ଛୁରି ଲଗାଇ ତାଙ୍କ ସ୍କୁଟି ନେଇଯିବା ସହ ଟଙ୍କା, ମୋବାଇଲ,ଏଟିଏମ୍ କାର୍ଡ ଲୁଟି ନେବାକୁ ଉଦ୍ୟମ କରିଥିଲେ।

ଲଳିତା ଏନେଇ ଜୋରରେ ପାଟି କରିଥିଲେ। ଓଭର ବ୍ରିଜ ନିକଟରେ ଠିଆ ହୋଇଥିବା ୨ଜଣ ପୁଲିସ କର୍ମଚାରୀ ଲଳିତାଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ। ଲୁଟେରାମାନେ ଲଳିତାଙ୍କ ସ୍କୁଟି ଛାଡ଼ି ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ତାଙ୍କ ବ୍ୟାଗରେ ୮୦୦୦ ଟଙ୍କା ସହ ମୋବାଇଲ, ଏଟିଏମ୍ କାର୍ଡ ଓ ପାନକାର୍ଡ ଥିବା ଲଳିତା କହିଛନ୍ତି। ଏନେଇ ଲଳିତା ଥାନାରେ ଅଭିଯୋଗ କରିଛନ୍ତି।  ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇବା ସହ ଘଟଣାର ତଦନ୍ତ କରୁଛି।

 

 

 

 

The post ଅଶାନ୍ତ ରାଜଧାନୀ,ମହିଳା ବ୍ୟବସାୟୀଙ୍କଠାରୁ ଲୁଟି ନେଲେ ଟଙ୍କା ଓ ମୋବାଇଲ appeared first on Odisha Reporter.



from Odisha Reporter https://ift.tt/VH8hgKi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages