ଅଜବ ନିୟମ! ହେଲମେଟ୍‌ ପିନ୍ଧି ନଥିବାରୁ ଅଟୋ ଚାଳକଙ୍କ କଟିଲା ଚାଲାଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 24, 2022

ଅଜବ ନିୟମ! ହେଲମେଟ୍‌ ପିନ୍ଧି ନଥିବାରୁ ଅଟୋ ଚାଳକଙ୍କ କଟିଲା ଚାଲାଣ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ସରକାରଙ୍କ ଅଜବ ଏ ଟ୍ରାଫିକ ନିୟମ। ଅଟୋ ଚାଳକଙ୍କର ବି ହେଲମେଟ୍‌ ପିନ୍ଧି ନଥିବାରୁ କଟିଲା ଚାଲାଣ। ହେଲମେଟ୍ ପାଇଁ କୋରାପୁଟରେ ଅଟୋ ଚାଳକଙ୍କର ଚାଲାଣ କଟିଛି। ଶହେ କି ଦୁଇ ଶହେ ନୁହେଁ ୧୦୦୦ ଟଙ୍କାର ଚାଲାଣ କଟାଯାଇଛି।

ଅଟୋ ନମ୍ବର ଓଡି ୧୦ ସି ୨୩୪୭। ଏହି ଗ୍ୟାସ୍‌ ବୁହା ଡାଲା ଅଟୋ ଅଛି କୋରାପୁଟରେ କିନ୍ତୁ ଫାଇନ କଟିଛି ଚିତ୍ରକୋଣ୍ଡାରେ। ତାହା ପୁଣି ଅଟୋ ଡ୍ରାଇଭର ହେଲମେଟ ପିନ୍ଧି ନଥିବାରୁ। କୋରାପୁଟ ସହରରେ ପ୍ରତିଦିନ ଏକ ଗ୍ୟାସ ଏଜେନ୍ସି ପକ୍ଷରୁ ଏହି ଡାଲା ଅଟୋଟି ଗ୍ୟାସ ପରିବହନ କରେ। କିନ୍ତୁ ହେଲମେଟ ପିନ୍ଧି ନ ଥିବାରୁ ଏହି ଅଟୋ ନମ୍ବରରେ କଟାଯାଇଛି ୧୦୦୦ ଟଙ୍କାର ଜରିମାନା।

ଚିତ୍ରକୋଣ୍ଡା ଛକରେ ହେଲମେଟ ପିନ୍ଧି ନଥିବାରୁ ଅଟୋ ଚାଳକଙ୍କୁ ଏହି ଫାଇନ ପକାଇଛି ଓଡ଼ିଶା ଟ୍ରାଫିକ୍ ପୁଲିସ। ଟ୍ରାଫିକ୍ ପୁଲିସ ପକ୍ଷରୁ ଚିତ୍ରକୋଣ୍ଡା ଥାନାର ଏସଆଇ ରାଜେଶ କୁମାର ସେଠୀ ଏହି ଚାଲାଣ କାଟିଥିବା ଅଭିଯୋଗ କରିଛନ୍ତି କେ.ସତ୍ୟନାରାୟଣ।

ସେ କେବେ ଏହି ଅଟୋ ନେଇ ଚିତ୍ରକୋଣ୍ଡା ଯାଇନାହାନ୍ତି କିନ୍ତୁ ୨୨ ତାରିଖ ଦିନ ତାଙ୍କ ମୋବାଇଲକୁ ହେଲମେଟ ପିନ୍ଧି ନ ଥିବାରୁ ୧୦୦୦ ଟଙ୍କର ଚାଲାଣ କଟାଯାଇଥିବା ନେଇ ମେସେଜ ଆସିଥିଲା ବୋଲି ଅଟୋ ଚାଲକ କହିଛନ୍ତି।

The post ଅଜବ ନିୟମ! ହେଲମେଟ୍‌ ପିନ୍ଧି ନଥିବାରୁ ଅଟୋ ଚାଳକଙ୍କ କଟିଲା ଚାଲାଣ appeared first on Odisha Reporter.



from Odisha Reporter https://ift.tt/5AL1Z0V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages