ବିରୋଧୀଙ୍କ ଏକତାକୁ ନେଇ ଉଠିଲା ପ୍ରଶ୍ନ, ହରିଆଣା ରାଲିକୁ ଆସିଲେନି ଅନେକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 25, 2022

ବିରୋଧୀଙ୍କ ଏକତାକୁ ନେଇ ଉଠିଲା ପ୍ରଶ୍ନ, ହରିଆଣା ରାଲିକୁ ଆସିଲେନି ଅନେକ

ନୂଆଦିଲ୍ଲୀ: ପୁଣିଥରେ ବିରୋଧୀଙ୍କ ଏକତାକୁ ନେଇ ଉଠିଛି ପ୍ରଶ୍ନ। ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଚେକ୍‌ ଦେବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହେବାକୁ ପ୍ରୟାସ କରୁଛନ୍ତି। କେତେବେଳେ ନୀତୀଶ କୁମାର ତ ଆଉ କେତେବେଳେ କେସିଆର ଓ ମମତା ବାନାର୍ଜୀ ବିରୋଧୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାକୁ ଘନଘନ ବୈଠକ କରୁଛନ୍ତି। ହେଲେ ରବିବାର ହରିଆଣାର ଫତେହାବାଦରେ ଆୟୋଜିତ କାର୍ଯ୍ୟକ୍ରମରେ ବିରୋଧୀଙ୍କ ମଧ୍ୟରେ ଫାଟ ଥିବା ଜଳଜଳ ହୋଇ ଦେଖିବାକୁ ମିଳିଛି।

ଏଠାରେ ଆଇଏନଏଲଡି ମୁଖ୍ୟ ଓପି ଚୌତାଲା ଦଳର ପ୍ରତିଷ୍ଠାତା ଦେବୀ ଲାଲଙ୍କ ଜନ୍ମ ବାର୍ଷିକୀ ପାଇଁ ଗୋଟିଏ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏଥିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଠାରୁ ଆରମ୍ଭ କରି ଏନସିପି ସୁପ୍ରିମୋ ଶରଦ ପାୱାର ଯୋଗ ଦେଇଥିଲେ। ତଥାପି ଅନେକ ବିଜେପି ବିରୋଧୀ ଦଳର ନେତାମାନେ ଅନୁପସ୍ଥିତ ରହିଥିଲେ।

କିଛି ବିରୋଧୀଙ୍କୁ ଆଇଏନଏଲଡି ଡାକିଥିଲେ ମଧ୍ୟ ସେମାନେ ଆସି ନଥିଲେ। ସେହିପରି କଂଗ୍ରେସ ଓ ଆପ୍‌ ଭଳି ପ୍ରମୁଖ ବିରୋଧୀ ଦଳକୁ କାର୍ଯ୍ୟକ୍ରମକୁ ଆସିବାକୁ ନିମନ୍ତ୍ରଣ ମିଳି ନଥିଲା। ଏହି ଦୁଇ ଦଳ ବ୍ୟତୀତ ଆଞ୍ଚଳିକ ପାୱାର ହାଉସ କୁହାଯାଉଥିବା ଡିଏମକେ, ଟିଆରଏସ୍ ଓ ଟିଏମସି ଭଳି ଦଳର କୌଣସି ନେତା କାର୍ଯ୍ୟକ୍ରମକୁ ଆସି ନଥିଲେ।

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କୁ ନିମନ୍ତ୍ରଣ ମିଳିଥିଲା କି ନାହିଁ, ସେକଥା ଜଣାପଡ଼ିନି। ଏନସିପି ମୁଖ୍ୟ ଫାରୁକ ଅବଦୁଲ୍ଲା, ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ବାର୍ତ୍ତା ପଠାଇ କାର୍ଯ୍ୟକ୍ରମରେ ଯୋଗଦେଇ ପାରୁ ନଥିବା ଆଇଏନଏଲଡିକୁ ଜଣାଇଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ସେ ଯାହା ବି ହେଉ ପଛେ, ବିରୋଧୀଙ୍କ ପାଖରେ ବିଜେପି ଆଗରେ ଶକ୍ତି ପ୍ରଦର୍ଶନ ପାଇଁ ରବିବାର କାର୍ଯ୍ୟକ୍ରମ ବଡ଼ ସୁଯୋଗ ସୃଷ୍ଟି କରିଥିଲା। ହେଲେ ଏକାଧିକ ବିରୋଧୀ ଦଳର ନେତା କାର୍ଯ୍ୟକ୍ରମରୁ ଦୂରେଇ ରହିବା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି କାର୍ଯ୍ୟକ୍ରମ ପୂର୍ବରୁ ବିହାରରେ ବିଜେପିକୁ ଛାଡ଼ପତ୍ର ଦେଇଥିବା ନୀତୀଶ କୁମାର ଏକାଧିକ ବିରୋଧୀ ଦଳର ନେତାଙ୍କୁ ଭେଟି ୨୦୨୪ ପୂର୍ବରୁ ଏକାଠି ହେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହା ଆଦୌ ସୁଫଳା ଆଣି ନଥିବା ଗତକାଲି ରାଲିରୁ ସ୍ପଷ୍ଟ ହୋଇଛି।

ରବିବାର କାର୍ଯ୍ୟକ୍ରମରେ ନୀତୀଶ କୁମାର ଷ୍ଟେଜ ଉପରେ ପଞ୍ଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କୁ ବଡ଼ କଥା କହିଛନ୍ତି। ନୀତୀଶ କହିଛନ୍ତି ଯେ “ଆପଣଙ୍କ ବାପାଙ୍କ ସହ ମୋର ଘନିଷ୍ଠ ସମ୍ପର୍କ ରହିଛି। ଆପଣ ଆମ ସହ ସାମିଲ ହୋଇ ମେଣ୍ଟକୁ ଅଧିକ ସଶକ୍ତ କରନ୍ତୁ ବୋଲି ଅନୁରୋଧ କରୁଛି।” କିଛି ଦିନ ତଳେ ସୁଖବୀର ସିଂହ ବାଦଲ ବିଜେପିର କିଛି ବରିଷ୍ଠ ନେତାଙ୍କ ସହ ବୈଠକ କରିଥିଲେ। କାଳେ ପୁଣିଥରେ ଅକାଳୀ ଦଳ ବିଜେପି ସହ ହାତ ମିଳାଇବ, ସେହି ଆଶଙ୍କାରେ ନୀତୀଶ ଗତକାଲି ଏପରି କହିଥିବା କୁହାଯାଇଛି।

ସୁଖବୀର କହିଛନ୍ତି, “ପ୍ରକୃତ ଏନଡିଏ ଷ୍ଟେଜରେ ରହିଥିଲା। ଯେତେବେଳେ ଏହି ମେଣ୍ଟ ତିଆରି ହୋଇଥିଲା ବିଜେପି କେବଳ କିଛି ଆସନ ଜିତିବାକୁ ସକ୍ଷମ ହୋଇଥିଲା। କିନ୍ତୁ ବିଜେପି ତା’ର ସହଯୋଗୀ ଶିବସେନା, ଆଇଏନଏଲଡି, ଅକାଳୀ ଓ ଅନ୍ୟ ଦଳର କଠିନ ପରିଶ୍ରମ ଏବଂ ସଂଘର୍ଷ ଯୋଗୁ ଏନଡିଏ ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲା।”

କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନ୍ୟ ଦୁଇ ବଡ଼ ନେତା ହେଲେ ଏନସିପି ସୁପ୍ରିମୋ ଶରଦ ପାୱାର ଓ ସିପିଏମର ସୀତାରାମ ୟେଚୁରୀ। ଏହି ବୈଠକରେ ନୀତୀଶ କୁମାର ସମସ୍ତ ବିରୋଧୀ ଦଳଗୁଡ଼ିକୁ ବିଜେପି ନେତୃତ୍ୱାଧୀନ ସରକାର ବିରୋଧରେ ଏକାଠି ହେବାକୁ ଆହ୍ୱାନ କରିଛନ୍ତି। ଏଥିସହ କୃଷକ ଓ ଶ୍ରମିକମାନଙ୍କୁ ନ୍ୟାୟ ଦିଅନ୍ତୁ ବୋଲି କହିଛନ୍ତି।

କୃଷି ଆଇନ ପ୍ରତ୍ୟାହାର ବେଳେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତିକୁ ଭୁଲି ଯାଇଥିବା ଶରଦ ପାୱାର ଅଭିଯୋଗ କରିଛନ୍ତି। କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ବେଳେ ଚାଷୀଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରୁଜୁ ହୋଇଥିଲା। ଆଇନ ପ୍ରତ୍ୟାହାର ବେଳେ କେନ୍ଦ୍ର ସରକାର ମାମଲା ଉଠାଇ ନେବେ ବୋଲି କହିଥିଲା। ଏଥିସହ ଏମଏସ୍‌ପି ଉପରେ ଆଇନଗତ ବ୍ୟବସ୍ଥା କରିବାକୁ କହିଥିଲେ। କିନ୍ତୁ ସେସବୁ କିଛି ବି ହୋଇ ନଥିବା ପାୱାର କହିଛନ୍ତି।

The post ବିରୋଧୀଙ୍କ ଏକତାକୁ ନେଇ ଉଠିଲା ପ୍ରଶ୍ନ, ହରିଆଣା ରାଲିକୁ ଆସିଲେନି ଅନେକ appeared first on Odisha Reporter.



from Odisha Reporter https://ift.tt/Sbhpmw2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages