ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଗୋଟିଏ ପରିବାରର ୪ ଜଣଙ୍କୁ ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ବାପା, ମା’ ଓ ୨ ନିରୀହ ଛୁଆ ଥିବା ଜଣାପଡ଼ିଛି। ପୁଲିସ୍ ଗୋଟିଏ ପରେ ଗୋଟିଏ ଶବ ଉଦ୍ଧାର କରିଥିବା ବେଳେ ଏପରି ଛାତିଥରା ଘଟଣା ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା।
ଏପରି ଅଭାବନୀୟ ଘଟଣା ଛତିଶଗଡର ଦୁର୍ଗ ଜିଲ୍ଲା ଅକୋଲା ଗାଁସ୍ଥିତ ଟଣ୍ଡନବାଡିରେ ଘଟିଛି। ତେବେ ମୃତକମାନେ ବଲାଙ୍ଗିର ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନେ ହେଲେ ଭୋଲାନାଥ ଯାଦବ(୩୪),ତାଙ୍କ ପତ୍ନୀ ନେନା ଯାଦବ (୩୦) , ଦୁଇ ଛୁଆ ପ୍ରମୋଦ(୧୨) ଓ ମୁକ୍ତା (୭) ।
ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳର ଭୋଲାନାଥ ଯାଦବ ନିଜ ପରିବାର ସହ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ଛତିଶଗଡର ଟଣ୍ଡନବାଡିରେ ରହୁଥିଲେ। ସେଠାରେ ତାଙ୍କ ଶ୍ୱଶୁର ଘର ଥିବା ବେଳେ ସେ ଚାଷବାସ କରି ଚଳୁଥିଲେ । ଭୋଳାନାଥଙ୍କର ସମୁଦାୟ ୪ ପିଲା ଥିବା ବେଳେ ୨ ଜଣ ପାଖରେ ଥିବା ନିଜ ଅଜା ଘରେ ରହୁଥିଲେ।
ଗତ ବୁଧବାର ଗାଁ ଲୋକେ ଭୋଲାନାଥଙ୍କ ଶବ ଗାଁରେ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିଦସ ପହଞ୍ଚି ଭୋଲାନାଥଙ୍କ ଶବ ଜବତ କରିଥିଲା। ଏହାପରେ ପରିବାରର ଅନ୍ୟ ସଦସ୍ୟଙ୍କୁ ଖୋଜାଖୋଜି ଆରମ୍ଭ କରି ପତ୍ନୀଙ୍କ ଶବ ଘର ଭିତରୁ ଉଦ୍ଧାର କରିଥିଲା। ୨ ଛୁଆ ପ୍ରମୋଦ ଓ ମୁକ୍ତାଙ୍କ ମୃତଦେହ ଘର ନିକଟ ଜମିରୁ ଊଦ୍ଧାର କରାଯାଇଛି।
ପ୍ରାଥମିକ ତଦନ୍ତରୁ ସମସ୍ତଙ୍କୁ ଟାଙ୍ଗିଆରେ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିବା ଜଣାଯାଇଛି। ସମସ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତେବେ କିଏ ଓ କାହିଁକି ଏପରି ନିର୍ମମ କାଣ୍ଡ ଘଟାଇଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍ ।
The post ନିର୍ମମ କାଣ୍ଡ: ଗୋଟିଏ ପରିବାରର ୪ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା appeared first on Odisha Reporter.
from Odisha Reporter https://ift.tt/Ad1YXeR
No comments:
Post a Comment