କୋଟିଆ ନେବ ଆଦାନୀ! ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ଆନ୍ଧ୍ର-ଓଡ଼ିଶା ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 19, 2022

କୋଟିଆ ନେବ ଆଦାନୀ! ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ଆନ୍ଧ୍ର-ଓଡ଼ିଶା ମୁହାଁମୁହିଁ

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା) : କୋଟିଆରେ ହେବାକୁ ଥିବା ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ନେଇ ମୁହାଁମୁହିଁ ହୋଇଛନ୍ତି ଓଡ଼ିଶା- ଆନ୍ଧ୍ର। ଉଭୟ ଗୋଟିଏ ସ୍ଥାନରେ ପ୍ରକଳ୍ପ କରିବାକୁ ଜିଦ୍‌ ଧରି ବସିଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ଏହାକୁ ନେଇ ଚାଲିଛି କଥା କଟାକଟି। ଉଭୟ ପକ୍ଷ ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ଆଦାନୀ କମ୍ପାନୀ ସହି ଚୁକ୍ତି କରିଛନ୍ତି। ତେବେ ଓଡ଼ିଶା ଟିମ୍‌ କ୍ଷେତ୍ର ପରିଦର୍ଶନରେ ଯିବା ବେଳେ ତାଙ୍କ ବାଟ ଓଗାଳିଥିଲା କୋଟିଆକୁ ନିଜର ବୋଲି ଦାବି କରୁଥିବା ଆନ୍ଧ୍ର ପ୍ରଦେଶର ପୁଲିସ ବାହିନୀ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବେଶ୍‌ କିଛି ସମୟ ପାଇଁ ତୁତୁ ମେଁମେଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ କିଏ ବାଜି ମାରୁଛି ନା ଉଭୟ ଏହି ପ୍ରକଳ୍ପରେ ଭାଗିଦାର ହେବେ ସେ ନେଇ କିଛି ସ୍ପଷ୍ଟ ଚିତ୍ର ଆସି ପାରି ନାହିଁ।

ସୂଚନାଯୋଗ୍ୟ, କୋଟିଆର ଯେଉଁ ସ୍ଥାନରେ ଆନ୍ଧ୍ର ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ପରିବେଶ ମଂଜୁରୀ ମାଗିଛି ସେହି ସ୍ଥାନରେ ଓଡ଼ିଶା ମଧ୍ୟ ଜଳବିଦ୍ୟୁତ୍‌ ପ୍ରକଳ୍ପ କରିବାକୁ ଯୋଜନା କରିଛି। ଆନ୍ଧ୍ର ଏହି ପ୍ରକଳ୍ପ ସ୍ଥାନକୁ ନିଜର ମାନ୍ୟମ ଜିଲ୍ଲାରେ ଅନ୍ତର୍ଭୁକ୍ତ କରିଥିବା ବେଳେ ଓଡ଼ିଶା ପକ୍ଷରୁ ତାହା କୋରାପୁଟ ଜିଲ୍ଲା ଅଧୀନରେ ରହିଛି।

ଏହି ପ୍ରକଳ୍ପ ପାଇଁ ୬ ମାସ ପୂର୍ବରୁ ଆନ୍ଧ୍ର କ୍ଷେତ୍ର ପରିଦର୍ଶନ କରି ସାରିଥିବା ବେଳେ ଗତ ରବିବାର କ୍ଷେତ୍ର ପରିଦର୍ଶନ କରିଛି ଓଡ଼ିଶା। ଆନ୍ଧ୍ର ପକ୍ଷରୁ କୋଟିଆରେ ୧୨୦୦ ୱାଟର ଜଳ ବିଦ୍ୟୁତ୍ ଯୋଜନା ସ୍ଥାପନ କରିବା ପାଇଁ ଆନ୍ଧ୍ର ସରକାର ଓ ଆଦାନୀ ଗ୍ରୁପ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷର ହୋଇ ସାରିଛି। ଏଥି ନିମନ୍ତେ ପରିବେଶ ମଞ୍ଜୁରୀ ପାଇଁ ମଧ୍ୟ ଆନ୍ଧ୍ର କେନ୍ଦ୍ର ନିକଟରୁ ଅନୁମତି ମାଗିଛି।

କୋଟିଆରେ ଓଡ଼ିଶା ଅଧିକାରୀଙ୍କ ବାଟ ଓଗାଳିଛନ୍ତି ଆନ୍ଧ୍ର ଅଧିକାରୀ ।

ଓଡ଼ିଶା ପକ୍ଷରୁ ହେବାକୁ ଥିବା ପ୍ରୋଜେକ୍ଟରେ ୨୨୦୦ ମେଗାୱାଟ୍‌ର ବିଦ୍ୟୁତ ଉତ୍ପନ୍ନ ହେବା ସହ ଏଥିନିମନ୍ତେ ୫୦୦୦ କୋଟି ଟଙ୍କା ବିନିଯୋଗ ହେବ ବୋଲି ସୂଚନା ମିଳିଛି। ଓଡ଼ିଶା ପକ୍ଷରୁ ହେବାକୁ ଥିବା ପ୍ରୋଜେକ୍ଟକୁ ମଧ୍ୟ ଆଦାନୀ କରିବା ସହ ଟାଟା ବିଦ୍ୟୁତ୍‌ ସରବରାହ କରିବ ବୋଲି ସୂଚନା ମିଳିଛି।

ଏହି ପ୍ରକଳ୍ପ ନିମନ୍ତେ ୫ଟି ଗ୍ରାମ ବିସ୍ଥାପିତ ହେବ ବୋଲି ଜଣାଯାଇଥିବା ବେଳେ କେନ୍ଦ୍ର ସରକାର ଏଥିନିମନ୍ତେ କାହାକୁ ଗ୍ରୀନ୍‌ ସିଗନାଲ ଦେଉଛନ୍ତି, କାହା ଭାଗରେ ପଡ଼ୁଛି ଏହି ପ୍ରକଳ୍ପ ତାହା ଆଗକୁ ଜଣାପଡ଼ିବ।

ଏହାକୁ ନେଇ ଗତ ରବିବାର ଓଡ଼ିଶା ଓ ଆନ୍ଧ୍ର ପ୍ରଶାସନ ମଧ୍ୟରେ ଛକାପଞ୍ଜା ଦେଖିବାକୁ ମିଳିଥିଲା। ଓଡ଼ିଶାର ଏହି ଟିମ୍ ନାରେଡିବାଲସାର କ୍ଷେତ୍ର ପରିଦର୍ଶନ କରୁଥିବାବେଳେ ବାଟ ଓଗାଳିଥିଲେ କୋଟିଆ(ଆନ୍ଧ୍ର)ର ସର୍କଲ ଇନ୍ସପେକ୍ଟର ରୋହିଣୀ ପତି। ବ୍ଲକର ଏପିଓ ଓ ତହସିଲ କର୍ମଚାରୀଙ୍କୁ ଆମ ଅଞ୍ଚଳକୁ କାହିଁକି ଆସିଛ ବୋଲି ଖଣ୍ଡି ହିନ୍ଦୀ ଓ ଇଂରାଜି ଭାଷାରେ ପଚାରିଥିଲେ। ଏହାକୁ ନେଇ ସୃଷ୍ଟି ହୋଇଥିଲା ଉତ୍ତେଜନାମୂଳକ ପରିସ୍ଥିତି। ଏନେଇ ଓଡ଼ିଶା ଟିମ୍‌ ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି।

କୋଟିଆରେ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ହେଲେ ଏଥିନିମନ୍ତେ ବହୁ ଗ୍ରାମବାସୀ ବିସ୍ଥାପିତ ହେବେ। ଏହାକୁ ଆଖି ଆଗରେ ରଖି  ନିକଟ ଅତୀତରେ ଆନ୍ଧ୍ର ପ୍ରଦେଶର ବାମ ଦଳ ଏହି ଅଞ୍ଚଳରେ କୌଣସି ଜଳ ବିଦ୍ୟୁତ୍ ଯୋଜନା କରାଯିବାକୁ ବିରୋଧ କରିଥିଲେ। ତେବେ ଏବେ ପୁଣିଥରେ ଦୁଇ ରାଜ୍ୟ ଏଥିପାଇଁ ତତ୍ପରତା ପ୍ରକାଶ କରିବା ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ବିସ୍ଥାପନ ଡର ଦେଖିବାକୁ ମିଳିଛି।

The post କୋଟିଆ ନେବ ଆଦାନୀ! ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ଆନ୍ଧ୍ର-ଓଡ଼ିଶା ମୁହାଁମୁହିଁ appeared first on Odisha Reporter.



from Odisha Reporter https://ift.tt/dP1pe7N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages