ରାହୁଲ ଦ୍ରାଭିଡ୍‌ଙ୍କୁ ପଛରେ ପକାଇଲେ ବିରାଟ, ଏବେ କେବଳ ସଚିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 25, 2022

ରାହୁଲ ଦ୍ରାଭିଡ୍‌ଙ୍କୁ ପଛରେ ପକାଇଲେ ବିରାଟ, ଏବେ କେବଳ ସଚିନ

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ବିଜୟୀ ୬୩ ରନର ଇନିଂସ ଖେଳିଥିବା ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଭାରତର କିମ୍ବଦନ୍ତୀ କ୍ରିକେଟର ତଥା ବର୍ତ୍ତମାନ ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଦ୍ରାଭିଡ୍‌ଙ୍କ ରେକର୍ଡକୁ ପାରି କରି ଯାଇଛନ୍ତି। ଏଥିସହ ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ଦ୍ୱିତୀୟ ରନ ହାସଲକାରୀ କ୍ରିକେଟର ବନି ଯାଇଛନ୍ତି।

ପୂର୍ବରୁ ସର୍ବାଧିକ ରନ ହାସଲ କରିଥିବା ତାଲିକାରେ ରାହୁଲ ଦ୍ରାଭିଡ୍‌ ଦ୍ୱିତୀୟ ସ୍ଥାନରେ ଥିଲେ। କିନ୍ତୁ ରବିବାର ବିରାଟ ୬୩ ରନର ଇନିଂସ ଖେଳିବା ପରେ ତାଙ୍କୁ ପଛକୁ ଠେଲି ଦେଇଛନ୍ତି। ଏବେ ବିରାଟଙ୍କ ଉପରେ କେବଳ ସଚିନ ତେନ୍ଦୁଲକର ରହିଛନ୍ତି।

ବିରାଟ ଗତକାଲି ୪୮ ବଲରେ ୬୩ ରନର ଇନିଂସ ଖେଳିଥିଲେ। ଏହି ଇନିଂସ ପରେ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ମୋଟ ରନ ସଂଖ୍ୟା ୨୪,୦୭୮ରେ ପହଞ୍ଚି ଯାଇଛି। ଏହା ରାହୁଲ ଦ୍ରାଭିଡ୍‌ଙ୍କ ମୋଟ ଅନ୍ତର୍ଜାତୀୟ ସ୍କୋର ଠାରୁ ୧୪ ରନ ଅଧିକ। ତେବେ ତାଙ୍କର ଏସିଆ ଓ ଆଇସିସି ଟିମ୍‌ର ସ୍କୋର ଠାରୁ ବିରାଟ ଏବେ ବି ପଛରେ ଅଛନ୍ତି। ଡ୍ରାଭିଡ୍‌ ଭାରତ, ଏସିଆ ଟିମ ଓ ଆଇସିସି ଟିମ୍‌ ପକ୍ଷରୁ ୫୦୯ଟି ମ୍ୟାଚ ଖେଳି ମୋଟ ୨୪,୨୦୮ ରନ କରିଛନ୍ତି। କିନ୍ତୁ ବିରାଟ ଏଯାଏ ଏସିଆ ଏକାଦଶ କିମ୍ବା ଆଇସିସି ଏକାଦଶ ପାଇଁ ମ୍ୟାଚ୍‌ ଖେଳିନାହାନ୍ତି।

ବିରାଟ ଭାରତ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଏଯାଏ ୪୭୧ଟି ମ୍ୟାଚ୍‌ ଖେଳି ୨୪,୦୭୮ ରନ କରିଛନ୍ତି। ଡ୍ରାଭିଡ୍‌ ଭାରତ ପାଇଁ ୪୦୪ ମ୍ୟାଚ୍‌ ଖେଳି ୨୪,୦୬୪ ରନ କରିଥିଲେ। ଏହି ତାଲିକାର ୧ନଂ ସ୍ଥାନରେ ଥିବା ସଚିନ ତେନ୍ଦୁଲକର ମୋଟ ୬୬୪ଟି ମ୍ୟାଚ୍‌ ଖେଳି ଭାରତ ପାଇଁ ୩୪,୩୫୭ ରନ କରିଛନ୍ତି। ୪ର୍ଥ ସ୍ଥାନରେ ସୌରଭ ଗାଙ୍ଗୁଲି ୪୨୧ ମ୍ୟାଚ୍‌ରୁ ୧୮,୪୩୩ ରନ୍‌ ଓ ୫ମ ସ୍ଥାନରେ ୫୩୫ ମ୍ୟାଚ୍‌ରୁ ୧୭,୦୯୨ ରନ୍‌ କରି ମହେନ୍ଦ୍ର ସିଂହ ଧୋନି ରହିଛନ୍ତି।

ଅନ୍ୟପକ୍ଷରେ ଆଫଗାନିସ୍ତାନ ବିପକ୍ଷ ଏସିଆ କପ ମ୍ୟାଚ୍‌ରେ ବିରାଟ ମାତ୍ର ୬୧ଟି ବଲରେ ଅପରାଜିତ ୧୨୨ ରନର ଇନିଂସ ଖେଳିଥିଲେ। ଏହା ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ୭୧ତମ ଶତକ ଥିଲା। ଏହି ଶତକୀୟ ଇନିଂସ ପରେ ସେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟର ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଥିଲେ। ବିରାଟଙ୍କ ଭଳି ପଣ୍ଟିଂ ମଧ୍ୟ ୭୧ଟି ଶତକ ହାସଲ କରିଛନ୍ତି।

ଏବେ ତାଙ୍କୁ ଅତିକ୍ରମ କରିବା ପାଇଁ ବିରାଟଙ୍କ ପାଖରେ ସୁଯୋଗ ରହିଛି। ସେହିପରି ସର୍ବାଧିକ ଶତକ ହାସଲ କରିବା ତାଲିକାରେ ଏବେ ବି ସଚିନ ତେନ୍ଦୁଲକର ୧ନଂ ସ୍ଥାନରେ ରହିଛନ୍ତି। ସଚିନ ୬୬୪ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଥର ୧୦୦ରୁ ଅଧିକ ରନ କରିଛନ୍ତି। ଦ୍ୱିତୀୟ ସ୍ଥାନରେ ପଣ୍ଟିଂ ୫୬୦ ମ୍ୟାଚରେ ୭୧ଟି ଓ ବିରାଟ ୪୭୧ ମ୍ୟାଚରେ ସମାନ ୭୧ ଶତକ ହାସଲ କରିଛନ୍ତି।

The post ରାହୁଲ ଦ୍ରାଭିଡ୍‌ଙ୍କୁ ପଛରେ ପକାଇଲେ ବିରାଟ, ଏବେ କେବଳ ସଚିନ appeared first on Odisha Reporter.



from Odisha Reporter https://ift.tt/g8hZnaG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages