୫ ସେପ୍ଟେମ୍ବର, ସୋମବାର: ବନ୍ଧୁଙ୍କ ଅକୁଣ୍ଠ ସମର୍ଥନ ପାଇ କାମ ହାସଲ କରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 4, 2022

୫ ସେପ୍ଟେମ୍ବର, ସୋମବାର: ବନ୍ଧୁଙ୍କ ଅକୁଣ୍ଠ ସମର୍ଥନ ପାଇ କାମ ହାସଲ କରିବେ

ମେଷ: ଆଜି ଆପଣ ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ। ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରି ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ସହାନୁଭୂତି ପାଇବା ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ଯୋଗ୍ୟ ବିବେଚିତ ହେବେ ।

ବୃଷ: ଆଜି ମାନସିକ ଅସ୍ଥିରତା ସାଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ। ଆଜି ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ।  ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ।

ମିଥୁନ: ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଆର୍ଥିକ ସମସ୍ୟାର ସମାଧାନ ହେବ। ଗତକାଲି ଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ ଶୁଭ ଫଳ ମିଳିବ ।

କର୍କଟ: ଆପଣ ସାମାଜିକ ପ୍ରତିଷ୍ଠା ସହ ପ୍ରତ୍ୟେକ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ  । ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ। ବନ୍ଧୁ ଦର୍ଶନର ସୁଯୋଗ ଅଛି ।

ସିଂହ: ଆଜି ବିଳମ୍ବିତ ହେଲେ ମଧ୍ୟ  ସମସ୍ତ କାର୍ଯ୍ୟ ସାଧିତ ହେବ। ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।

କନ୍ୟା:  ଆଜି ପ୍ରତ୍ୟେକ ପରିସ୍ଥିତିକୁ ଲାଘବ କରିବା ଦିଗରେ ଆପଣଙ୍କ ନରମ କଥା ଓ କିଛିଟା ଅର୍ଥବ୍ୟୟ ସାହାଯ୍ୟ କରିବ । ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି । ସତସଙ୍ଗ ଓ ଧର୍ମଚର୍ଚ୍ଚା ଦିଗରେ ମନୋନିବେଶ କରିବେ ।

ତୁଳା: ନିଜର ଯୋଗ୍ୟତା, ଦକ୍ଷତା ଓ କ୍ଷମତାର ସଦୁପଯୋଗ କରିବା ଫଳରେ ବହୁତ ଲାଭ ମିଳିବ।  ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ।

ବିଚ୍ଛା: ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ସୁସ୍ଥ ମାନସିକତା ରକ୍ଷାକରି ବ୍ୟବସାୟ କ୍ଷେତ୍ରରେ ଆଶାତୀତ ଲାଭ ପାଇବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ ।

ଧନୁ: ଶତ୍ରୁମାନେ ପରାଜିତ ହେବେ ଓ ପାରିବାରିକ ସୁଖଶାନ୍ତି ବୃଦ୍ଧି ହେବ । ଅଧସ୍ତନଙ୍କ ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ପିଲାମାନଙ୍କ ପାଠପଢା ନେଇ ବହୁ ଦିଗରୁ ମନୋବଳ ଓ ସାମର୍ଥ୍ୟ ବୃଦ୍ଧି ପାଇବ ।

ମକର:  କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ । ପରିବାରରେ ସନ୍ଦେହ ଓ ଭୁଲ୍ ବୁଝାମଣା ହେତୁ ସମସ୍ୟା ଦେଖାଦେଇପାରେ ।

କୁମ୍ଭ:   ସମ୍ପର୍କୀୟଙ୍କ ସହ ବିବାଦ ଦେଖାଦେଇପାରେ। କର୍ମକ୍ଷେତ୍ରରେ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ମନସ୍ତାପ  କରିବେ। ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।

ମୀନ:   ଆଜି ଦିନଟି ଆପଣଙ୍କ ପାଇଁ ଲାଭପ୍ରଦ ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ମିଳିବ। ଅବହେଳାଜନିତ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ।

The post ୫ ସେପ୍ଟେମ୍ବର, ସୋମବାର: ବନ୍ଧୁଙ୍କ ଅକୁଣ୍ଠ ସମର୍ଥନ ପାଇ କାମ ହାସଲ କରିବେ appeared first on Odisha Reporter.



from Odisha Reporter https://ift.tt/Lc9wf2P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages