ଗଣଦୁଷ୍କର୍ମର ଶିକାର ଆଶାକର୍ମୀଙ୍କର ୩ ଦିନ ହେଲାଣି ପତ୍ତା ମିଳୁନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 4, 2022

ଗଣଦୁଷ୍କର୍ମର ଶିକାର ଆଶାକର୍ମୀଙ୍କର ୩ ଦିନ ହେଲାଣି ପତ୍ତା ମିଳୁନି

ପାରାଦୀପ(ରମାକାନ୍ତ ନାୟକ): ଗତମାସ ୨୬ ତାରିଖରେ ପାରାଦୀପରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଆଶାକର୍ମୀଙ୍କର ୩ ଦିନ ହେଲାଣି କୌଣସି ପତ୍ତା ମିଳୁନି। ଏହି ଘଟଣାରେ ପୁଲିସ୍‌ ପୂର୍ବରୁ ୪ ଅଭିଯୁକ୍ତଙ୍କୁ ଗିରଫ କରି ସାରିଛି। ଏବେ ଝିଅ ନିଖୋଜ ନେଇ ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ପରେ ଜଟାଧାରମୁହାଣ ସାମୁଦ୍ରିକ ଥାନା ପୁଲିସ୍‌ ଖୋଳତାଡ଼କୁ ଜୋରଦାର କରିଛି।

ଗତମାସ ୨୬ ତାରିଖରେ ଜଣେ ଆଶାକର୍ମୀଜଣକ ଏକୁଟିଆ ସାଇକେଲ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ୪ ଜଣ ଯୁବକ ତାଙ୍କୁ ଏକୁଟିଆ ପାଇ  ଏକ କାର୍‌ରେ ଅପହରଣ କରି ନେଇଥିଲେ। ସେମାନେ ନେହରୁବଙ୍ଗଳା ଅଞ୍ଚଳରେ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପାରାଦୀପ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ୨ଟି ପର୍ଯ୍ୟାୟରେ କୋର୍ଟଚାଲାଣ କରିଥିଲା। ହେଲେ ଏହାପରେ ଗତ ୩ ଦିନ ହେଲାଣି ଆଶାକର୍ମୀଙ୍କ ପତ୍ତା ମିଳୁନଥିବା ବେଳେ ପୁଲିସ ନିଖୋଜ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି।

ଏନେଇ ପୀଡ଼ିତାଙ୍କ ବାପା କହିଛନ୍ତି,  ୩ ତାରିଖରେ ଝିଅ କାମକୁ ଯାଇଥିବା ବେଳେ ଆଉ ଘରକୁ ଫେରିନି। ଫୋନ୍‌ କରିବା ପରେ ଉଠାଇଲାନି । ଖୋଜଖବର କରି ନ ପାଇବାରୁ ପୁଲିସ୍‌କୁ ଜଣାଇଲୁ।  ଏନେଇ ଜଟାମୁହାଣ ଥାନାରେ ନିଖୋଜ ନେଇ ମାମଲା ରୁଜୁ କରିଛି। ୪ ଅଭିଯୁକ୍ତଙ୍କ ସମ୍ପର୍କୀୟ ମୋ’ ଝିଅକୁ ଅପହରଣ କରି ନେଇଥିବା ସନ୍ଦେହ ହେଉଛି। ମୋ’ ଝିଅ ଜୀବନ ପ୍ରତି  ଓ ମୋ ପରିବାର ପ୍ରତି ବିପଦ ରହିଛି । ତୁରନ୍ତ ମୋ ଝିଅକୁ ଉଦ୍ଧାର କରନ୍ତୁ ଓ ସୁରକ୍ଷା ଯୋଗାଇ ଦିଅନ୍ତୁ।

The post ଗଣଦୁଷ୍କର୍ମର ଶିକାର ଆଶାକର୍ମୀଙ୍କର ୩ ଦିନ ହେଲାଣି ପତ୍ତା ମିଳୁନି appeared first on Odisha Reporter.



from Odisha Reporter https://ift.tt/ujwp6WI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages